ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

प्रविष्टि तिथि: 09 JUL 2026 11:33AM by PIB Bhubaneswar

ମହାମହିମ ପ୍ରଧାନମନ୍ତ୍ରୀ ଶ୍ରୀ ଆଲବାନିଜ,

ଉଭୟ ଦେଶର ପ୍ରତିନିଧି,

ଗଣମାଧ୍ୟମର ବନ୍ଧୁଗଣ,

ନମସ୍କାର!

ମେଲବୋର୍ଣ୍ଣରେ ମୋତେ ଏବଂ ମୋର ପ୍ରତିନିଧି ଦଳକୁ ମିଳିଥିବା ଭବ୍ୟ ସ୍ୱାଗତ ଆତିଥ୍ୟ ପାଇଁ ମୁଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଶ୍ରୀ ଆଲବାନିଜଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି

ତାଙ୍କର ବ୍ୟକ୍ତିଗତ ପ୍ରୟାସ ଏବଂ ଦୃଢ଼ ପ୍ରତିବଦ୍ଧତା ଭାରତଅଷ୍ଟ୍ରେଲିଆ ସମ୍ପର୍କକୁ ନୂତନ ଉଚ୍ଚତା ବ୍ୟାପକତା ପ୍ରଦାନ କରିଛି ତାଙ୍କର ଏହି ଅମୂଲ୍ୟ ଅବଦାନ ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି

ବନ୍ଧୁଗଣ,

ତାଙ୍କର ବ୍ୟକ୍ତିଗତ ପ୍ରୟାସ ଏବଂ ଦୃଢ଼ ପ୍ରତିବଦ୍ଧତା ଭାରତଅଷ୍ଟ୍ରେଲିଆ ସମ୍ପର୍କକୁ ନୂତନ ଉଚ୍ଚତା ବ୍ୟାପକତା ପ୍ରଦାନ କରିଛି ତାଙ୍କର ଏହି ଅମୂଲ୍ୟ ଅବଦାନ ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି

ବନ୍ଧୁଗଣ,

ଭାରତ ଅଷ୍ଟ୍ରେଲିଆ ଦୁଇଟି ସଶକ୍ତ ଗଣତନ୍ତ୍ର, ଦୁଇଟି ବହୁସାଂସ୍କୃତିକ ସମାଜ ଏବଂ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଶକ୍ତି

ଆମର ଏହି ସମାନତା ଏବଂ ସାମାନ୍ୟ ବିଶ୍ୱ ଦୃଷ୍ଟିକୋଣ ଆମକୁ ପାରସ୍ପରିକ ବିଶ୍ୱାସ ସହ ନିରନ୍ତର ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥାଏ ଗତ କିଛି ବର୍ଷ ମଧ୍ୟରେ ଆମର ସମଗ୍ର ରଣନୀତିକ ଭାଗୀଦାରି  ଅଭୂତପୂର୍ବ ପ୍ରଗତି କରିଛି ଆଜିର ତୃତୀୟ ବାର୍ଷିକ ଶିଖର ସମ୍ମିଳନୀ ମାଧ୍ୟମରେ ଆମର ସହଯୋଗରେ ଅନେକ ନୂତନ ଦିଗ ଯୋଡ଼ି ହୋଇଛି |

୨୦୨୨ ମସିହାରେ ସମ୍ପନ୍ନ ଆର୍ଥିକ ସହଯୋଗ ବାଣିଜ୍ୟ ଚୁକ୍ତି ଫଳରେ ଆମର ବାଣିଜ୍ୟ ପୁଞ୍ଜି ବିନିଯୋଗ ନିରନ୍ତର ବୃଦ୍ଧି ପାଉଛି ବର୍ତ୍ତମାନ ଆମେ ସମଗ୍ର ଆର୍ଥିକ ସହଯୋଗ ଚୁକ୍ତି ଉପରେ ଶୀଘ୍ର କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ, ଯାହା ଉଭୟ ଦେଶ ପାଇଁ ସନ୍ତୁଳିତ, ଉଚ୍ଚାଭିଳାଷୀ ଏବଂ ପାରସ୍ପରିକ ଲାଭଦାୟକ ହେବ ଆମେ ଦ୍ୱିପାକ୍ଷିକ ପୁଞ୍ଜି ବିନିଯୋଗ ଚୁକ୍ତି ଉପରେ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିବୁ

ଆମର ନବୀକରଣଯୋଗ୍ୟ ଶକ୍ତି ଭାଗୀଦାରି ସ୍ୱଚ୍ଛ ଶକ୍ତି ଏବଂ ଜଳବାୟୁ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ଆମର ପ୍ରୟାସଗୁଡ଼ିକୁ ବାସ୍ତବ ରୂପ ଦେଉଛି ଏହା ଅଧୀନରେ ଆମେ ପୁଞ୍ଜି ବିନିଯୋଗ, ପ୍ରଯୁକ୍ତି ହସ୍ତାନ୍ତର ଏବଂ ଶିଳ୍ପ-ସହ-ଶିଳ୍ପ ସହଯୋଗକୁ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛୁ

ପିଏମ୍ ସୂର୍ଯ୍ୟ ଘର ଯୋଜନାକୁ ସମର୍ଥନ କରିବା ପାଇଁ ଆମେ ମିଳିତ ଭାବେ ଗୁଜରାଟରେ ଏକ ରୁଫଟପ୍ ସୋଲାର୍ ପ୍ରଶିକ୍ଷଣ ଏକାଡେମୀ ସ୍ଥାପନ କରିଛୁ ଏହି ଏକାଡେମୀ ଅନେକ ମହିଳା ଏବଂ ଯୁବବର୍ଗଙ୍କର ଦକ୍ଷତା ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ

ପରମାଣୁ ଶକ୍ତି କ୍ଷେତ୍ରରେ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛୁ ଏହା ଦ୍ୱାରା ଅଷ୍ଟ୍ରେଲିଆରୁ ଭାରତକୁ ୟୁରେନିୟମ ଯୋଗାଣର ପଥ ପ୍ରଶସ୍ତ ହେବ ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଆମର ଲକ୍ଷ୍ୟ ପୂରଣ ପାଇଁ ନୂତନ ଶକ୍ତି ମିଳିବ

ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଆମର ସହଯୋଗ ଆମର ରଣନୀତିକ ସୁରକ୍ଷା ଏବଂ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଏହି ଦୃଷ୍ଟିକୋଣକୁ ଆଧାର କରି ଆଜି ଆମେ ସାଇବର, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଣ ଶୃଙ୍ଖଳ (AI-Pacts) ଉପରେ ଅଷ୍ଟ୍ରେଲିଆ-ଭାରତ ସହଭାଗୀତାର   ଶୁଭାରମ୍ଭ କରିଛୁ ଆମେ ମିଳିତ ଭାବେ କ୍ରିଟିକାଲ୍ ମିନେରାଲ୍ସ କରିଡର ଉପରେ ମଧ୍ୟ କାର୍ଯ୍ୟ କରିବୁ

ସାଙ୍ଗଗଣ,

ଇଣ୍ଡୋ-ପାସିଫିକ କେବଳ ଦୁଇଟି ମହାସାଗରର ସଙ୍ଗମସ୍ଥଳ ନୁହେଁ ଏହା ଭାରତ ଏବଂ ଅଷ୍ଟ୍ରେଲିଆ ପରି ସମାନ ଚିନ୍ତାଧାରା ବିଶିଷ୍ଟ ଗଣତାନ୍ତ୍ରିକ ଦେଶମାନଙ୍କର ସହଭାଗୀ ଆକାଂକ୍ଷାର ପ୍ରତୀକ ଅଟେ |

ପ୍ରତିରକ୍ଷା ଏବଂ ନିରାପତ୍ତା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ମିଳିତ ଘୋଷଣାପତ୍ର ଜାରି କରିଛୁ ଆମେ ଭାରତ-ଅଷ୍ଟ୍ରେଲିଆ ପ୍ରତିରକ୍ଷା ଇନୋଭେସନ୍ କରିଡର ମାଧ୍ୟମରେ ପ୍ରତିରକ୍ଷା ଷ୍ଟାର୍ଟଅପ୍ ଏବଂ ଶିଳ୍ପଗୁଡ଼ିକୁ ସଂଯୋଗ କରିବା ଉପରେ କାର୍ଯ୍ୟ କରିବୁ |

ଆମର ସାମୁଦ୍ରିକ ସୁରକ୍ଷା ସହଯୋଗ ରୋଡମ୍ୟାପ ଇଣ୍ଡୋ-ପାସିଫିକ ଅଞ୍ଚଳରେ ଆମର ମିଳିତ ପ୍ରୟାସକୁ ନୂତନ ଶକ୍ତି ପ୍ରଦାନ କରିବ ଜାହାଜ ନିର୍ମାଣ, ଜାହାଜ ମରାମତି ଏବଂ ଜାହାଜ ରକ୍ଷଣାବେକ୍ଷଣ କ୍ଷେତ୍ରରେ ମଧ୍ୟ ଆମେ ମିଳିତ ଭାବେ ଆଗକୁ ବଢ଼ିବୁ

ବନ୍ଧୁଗଣ,

ଆଜି ଆମେ ଅନେକ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛୁ |

ଭାରତ ଏବଂ ଅଷ୍ଟ୍ରେଲିଆର ମତ ହେଉଛି ଯେ, ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ନୁହେଁ, ବରଂ ସମଗ୍ର ମାନବଜାତି ପାଇଁ ଏକ ଗୁରୁତର ଆହ୍ୱାନ ସେଥିପାଇଁ ଆତଙ୍କବାଦ ବିରୋଧରେ ଆମର ସଂଗ୍ରାମ ମଧ୍ୟ ସହଭାଗୀ, ଆମର ସଂକଳ୍ପ ମଧ୍ୟ ଅଟୁଟ ଏବଂ ଆମର ସହଯୋଗ ମଧ୍ୟ କ୍ରମାଗତ ଭାବେ ଅଧିକ ସୁଦୃଢ଼ ହେଉଛି

ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ତିକ୍ତତା ଏବଂ ଯୁଦ୍ଧର ସମାଧାନ କେବଳ ସଂଳାପ ଏବଂ କୂଟନୀତି ମାଧ୍ୟମରେ ହିଁ ସମ୍ଭବ ବୋଲି ମଧ୍ୟ ଆମର ବିଶ୍ୱାସ ସମଗ୍ର ଇଣ୍ଡୋ-ପାସିଫିକ ଅଞ୍ଚଳରେ ଆମେ ମିଳିତ ଭାବେ ଶାନ୍ତି, ସ୍ଥିରତା, ନୌଚଳାଚଳର ସ୍ୱାଧୀନତା ଏବଂ ନିୟମ-ଆଧାରିତ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବୁ

ବନ୍ଧୁଗଣ,

ଆମର ସମ୍ପର୍କର ସବୁଠାରୁ ବିଶିଷ୍ଟ ଶକ୍ତି ହେଉଛି ଆମର ଜନସାଧାରଣଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ଭାରତୀୟ ମୂଳର ଲୋକମାନେ ଅଷ୍ଟ୍ରେଲିଆର ଅର୍ଥନୈତିକ ଏବଂ ସାମାଜିକ ଜୀବନରେ ସକାରାତ୍ମକ ଅବଦାନ ରଖୁଛନ୍ତି

ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଅଷ୍ଟ୍ରେଲିଆ ଏକ ପ୍ରିୟ ଗନ୍ତବ୍ୟସ୍ଥଳ ହୋଇଛି ଭାରତରେ ଅଷ୍ଟ୍ରେଲିଆର ବିଶ୍ୱବିଦ୍ୟାଳୟଗୁଡ଼ିକର କ୍ୟାମ୍ପସ ସ୍ଥାପନ ହେବା ଫଳରେ ଆମର ଜ୍ଞାନ ଭାଗୀଦାରିରେ ଏକ ନୂତନ ଅଧ୍ୟାୟର ସୂଚନା ମିଳିଛି ଉଭୟ ଦେଶ ମଧ୍ୟରେ ଛାତ୍ରଛାତ୍ରୀ, ବୃତ୍ତିଗତ ବ୍ୟକ୍ତିବିଶେଷ ଏବଂ ପର୍ଯ୍ୟଟକମାନଙ୍କର ଆଦାନ-ପ୍ରଦାନକୁ ବୃଦ୍ଧି କରିବା ପାଇଁ ଆମେ ନିରନ୍ତର ପ୍ରୟାସ ଜାରି ରଖିବୁ

ବନ୍ଧୁଗଣ,

ଆଜି ଯେତେବେଳେ ଆମେ ବିଶ୍ୱର କ୍ରୀଡ଼ା ରାଜଧାନୀ ମେଲବୋର୍ଣ୍ଣରେ ଅଛୁ, ସେତେବେଳେ କ୍ରୀଡ଼ା ବିଷୟରେ କଥା ହେବ  ଠିକ୍ ସେହିପରି ହେବ, ଯେପରି କ୍ରିକେଟ୍ରେ ଟସ୍ପରେ ମ୍ୟାଚ୍ଆରମ୍ଭ କରିବା!

କ୍ରିକେଟ୍, ଭାରତ ଏବଂ ଅଷ୍ଟ୍ରେଲିଆର ସମ୍ପର୍କର ନିଜସ୍ୱ କୂଟନୈତିକ ଭାଷା ହୋଇଛି ସେଥିପାଇଁ ଆମର ବୈଠକଗୁଡ଼ିକ ମଧ୍ୟ କ୍ରିକେଟ୍ ଭଳି ଲାଗେ:

ଆଲୋଚନାର ବିଷୟସୂଚୀଏକଦିବସୀୟ କ୍ରିକେଟ୍ଭଳି କେନ୍ଦ୍ରିତ,

ନିଷ୍ପତ୍ତିଟି-୨୦ କ୍ରିକେଟ୍ଭଳି ଦ୍ରୁତ,

ଏବଂ ଭାଗୀଦାରିଟେଷ୍ଟ ମ୍ୟାଚ୍ଭଳି ଦୀର୍ଘ ଗଭୀର|

ଆଗାମୀ ବର୍ଷଗୁଡ଼ିକରେ ଉଭୟ ଦେଶରେ ଅଲିମ୍ପିକ୍ସ ଏବଂ କମନୱେଲ୍ଥ ଗେମ୍ସ ପରି ବଡ଼ କ୍ରୀଡ଼ା ଆୟୋଜନ ହେବ ଏହା ଦ୍ୱାରା ଆମର କ୍ରୀଡ଼ା ସହଯୋଗ ବୃଦ୍ଧି ପାଇବା ସହିତ କ୍ରୀଡ଼ା ଭିତ୍ତିଭୂମିରେ ବିନିଯୋଗ ପାଇଁ ମଧ୍ୟ ଅନେକ ସମ୍ଭାବନା ସୃଷ୍ଟି ହେବ

ବନ୍ଧୁଗଣ,

ଆଜିର ଆମର ଆଲୋଚନାର ଭାବନା ସ୍ପଷ୍ଟ ରହିଛି: ଭାରତ ଏବଂ ଅଷ୍ଟ୍ରେଲିଆର ଭାଗୀଦାରି କେବଳ ବର୍ତ୍ତମାନ ପାଇଁ ନୁହେଁ, ଏହା ଭବିଷ୍ୟତର ମଧ୍ୟ ଏକ ଭାଗୀଦାରି ଆମେ ଆମର ସାମାନ୍ୟ ଦୃଷ୍ଟିକୋଣକୁ ଆଧାର କରି ମିଳିତ ଭାବେ ଆଗକୁ ବଢ଼ି ଚାଲିବୁ

ପ୍ରଧାନମନ୍ତ୍ରୀ ଆଲବାନିଜ,

ଆପଣଙ୍କ ମିତ୍ରତା, ଆପଣଙ୍କ ପ୍ରତିବଦ୍ଧତା ଏବଂ ଆଜିର ସାର୍ଥକ ଆଲୋଚନା ପାଇଁ ମୁଁ ପୁଣିଥରେ ଆପଣଙ୍କୁ ଧନ୍ୟବାଦ ଜଣାଉଛି

ମୋତେ ଏବଂ ୧୪୦ କୋଟି ଭାରତବାସୀଙ୍କୁ ଖୁବ୍ ଶୀଘ୍ର ପୁଣିଥରେ ଭାରତରେ ଆପଣଙ୍କୁ ସ୍ୱାଗତ କରିବାର ସୁଯୋଗ ମିଳିଲେ ଆମେ ଅତ୍ୟନ୍ତ ଆନନ୍ଦିତ ହେବୁ

 ବହୁତ ବହୁତ ଧନ୍ୟବାଦ

******

SPD


(रिलीज़ आईडी: 2283126) आगंतुक पटल : 4
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Assamese , Bengali , Bengali-TR , Manipuri , Punjabi , Gujarati , Telugu , Kannada , Malayalam