ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗ୍ଲାସଗୋରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
24 JUL 2026 12:00PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗ୍ଲାସଗୋରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ଆରମ୍ଭ ହେବା ସହିତ ଭାରତୀୟ ଦଳକୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି।
ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ, ଭାରତୀୟ କ୍ରୀଡ଼ାବିତମାନେ ଉତ୍ସାହ, ଦୃଢ଼ ସଂକଳ୍ପ ଏବଂ ଉତ୍କର୍ଷତାର ଭାବନା ସହିତ ଏହି କ୍ରୀଡ଼ାରେ ଅଂଶଗ୍ରହଣ କରିବେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଖେଳାଳିମାନଙ୍କର ଦକ୍ଷତା ଏବଂ ସମର୍ପଣ ସର୍ବଦା ଅଗଣିତ ଭାରତୀୟଙ୍କୁ ପ୍ରେରଣା ଯୋଗାଇଥାଏ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
ରାଜ୍ୟଗୋଷ୍ଠୀ #Glasgow2026 କ୍ରୀଡ଼ାର ଆରମ୍ଭ ଅବସରରେ ଭାରତୀୟ ଦଳକୁ ମୋର ହାର୍ଦ୍ଦିକ ଶୁଭେଚ୍ଛା।
ମୋର ବିଶ୍ୱାସ ଯେ, ଆମର କ୍ରୀଡ଼ାବିତମାନେ ଉତ୍ସାହ, ଦୃଢ଼ ସଂକଳ୍ପ ଏବଂ ଉତ୍କର୍ଷତାର ଭାବନା ସହିତ ଏହି କ୍ରୀଡ଼ାରେ ଅଂଶଗ୍ରହଣ କରିବେ।
ଆମ କ୍ରୀଡ଼ାବିତମାନଙ୍କ ଦକ୍ଷତା ଓ ସମର୍ପଣ ସର୍ବଦା ଅଗଣିତ ଭାରତୀୟଙ୍କୁ ପ୍ରେରଣା ଯୋଗାଇଥାଏ।
*****
MT
(ରିଲିଜ ଆଡି: 2293868)
ପରିଦର୍ଶକ କାଉଣ୍ଟର : 19
ଏହି ରିଲିଜ ପଢନ୍ତୁ :
Telugu
,
Malayalam
,
English
,
Urdu
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Tamil
,
Kannada