କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବ୍ୟକ୍ତିଗତ ଭାବରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା ଏବଂ କୁଆପଥର ବର୍ଷାର ଅନୁଧ୍ୟାନ କଲେ
କୁଆପଥର ମାଡ, ପ୍ରବଳ ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତି ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଶିବରାଜ ସିଂହ ଚୌହାନ
ଚାଷୀ ଭାଇ ଭଉଣୀମାନେ ଚିନ୍ତା କରିବା ଆବଶ୍ୟକ ନାହିଁ, ଏହି କଷ୍ଟକର ସମୟରେ ମୋଦି ସରକାର ଚାଷୀଙ୍କ ସହିତ ଠିଆ ହୋଇଛନ୍ତି: ଶ୍ରୀ ଚୌହାନ
ପୋଷ୍ଟ କରାଯିବା ଦିନାଙ୍କ:
05 APR 2026 12:15PM by PIB Bhubaneswar
କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ବିଭିନ୍ନ ରାଜ୍ୟରେ ହୋଇଥିବା ପ୍ରବଳ ବର୍ଷା ଏବଂ କୁଆପଥର ମାଡ଼ର ଅନୁଧ୍ୟାନ କରିଛନ୍ତି। କୁଆପଥର ମାଡ ଏବଂ ପ୍ରବଳ ବର୍ଷା ଯୋଗୁଁ ଫସଲର ହୋଇଥିବା କ୍ଷୟକ୍ଷତିର ତୁରନ୍ତ ସମୀକ୍ଷା କରିବାକୁ କୃଷି ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶିବରାଜ ସିଂହ ଚୌହାନ ।
ଶ୍ରୀ ଚୌହାନ ସମ୍ପୃକ୍ତ ରାଜ୍ୟର କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ସୂଚନା ସଂଗ୍ରହ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ ଚାଷୀ ଭାଇ ଭଉଣୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନଙ୍କର ଚିନ୍ତା କରିବାର କୌଣସି କାରଣ ନାହିଁ, ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ମୋଦି ସରକାର ଚାଷୀଙ୍କ ସହିତ ଅଛନ୍ତି।
ଶ୍ରୀ ଶିବରାଜ ସିଂହ ଶ୍ରୀ ଆଜି ସମ୍ପୃକ୍ତ ରାଜ୍ୟଗୁଡ଼ିକର କୃଷି ମନ୍ତ୍ରୀଙ୍କ ସହ କୁଆପଥର ବର୍ଷା ଏବଂ ପ୍ରବଳ ବର୍ଷା ଯୋଗୁଁ ଫସଲ କ୍ଷତି ସମ୍ପର୍କରେ ମଧ୍ୟ ଆଲୋଚନା କରିବେ।
sws
(ରିଲିଜ ଆଡି: 2254727)
ପରିଦର୍ଶକ କାଉଣ୍ଟର : 21