ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭିଏତନାମର ରାଷ୍ଟ୍ରପତି ଭାବେ ନିର୍ବାଚିତ ଶ୍ରୀ ଟୋ ଲାମଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 07 APR 2026 12:32PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଷ୍ଟର ଟୋ ଲାମଙ୍କୁ ଭିଏତନାମ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି

ନୂତନ ରାଷ୍ଟ୍ରପତିଙ୍କ ନେତୃତ୍ୱ ଉପରେ ଆତ୍ମବିଶ୍ୱାସ ପ୍ରକଟ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ଭିଏତନାମ ମଧ୍ୟରେ ସମୟ-ପରୀକ୍ଷିତ ବନ୍ଧୁତ୍ୱ ଆହୁରି ମଜଭୁତ ହେବଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଉଭୟ ରାଷ୍ଟ୍ର ଏବଂ ଏହି କ୍ଷେତ୍ରର ଜନସାଧାରଣଙ୍କ ପ୍ରଗତି ଏବଂ ସମୃଦ୍ଧି ପାଇଁ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର କରିବା ଲାଗି ସେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ

ପ୍ରଧାନମନ୍ତ୍ରୀ 'ଏକ୍ସଉପରେ ଲେଖିଛନ୍ତି:

"ଭିଏତନାମ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ମିଷ୍ଟର ଟୋ ଲାମଙ୍କୁ ହାର୍ଦ୍ଦିକ ଅଭିନନ୍ଦନମୋର ବିଶ୍ୱାସ ଯେ ତାଙ୍କ ନେତୃତ୍ୱରେ ଆମ ଦୁଇ ଦେଶ ମଧ୍ୟରେ ସମୟ-ପରୀକ୍ଷିତ ବନ୍ଧୁତ୍ୱ ଆହୁରି ମଜଭୁତ ହେବଆମ ଲୋକ ଏବଂ ଏହି ଅଞ୍ଚଳର ପ୍ରଗତି ଏବଂ ସମୃଦ୍ଧି ପାଇଁ ଆମର ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ମୁଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି ।’’

HS


(ରିଲିଜ ଆଡି: 2249723) ପରିଦର୍ଶକ କାଉଣ୍ଟର : 18