ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କାଜାକସ୍ତାନର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
18 FEB 2026 6:34PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ଦ୍ୱାରା ଆୟୋଜିତ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଅବସରରେ ନୂଆଦିଲ୍ଲୀରେ
କାଜାକସ୍ତାନର ପ୍ରଧାନମନ୍ତ୍ରୀ ମହାମାନ୍ୟ ଶ୍ରୀ ଅଲଜାସ ବେକଟେନୋଭଙ୍କ ସହିତ ସାକ୍ଷାତ୍ କରିଥିଲେ।
ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବେକଟେନୋଭଙ୍କ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ, ଯାହା ସାମାଜିକ ମଙ୍ଗଳ ତଥା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଟେକ୍ନୋଲୋଜୀର ବ୍ୟବହାର ନିମନ୍ତେ ଉଭୟ ଦେଶର ସହଭାଗୀ ପ୍ରତିବଦ୍ଧତାକୁ ଉଲ୍ଲେଖ କରୁଛି। ରାଜନୈତିକ, ବାଣିଜ୍ୟ, ପ୍ରତିରକ୍ଷା ଓ ସୁରକ୍ଷା, ସଂଯୋଗୀକରଣ, ଶକ୍ତି, ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଏବଂ ଜନସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରକୁ ନେଇ ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିଥିଲେ।
ଏକ୍ସ ରେ ଅଲଗା ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
"ପ୍ରଧାନମନ୍ତ୍ରୀ ଅଲଜାସ୍ ବେକଟେନୋଭ ଏବଂ ମୁଁ ଏହା ପୂର୍ବରୁ ସାକ୍ଷାତ କରିଥିଲୁ। ତାଙ୍କର ଏହି ଗସ୍ତ ଭାରତ-କାଜାକସ୍ତାନର ରଣନୀତିକ ଭାଗିଦାରୀକୁ ଆହୁରି ସୁଦୃଢ କରିବ। ବାଣିଜ୍ୟ, ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ବିରଳ ମୃତ୍ତିକା, ପ୍ରତିରକ୍ଷା, ସଂଯୋଗ ଏବଂ ମହାକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଅପାର ସମ୍ଭାବନା ରହିଛି। ଆମର ବନ୍ଧୁତାକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ ଜାରି ରଖିବୁ।‘’
*****
MT
(ରିଲିଜ ଆଡି: 2248833)
ପରିଦର୍ଶକ କାଉଣ୍ଟର : 14
ଏହି ରିଲିଜ ପଢନ୍ତୁ :
हिन्दी
,
English
,
Urdu
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam