ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
ଆତ୍ମନିର୍ଭର ଭାରତ ପାଇଁ ୟୁରିଆ-୨୦୨୬ ଜାତୀୟ ନିବେଶ ନୀତି (ଏନ୍ଆଇପିୟୁ-୨୦୨୬) କୁ କ୍ୟାବିନେଟର ଅନୁମୋଦନ
ପୋଷ୍ଟ କରାଯିବା ଦିନାଙ୍କ:
15 JUL 2026 3:33PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (ସିସିଇଏ) ଆତ୍ମନିର୍ଭର ଭାରତ ପାଇଁ ୟୁରିଆ-୨୦୨୬ ଜାତୀୟ ନିବେଶ ନୀତି (ଏନ୍ଆଇପିୟୁ-୨୦୨୬) ସମ୍ବନ୍ଧୀୟ ସାର ଓ ରସାୟନ ମନ୍ତ୍ରଣାଳୟର ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛି।
ଲାଭ :
ଏହି ନୀତି ଦେଶରେ ଗ୍ୟାସ୍-ଆଧାରିତ ୟୁରିଆ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ୟୁରିଆ କ୍ଷେତ୍ରରେ ନୂତନ ନିବେଶକୁ ପ୍ରୋତ୍ସାହିତ କରିବ। ଏହା ଦେଶକୁ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର କରିବାର ଲକ୍ଷ୍ୟ ହାସଲରେ ସହାୟକ ହେବ। ଏହାବ୍ୟତୀତ ଏନ୍ଆଇପି-୨୦୧୨ ତୁଳନାରେ ନୂତନ ନୀତିରେ ସ୍ଥାୟୀ ଓ ପରିବର୍ତ୍ତନଶୀଳ ବ୍ୟୟକୁ ପୃଥକ କରାଯାଇ ଅଧିକ ସ୍ୱଚ୍ଛତା ଆଣାଯାଇଛି। ସେହିପରି ଇକ୍ୱିଟି ଉପରେ ରିଟର୍ଣ୍ଣ (ଆରଓଇ) ପାଇଁ ସର୍ବନିମ୍ନ ୧୨% ଏବଂ ସର୍ବାଧିକ ୧୬% ସୀମା ନିର୍ଦ୍ଧାରଣ କରାଯାଇଛି। ବିଦେଶୀ ମୁଦ୍ରା ବିନିମୟ ହାରର ଆଶଙ୍କାକୁ କମାଇବା ପାଇଁ ଚାରି ବର୍ଷ ପରେ ପ୍ରଚଳିତ ବିନିମୟ ହାର ଅନୁଯାୟୀ ସ୍ଥାୟୀ ବ୍ୟୟକୁ ଭାରତୀୟ ଟଙ୍କାରେ ପରିବର୍ତ୍ତନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ବ୍ୟବସ୍ଥା ଫଳରେ ଏନ୍ଆଇପି-୨୦୧୨ ତୁଳନାରେ ଏନ୍ଆଇପିୟୁ-୨୦୨୬ ଅଧୀନରେ ସ୍ଥାପିତ ପ୍ରତ୍ୟେକ କାରଖାନା ପିଛା ୨୫୦ କୋଟି ଟଙ୍କାରୁ ଅଧିକ ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି।
କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ:
ଦେଶରେ ସ୍ଥାପିତ ହେବାକୁ ଥିବା ନୂତନ ୟୁରିଆ ଉତ୍ପାଦନ କାରଖାନାଗୁଡ଼ିକୁ ଆତ୍ମନିର୍ଭର ଭାରତ ପାଇଁ ୟୁରିଆ-୨୦୨୬ ଜାତୀୟ ନିବେଶ ନୀତି (ଏନ୍ଆଇପିୟୁ-୨୦୨୬) ଅଧୀନରେ ସାମିଲ କରାଯିବ।
ଆତ୍ମନିର୍ଭର ଭାରତ ପାଇଁ ୟୁରିଆ-୨୦୨୬ ପାଇଁ ଜାତୀୟ ନିବେଶ ନୀତି (ଏନ୍ଆଇପିୟୁ-୨୦୨୬) ଅଧୀନରେ ନୂତନ ୟୁରିଆ ଉତ୍ପାଦନ ୟୁନିଟ୍ ସ୍ଥାପନ କରାଯିବ।
ପୃଷ୍ଠଭୂମି :
ୟୁରିଆ କ୍ଷେତ୍ରରେ ନୂତନ ନିବେଶ ଆକର୍ଷିତ କରିବା ପାଇଁ ୨୦୧୨ ମସିହାରେ ସାର ବିଭାଗ ପକ୍ଷରୁ ପୁନରୁଦ୍ଧାର (Revamp), ସମ୍ପ୍ରସାରଣ (Expansion), ପୁନର୍ଜୀବନ/ବ୍ରାଉନଫିଲ୍ଡ (Revival/Brownfield) ଏବଂ ଗ୍ରୀନଫିଲ୍ଡ (Greenfield) ପ୍ରକଳ୍ପଗୁଡ଼ିକ ପାଇଁ ୟୁରିଆ କ୍ଷେତ୍ରର ନିବେଶ ନୀତି ପ୍ରସ୍ତୁତ କରାଯାଇଥିଲା। ନୂତନ ନିବେଶ ନୀତି (NIP)-୨୦୧୨ ଅଧୀନରେ ମୋଟ ୬ଟି ନୂତନ ୟୁରିଆ କାରଖାନା ସ୍ଥାପନ କରାଯାଇଥିଲା। ସେଥିମଧ୍ୟରୁ ୪ଟି କେନ୍ଦ୍ର ସରକାରୀ ଉଦ୍ୟୋଗଗୁଡ଼ିକର ଯୁଗ୍ମ ଉଦ୍ୟୋଗ ମାଧ୍ୟମରେ ଏବଂ ୨ଟି ଘରୋଇ ବେସରକାରୀ କମ୍ପାନୀ ଦ୍ୱାରା ସ୍ଥାପନ କରାଯାଇଥିଲା। NIP- ୨୦୧୨ ଅଧୀନରେ ନୂତନ ନିବେଶର ସମୟସୀମା ଅକ୍ଟୋବର ୨୦୧୯ରେ ଶେଷ ହୋଇଥିଲା। ବର୍ତ୍ତମାନ ଦେଶରେ ମୋଟ ୩୩ଟି କାର୍ଯ୍ୟକ୍ଷମ ୟୁରିଆ ଉତ୍ପାଦନ କାରଖାନା ରହିଛି, ଯାହାର ମୋଟ ପୁନଃମୂଲ୍ୟାଙ୍କିତ/ସ୍ଥାପିତ କ୍ଷମତା ୨୬୯.୪୨ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍ଏମ୍ଟି)। ଦେଶରେ ୟୁରିଆର ଦେଶୀୟ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଦେଶୀୟ ଉତ୍ପାଦନ ଓ ଚାହିଦା ମଧ୍ୟରେ ଥିବା ବ୍ୟବଧାନକୁ ୟୁରିଆ ଆମଦାନି ମାଧ୍ୟମରେ ପୂରଣ କରାଯାଉଛି। ସାର ବିଭାଗ ପାଖକୁ ନୂତନ ୟୁରିଆ କାରଖାନା ସ୍ଥାପନ ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଆସିଥିବାରୁ ୟୁରିଆ ପାଇଁ ଏକ ନୂତନ ଜାତୀୟ ନିବେଶ ନୀତି ପ୍ରଣୟନ ଆବଶ୍ୟକ ହୋଇପଡ଼ିଛି।
*****
MT
(ରିଲିଜ ଆଡି: 2293861)
ପରିଦର୍ଶକ କାଉଣ୍ଟର : 17
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam