ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ଗଣରାଜ୍ୟର ରାଷ୍ଟ୍ରପତିଙ୍କୁ ଭେଟିଲେ

प्रविष्टि तिथि: 15 JUN 2026 11:33PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଟିସ୍ଲାଭାସ୍ଥିତ ରାଷ୍ଟ୍ରପତି ଭବନରେ ସ୍ଲୋଭାକିଆ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ପିଟର ପେଲେଗ୍ରୀନିଙ୍କୁ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀ ଫେବୃଆରୀ ୨୦୨୬ ରେ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଭାରତ ଗସ୍ତ ସମୟରେ ରାଷ୍ଟ୍ରପତି ପେଲେଗ୍ରୀନିଙ୍କ ସହ ତାଙ୍କର ପୂର୍ବ ସାକ୍ଷାତକୁ ଶ୍ରଦ୍ଧାର ସହ ମନେ ପକାଇଛନ୍ତି। ଉଭୟ ନେତା ବର୍ତମାନ କାର୍ଯ୍ୟକ୍ଷମ ଥିବା ସହଯୋଗ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ବାଣିଜ୍ୟ, ନିବେଶ, ପ୍ରଯୁକ୍ତି ବିଦ୍ୟା ଏବଂ ଲୋକ - ଲୋକ ସମ୍ପର୍କ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କକୁ ସ୍ୱାଗତ କରିଛନ୍ତି। ସେମାନେ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବିକାଶ ଉପରେ ମଧ୍ୟ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପେଲେଗ୍ରୀନି ରାଷ୍ଟ୍ରପତି ଭବନରେ " ବାରାଣସୀ ସହର" ବିଷୟବସ୍ତୁ ଉପରେ ଉତ୍ସର୍ଗୀକୃତ ସ୍ଲୋଭାକ କଳାକାରଙ୍କ ଦ୍ୱାରା ଏକ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଦେଖିଥିଲେ। ସେମାନେ ସ୍ଲୋଭାକ ସ୍କୁଲ ପିଲାମାନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଯୋଗ ପ୍ରଦର୍ଶନ ମଧ୍ୟ ଦେଖିଥିଲେ।

ରାଷ୍ଟ୍ରପତି ପେଲେଗ୍ରୀନି ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ଏକ ନୈଶ ଭୋଜି ଆୟୋଜନ କରିଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପେଲେଗ୍ରୀନିଙ୍କୁ ତାଙ୍କର ଶ୍ରଦ୍ଧା ଏବଂ ଆତିଥ୍ୟ ଏବଂ ଭାରତ - ସ୍ଲୋଭାକିଆ ସହଭାଗୀତା ପ୍ରତି ତାଙ୍କର ଅଟଳ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।

*****************

SSP


(रिलीज़ आईडी: 2283129) आगंतुक पटल : 8
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Telugu , Kannada , Malayalam