ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କତାର ଅମୀରଙ୍କ ଟେଲିଫୋନ୍ କଲ୍
प्रविष्टि तिथि:
23 JUN 2026 10:34PM by PIB Bhubaneswar
- କତାରରେ ଦୁର୍ଘଟଣାରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପାଇଁ ଶୋକ ପ୍ରକାଶ କଲେ ଅମୀର
- ଧନ୍ୟବାଦ ଜଣାଇବା ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ତାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
- ଉଭୟ ଦେଶର ନାଗରିକଙ୍କ ମଙ୍ଗଳ ଏବଂ ସୁରକ୍ଷା ସୁନିଶ୍ଚିତ କରିବାକୁ ଦୁଇ ନେତା ସେମାନଙ୍କର ପ୍ରତିବଦ୍ଧତା ପୁନଃସ୍ଥାପନ କଲେ
- ପଶ୍ଚିମ ଏସିଆରେ ଶାନ୍ତି ପ୍ରୟାସରେ ସକରାତ୍ମକ ଅବଦାନ ପାଇଁ କତାରର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
- ଦ୍ୱିପାକ୍ଷିକ ସହଯୋଗ ବିସ୍ତାର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ପୁନଃସ୍ଥାପନ କଲେ ଦୁଇ ନେତା
- ୨୩ ଜୁନ୍ ୨୦୨୬: ପିଆଇବି ଦିଲ୍ଲୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କତାରର ଅମୀର ଶେଖ୍ ତମିମ୍ ବିନ୍ ହମଦ ଅଲ୍-ଥାନିଙ୍କଠାରୁ ଏକ ଟେଲିଫୋନ କଲ୍ ପାଇଛନ୍ତି ।
ଜୁନ୍ ୨୧ ତାରିଖରେ କତାରର ରାସ୍ ଲାଫାନ ଶିଳ୍ପ ନଗରୀରେ ହୋଇଥିବା ଏକ ଦୁର୍ଘଟଣାରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଉପରେ କତାର ଅମୀର ଶୋକ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
ପ୍ରଭାବିତ ପରିବାରମାନଙ୍କ ପ୍ରତି ତାଙ୍କର ସମବେଦନାର ପାଇଁ ପ୍ରଧାନମନ୍ତ୍ରୀ କତାରର ଅମୀରଙ୍କୁ ଧନ୍ୟବାଦ ଦେବା ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି ।
ଦୁଇ ନେତା ସେମାନଙ୍କର ନାଗରିକମାନଙ୍କର ମଙ୍ଗଳ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ଏବଂ ପରସ୍ପର ପ୍ରତି ସେମାନଙ୍କର ସମର୍ଥନ ତଥା ସଂହତିକୁ ପୁନଃସ୍ଥାପନ କରିଛନ୍ତି ।
ପଶ୍ଚିମ ଏସିଆର ପରିସ୍ଥିତି ବିଷୟରେ ଆଲେଚାନା କରିବା ସମୟରେ, ପ୍ରଧାନମନ୍ତ୍ରୀ ଶାନ୍ତି ପ୍ରୟାସରେ କତାରର ସକରାତ୍ମକ ଅବଦାନକୁ ପ୍ରଶଂସା କରିଛନ୍ତି ଏବଂ ଆଶା ପ୍ରକାଶ କରିଛନ୍ତି ଯେ ଏଥିଯୋଗୁଁ ଏହି କ୍ଷେତ୍ରରେ ସ୍ଥାୟୀ ଶାନ୍ତି ତଥା ସ୍ଥିରତା ଆସିବ ।
ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବିସ୍ତାର କରିବା ପାଇଁ ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ମଧ୍ୟ ପୁନଃସ୍ଥାପନ କରିଛନ୍ତି ।
ଦୁଇ ନେତା ଆଗାମୀ ଦିନରେ ନିରନ୍ତର ଯୋଗାଯୋଗରେ ରହିବାକୁ ସହମତି ପ୍ରକାଶ କରିଛନ୍ତି ।
SR
(रिलीज़ आईडी: 2277498)
आगंतुक पटल : 7
इस विज्ञप्ति को इन भाषाओं में पढ़ें:
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam