ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ କରିବା ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ବୁଝାମଣାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି

प्रविष्टि तिथि: 15 JUN 2026 1:21PM by PIB Bhubaneswar

ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ କରିବା ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି ସଂଘର୍ଷ ସାରା ବିଶ୍ୱରେ ଗମ୍ଭୀର ଅର୍ଥନୈତିକ ବାଧା ସୃଷ୍ଟି କରିଛି ଏବଂ ଅନେକ ଦେଶରେ ଜୀବନହାନି ଘଟିଛି।

ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ ଏହି ବୁଝାମଣାର କାର୍ଯ୍ୟାନ୍ୱୟନ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସାହାଯ୍ୟ କରିବ ଏବଂ ନୌଚାଳନା ଏବଂ ବାଣିଜ୍ୟ କ୍ଷେତ୍ରରେ ସ୍ୱାଧୀନତା ସୁନିଶ୍ଚିତ କରିବ।

ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଭାରତ ଆଶା କରୁଛି ଯେ ବାକି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ମାଧ୍ୟମରେ ଏକ ସ୍ଥାୟୀ ଏବଂ ଚୂଡ଼ାନ୍ତ ଚୁକ୍ତି ହୋଇପାରିବ।

ଏକ୍ସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ;

“ପଶ୍ଚିମ ଏସିଆରେ ସଂଘର୍ଷ, ଯାହା ସାରା ବିଶ୍ୱରେ ଗମ୍ଭୀର ଅର୍ଥନୈତିକ ବାଧା ସୃଷ୍ଟି କରିଛି ଏବଂ ଅନେକ ଦେଶରେ ଜୀବନହାନି କରିଛି, ତାହାର ଅନ୍ତ ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ବୁଝାମଣାକୁ ମୁଁ ସ୍ୱାଗତ କରୁଛି।

ଭାରତ ଆଶା କରୁଛି ଯେ ଏହି ବୁଝାମଣାର କାର୍ଯ୍ୟାନ୍ୱୟନ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସାହାଯ୍ୟ କରିବ ଏବଂ ନୌଚାଳନା ଏବଂ ବାଣିଜ୍ୟର ସ୍ୱାଧୀନତା ସୁନିଶ୍ଚିତ କରିବ।

ଆମେ ଆଶା କରୁଛୁ ଯେ ବାକି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ମାଧ୍ୟମରେ ଏକ ସ୍ଥାୟୀ ଏବଂ ଚୂଡ଼ାନ୍ତ ଚୁକ୍ତି ହୋଇପାରିବ।”

 

****

SSP


(रिलीज़ आईडी: 2283131) आगंतुक पटल : 10
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Bengali-TR , Manipuri , Punjabi , Gujarati , Tamil , Telugu , Kannada , Malayalam