ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୭ ଫେବୃଆରୀରେ “ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା, ସଂସ୍କାର ଓ ଆର୍ଥିକ ବ୍ୟବସ୍ଥା” ବିଷୟକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ପୋଷ୍ଟ ବଜେଟ ୱେବିନାରର ଏହି ପ୍ରଥମ ଶୃଙ୍ଖଳ କେନ୍ଦ୍ର ବଜେଟରୁ ଉଦ୍ଭବ ହୋଇଥିବା ପ୍ରମୁଖ ବିଷୟବସ୍ତୁ ଉପରେ ଆଧାରିତ
ପୋଷ୍ଟ କରାଯିବା ଦିନାଙ୍କ:
26 FEB 2026 8:07PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୭ ତାରିଖରେ ପ୍ରାୟ ୧୧:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ "ବକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା, ସଂସ୍କାର ଓ ଅର୍ଥ ବ୍ୟବସ୍ଥା" ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରରେ ସମ୍ବୋଧିତ କରିବେ। ୱେବିନାରରେ ସାର୍ବଜନୀନ ପୁଞ୍ଜି ବିନିଯୋଗ, ଭିତ୍ତିଭୂମି, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସଂସ୍କାର, ଆର୍ଥିକ କ୍ଷେତ୍ର ଗଠନ, ପୁଞ୍ଜି ବଜାରକୁ ଆହୁରି ସଶକ୍ତ କରିବା ଏବଂ ଟିକସ ସଂସ୍କାର ମାଧ୍ୟମରେ ଜୀବନଧାରଣ ମାନକୁ ସହଜ କରିବା ଭଳି ବିଷୟରେ ଆଲୋଚନା ହେବ।
ଏହି ୱେବିନାର ହେଉଛି କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ରୁ ଉଦ୍ଭବ ହୋଇଥିବା ପ୍ରମୁଖ ବିଷୟବସ୍ତୁ ଉପରେ ଆୟୋଜିତ ପୋଷ୍ଟ ବଜେଟ୍ ୱେବିନାର ସିରିଜର ପ୍ରଥମ ପର୍ଯ୍ୟାୟ। ଏହି ୱେବିନାରଗୁଡ଼ିକର ଲକ୍ଷ୍ୟ ହେଉଛି ବିଗତ ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବା ଏବଂ ଅଂଶଗ୍ରହଣକାରୀମାନଙ୍କଠାରୁ ସଂଗଠିତ ମତାମତ ପାଇବା। ଏହା ଦ୍ୱାରା ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଘୋଷଣାଗୁଡ଼ିକର ଫଳାଫଳ-କେନ୍ଦ୍ରିକ କାର୍ଯ୍ୟାନ୍ୱୟନକୁ ସୁଦୃଢ଼ ଓ ସୁନିଶ୍ଚିତ କରାଯାଇପାରିବ। ଯାହା ଦ୍ଵାରା ବିଭିନ୍ନ ଅଂଶୀଦାରଙ୍କ ବ୍ୟବହାରିକ ଅଭିଜ୍ଞତା ଓ ଅନ୍ତର୍ଦୃଷ୍ଟିକୁ ଆକର୍ଷିତ କରାଯାଇପାରିବ। ଏହି ଓ୍ୱେବିନାରଗୁଡ଼ିକ ଦ୍ୱାରା ଶିଳ୍ପ, ଆର୍ଥିକ ପ୍ରତିଷ୍ଠାନ, ବଜାର ଅଂଶଗ୍ରହଣକାରୀ, ସରକାର, ଶିଳ୍ପ ନିୟାମକ ଏବଂ ଶିକ୍ଷାନୁଷ୍ଠାନର ଅଂଶୀଦାରମାନଙ୍କୁ ଏକତ୍ର କରି ପ୍ରମୁଖ ବଜେଟ୍ ଘୋଷଣାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପଥ ଉପରେ ବିଚାର ବିମର୍ଶ କରାଯାଇପାରିବ।
*****
MT
(ରିଲିଜ ଆଡି: 2248822)
ପରିଦର୍ଶକ କାଉଣ୍ଟର : 6
ଏହି ରିଲିଜ ପଢନ୍ତୁ :
Telugu
,
Kannada
,
Malayalam
,
Tamil
,
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati