ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କୁ ଫୋନ କଲ ଆସିଥିଲା ଏବଂ ଉଭୟ ନେତା ପଶ୍ଚିମ ଏସିଆର ପରିସ୍ଥିତି ଏବଂ ସାମୁଦ୍ରିକ ସୁରକ୍ଷା ବିଷୟରେ ଆଲୋଚନା କରିଛନ୍ତି

प्रविष्टि तिथि: 16 APR 2026 10:24PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଠାରୁ ଏକ ଫୋନ କଲ୍ ପାଇଥିଲେ

କଥାବାର୍ତ୍ତା ସମୟରେ ଉଭୟ ନେତା ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରିଥିଲେ ସୁରକ୍ଷା ପୁନଃସ୍ଥାପନ ଏବଂ ହରମୁଜ ଜଳ ମାର୍ଗରେ ଜାହାଜ ଚଳାଚଳ ସ୍ୱାଧୀନତା ସୁନିଶ୍ଚିତ କରିବାର ଜରୁରୀ ଆବଶ୍ୟକତା ଉପରେ ସେମାନେ ସହମତ ହୋଇଥିଲେ

ଏହି କ୍ଷେତ୍ରରେ ଏବଂ ଏହା ବାହାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଲାଗି ଘନିଷ୍ଠ ସହଯୋଗ ଜାରି ରଖିବା ଲାଗି ଉଭୟ ନେତା ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

"ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଠାରୁ ଏକ ଫୋନ୍ କଲ୍ ପାଇଛି ଆମେ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଆଲୋଚନା କରିଛୁ ଏବଂ ହରମୁଜ ଜଳମାର୍ଗରେ ସୁରକ୍ଷା ଏବଂ ଜାହାଜ ଚଳାଚଳ ସ୍ୱାଧୀନତାକୁ ତୁରନ୍ତ ପୁନଃସ୍ଥାପନ କରିବାର ଆବଶ୍ୟକତା ଉପରେ ସହମତ ହୋଇଛୁ

ଏହି କ୍ଷେତ୍ରରେ ଏବଂ ଏହା ବାହାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଆମେ ଆମର ଘନିଷ୍ଠ ସହଯୋଗ ଜାରି ରଖିବୁ ’’

HS


(रिलीज़ आईडी: 2254736) आगंतुक पटल : 23
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Manipuri , Bengali , Assamese , Punjabi , Gujarati , Telugu , Kannada , Malayalam