ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ସେନେଟର ପେନି ୱଙ୍ଗ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ
प्रविष्टि तिथि:
26 MAY 2026 8:01PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ସେନେଟର ପେନି ୱଙ୍ଗଙ୍କୁ ସାକ୍ଷାତ କରି ଖୁସି ବ୍ୟକ୍ତ କରିଛନ୍ତି।
ଉଭୟ ନେତା ପ୍ରତିରକ୍ଷା, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଣ ଶୃଙ୍ଖଳର ସ୍ଥିରତା ସୁନିଶ୍ଚିତ କରିବା ଭଳି କ୍ଷେତ୍ରରେ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତା ବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି।
ସେମାନେ ପୁନର୍ବାର ଦୋହରାଇଛନ୍ତି ଯେ, ଭାରତ ଏବଂ ଅଷ୍ଟ୍ରେଲିଆ ଏକ ମୁକ୍ତ, ଖୋଲା, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗର ପାଇଁ ଏକାଠି କାମ କରିବା ଜାରି ରଖିବେ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
"ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ସେନେଟର ପେନି ୱଙ୍ଗଙ୍କୁ ସ୍ୱାଗତ କରି ଖୁସି ଲାଗିଲା। ଆମେ ପ୍ରତିରକ୍ଷା, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଣ ଶୃଙ୍ଖଳ ସ୍ଥିରତା ସୁନିଶ୍ଚିତ କରିବା ଭଳି କ୍ଷେତ୍ରରେ ବଢ଼ୁଥିବା ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତା ବିଷୟରେ ଆଲୋଚନା କରିଛୁ। ଭାରତ ଏବଂ ଅଷ୍ଟ୍ରେଲିଆ ଏକ ମୁକ୍ତ, ଖୋଲା, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗର ପାଇଁ କାମ ଜାରି ରଖିବେ।
@SenatorWong"
*****
MT
(रिलीज़ आईडी: 2268475)
आगंतुक पटल : 12
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam