ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାହାରିନ ରାଜାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଇଦ୍ର ଶୁଭେଚ୍ଛା ଜଣାଇବା ସହ ଶକ୍ତି ଏବଂ ନାଗରିକ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
20 MAR 2026 7:57PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାହାରିନର ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ କଥା ହୋଇଛନ୍ତି । ଏହି ଆଲୋଚନାର ଉଦ୍ଦେଶ୍ୟ ଉତ୍ସବର ଶୁଭେଚ୍ଛା ଏବଂ ଆଞ୍ଚଳିକ ସୁରକ୍ଷା ସହିତ ଜଡିତ ସମସ୍ୟାର ସମାଧାନ ଥିଲା ।
ପ୍ରଧାନମନ୍ତ୍ରୀ ରାଜା ହମାଦ ବିନ ଇସା ଅଲ୍ ଖଲିଫାଙ୍କ ସହ କଥା ହେବା ସହ ତାଙ୍କୁ ତଥା ବାହାରିନର ଲୋକମାନଙ୍କୁ ଇଦ୍ ଅଲ୍-ଫିତର ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ଆଲୋଚନା ସମୟରେ, ଉଭୟ ନେତା ପଶ୍ଚିମ ଏସୀୟ କ୍ଷେତ୍ରର ସାମ୍ପ୍ରଦିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଶକ୍ତି ଏବଂ ନାଗରିକ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ବିଶ୍ୱ ଖାଦ୍ୟ, ଇନ୍ଧନ ଏବଂ ସାର ସୁରକ୍ଷା ଉପରେ ଏହାର ପ୍ରତିକୂଳ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ । ଶୀ ମୋଦୀ ନୌଚାଳନାର ସ୍ୱାଧୀନତା ସୁନିଶ୍ଚିତ କରିବା ଏବଂ ଜାହାଜ ଚଳାଚଳ ଲାଇନ୍ ଖୋଲା ଏବଂ ସୁରକ୍ଷିତ ରଖିବାର ଗୁରୁତ୍ୱକୁ ପୁନର୍ବାର ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ବାହାରିନରେ ରହୁଥିବା ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ନିମନ୍ତେ ରାଜାଙ୍କ ଦ୍ୱାରା ଦିଆଯାଉଥିବା ନିରନ୍ତର ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
“ବାହାରିନର ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ଫଳପ୍ରଦ ଆଲୋଚନା ହୋଇଛି । ତାଙ୍କୁ ଏବଂ ବାହାରିନର ଲୋକମାନଙ୍କୁ ଇନ୍ ଅଲ୍-ଫିତର୍ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲି।
ଆମେ ପଶ୍ଚିମ ଏସୀୟ ଅଞ୍ଚଳର ବର୍ତ୍ତମାନର ପରିସ୍ଥିତି ବିଷୟରେ ଆଲୋଚନା କରିଥିଲୁ । ଏହି ଅଞ୍ଚଳର ଶକ୍ତି ଏବଂ ନାଗରିକ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ବିଶ୍ୱ ଖାଦ୍ୟ, ଇନ୍ଧନ ଏବଂ ସାର ସୁରକ୍ଷା କ୍ଷେତ୍ରରେ ଏହାର ପ୍ରତିକୂଳ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲୁ ।
ନୌଚାଳନାରେ ସ୍ୱାଧୀନତା ସୁନିଶ୍ଚିତ କରିବା ଏବଂ ଜାହାଜ ଚଳାଚଳ ଲାଇନ୍ ଖୋଲା ତଥା ସୁରକ୍ଷିତ ରଖିବାର ଗୁରୁତ୍ୱକୁ ଦୋହରାଇଥିଲୁ ।
ବାହାରିନରେ ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ନିମନ୍ତେ ତାଙ୍କର ନିରନ୍ତର ସମର୍ଥନ ପାଇଁ ରାଜାଙ୍କୁ କୃତଜ୍ଞତା ଜଣାଇଥିଲି ।”
SR
(ରିଲିଜ ଆଡି: 2245539)
ପରିଦର୍ଶକ କାଉଣ୍ଟର : 12
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam