ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଓ୍ବେଭ୍ସ ୨୦୨୭ ‘କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ’ ସିଜନ ୨ ପାଇଁ ଶିଳ୍ପ କ୍ଷେତ୍ରରୁ ପ୍ରସ୍ତାବ ମାଗିଲା ଏମଆଇବି


‘କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ’ ସିଜନ-୨ ପାଇଁ ଶିଳ୍ପ କ୍ଷେତ୍ରକୁ ପ୍ରସ୍ତାବ ଦେବାକୁ ଆହ୍ୱାନ

ଯୁବପିଢ଼ିଙ୍କ ମଧ୍ୟରେ ସୃଜନଶୀଳତା, ଦକ୍ଷତା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ୫୦ରୁ ଅଧିକ ପ୍ରତିଯୋଗିତା

ମନୋନୀତ ପ୍ରତିଯୋଗିତାଗୁଡ଼ିକ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ଅନୁଦାନ ପାଇଁ ଯୋଗ୍ୟ ବିବେଚିତ ହୋଇପାରନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 13 JUL 2026 5:52PM by PIB Bhubaneswar

ସୂଚନା ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ 'ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ୍ ଏଣ୍ଟରଟେନମେଣ୍ଟ ସମିଟ୍' (ଓ୍ବେଭ୍ସ) ଅନ୍ତର୍ଗତ 'କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ' (ସିଆଇସି)-ସିଜନ୍ ଘୋଷଣା ହୋଇଛି। ଏହା ଅଧୀନରେ ଶିଳ୍ପ-ନେତୃତ୍ୱାଧୀନ ପ୍ରତିଯୋଗିତାଗୁଡ଼ିକର ପରିକଳ୍ପନା, ଡିଜାଇନ୍ ଏବଂ ରୂପାୟନ ପାଇଁ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଶିଳ୍ପ ସଂଘ, ସଂଗଠନ ଏବଂ ଅନୁଷ୍ଠାନଗୁଡ଼ିକରୁ ପ୍ରସ୍ତାବ ଆହ୍ୱାନ କରାଯାଉଛି। ସିଆଇସି-ସିଜନ୍ ପାଇଁ ପ୍ରସ୍ତାବ ଦାଖଲ ଏବଂ ଏକ ସ୍ୱଚ୍ଛ ଯୋଗ୍ୟତା-ଭିତ୍ତିକ ପ୍ରକ୍ରିୟା ମାଧ୍ୟମରେ ପ୍ରତିଯୋଗିତା ତଥା ସେଗୁଡ଼ିକର ସମ୍ପାଦନକାରୀ ସଂସ୍ଥା ଚୟନ ପାଇଁ ଏକ ଏକୀକୃତ ପୋର୍ଟାଲ୍ ସୃଷ୍ଟି କରାଯାଇଛି।

ସିଆଇସି-ସିଜନ୍ ୨ର ଲକ୍ଷ୍ୟ ହେଉଛି ଶିଳ୍ପ-ନେତୃତ୍ୱାଧୀନ, ସରକାରୀ-ସହାୟତା ପ୍ରାପ୍ତ ଏବଂ ଯୁବ-କେନ୍ଦ୍ରିତ ପ୍ରତିଯୋଗିତାଗୁଡ଼ିକର ଆୟୋଜନ କରିବା, ଯାହା ସୃଜନଶୀଳ ପ୍ରତିଭାକୁ ଚିହ୍ନଟ ପ୍ରୋତ୍ସାହିତ କରିବ, ଦକ୍ଷତା ବିକାଶ କ୍ଷମତା ବୃଦ୍ଧି, ମାର୍ଗଦର୍ଶନ ଏବଂ ପ୍ରଶିକ୍ଷଣ ପ୍ରଦାନ କରିବ, ନବସୃଜନକୁ ଉତ୍ସାହିତ କରିବ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ), AVGC-XR, ଡିଜିଟାଲ୍ ମିଡିଆ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା-ଚାଳିତ ସୃଜନଶୀଳ କ୍ଷେତ୍ର ସହିତ ଗଣମାଧ୍ୟମ ମନୋରଞ୍ଜନ କ୍ଷେତ୍ରରେ ସହଯୋଗର ସୁଯୋଗ ସୃଷ୍ଟି କରିବ। ଏହା ଓ୍ବେଭ୍ସ ୨୦୨୭ ସମୟରେକ୍ରିଏଟୋସ୍ଫିୟର୍ଠାରେ ବିଜେତା ଏବଂ ବିଜୟୀ ସଫଳତାଗୁଡ଼ିକର ପ୍ରଦର୍ଶନ ସହିତ ସମାପ୍ତ ହେବ।

ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରର ସମସ୍ତ ସଂସ୍ଥାକୁ ନିର୍ଦ୍ଧାରିତ ସମୟସୀମା ଅର୍ଥାତ୍ ଆସନ୍ତା ୩୧.୦୭.୨୦୨୬ ସୁଦ୍ଧା ଅନଲାଇନ୍ ପୋର୍ଟାଲ୍: https://wavesbazaar.com/create-india-challenge/season2/ifp ମାଧ୍ୟମରେ ସେମାନଙ୍କର ପ୍ରସ୍ତାବ ଦାଖଲ କରିବାକୁ ଆହ୍ୱାନ କରାଯାଉଛି। ଏହି ପ୍ରତିଯୋଗିତା ପ୍ରସ୍ତାବଗୁଡ଼ିକ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପର ବିଭିନ୍ନ କ୍ଷେତ୍ରରୁ ହୋଇପାରେ, ଯେପରିକି- ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ), ଡିଜିଟାଲ୍ ସୋସିଆଲ୍ ମିଡିଆ, ଆନିମେସନ୍, ଭିଏଫଏକ୍ସ, ଅନଲାଇନ୍ ସୋସିଆଲ୍ ଗେମିଂ, -ସ୍ପୋର୍ଟସ୍ , କମିକ୍ସ, XR/AR/VR, ଚଳଚ୍ଚିତ୍ର, ପ୍ରସାରଣ, ସଙ୍ଗୀତ ନୃତ୍ୟ ଏବଂ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରର ଅନ୍ୟାନ୍ୟ ଆଧୁନିକ ତଥା ବିକାଶଶୀଳ କ୍ଷେତ୍ର। ଆବେଦନ କରିବା ପାଇଁ ବର୍ତ୍ତମାନ ଏହି କ୍ୟୁଆର୍କୋଡ୍କୁ ସ୍କାନ୍ କରନ୍ତୁ:

 

ସିଜନ୍ ପାଇଁ 'କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ' ବ୍ୟାନରରେ ୫୦ରୁ ଅଧିକ ଶିଳ୍ପ-ନେତୃତ୍ୱାଧୀନ ପ୍ରତିଯୋଗିତାର ପରିକଳ୍ପନା କରାଯାଇଛି, ଯେଉଁଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଡିଜିଟାଲ୍ ସୋସିଆଲ୍ ମିଡିଆ ଏବଂ AVGC-XR ଭଳି ନୂତନ ଉଦୀୟମାନ କ୍ଷେତ୍ରଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ମନୋନୀତ ପ୍ରତିଯୋଗିତାଗୁଡ଼ିକର ସଫଳ ରୂପାୟନ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିଯୋଗିତା ପିଛା କୋଟି ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ଅନୁଦାନ ପ୍ରଦାନ କରାଯାଇପାରେ। ତେବେ ଏହା ପ୍ରସ୍ତାବଗୁଡ଼ିକର ଲକ୍ଷ୍ୟଧାର୍ଯ୍ୟ ଆଭିମୁଖ୍ୟ, ଫଳାଫଳ-କେନ୍ଦ୍ରିତତା, ଦକ୍ଷତା ବିକାଶ ପଦକ୍ଷେପ, ତୃଣମୂଳ ସ୍ତରରେ ପହଞ୍ଚ ଏବଂ ଆଇଏଫପି ଦଲିଲ୍ରେ ଉଲ୍ଲେଖ ଥିବା ବିଭିନ୍ନ ବୈଷୟିକ ଆର୍ଥିକ ମୂଲ୍ୟାୟନ ମାପଦଣ୍ଡ ତଥା ନିୟମ ସର୍ତ୍ତାବଳୀ ଅଧୀନରେ ରହିବ।

 

TKM


(ରିଲିଜ ଆଡି: 2285351) ପରିଦର୍ଶକ କାଉଣ୍ଟର : 21