ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

ବାରବାଙ୍କୀ ରୁ ବହରାଇଚ୍ ୪-ଲେନ୍ ପ୍ରବେଶ-ନିୟନ୍ତ୍ରିତ ଜାତୀୟ ରାଜପଥ - ୯୨୭ ନିର୍ମାଣକୁ କ୍ୟାବିନେଟ ଅନୁମୋଦନ


ହାଇବ୍ରିଡ୍ ଆନୁଇଟି ମୋଡରେ ଉତ୍ତର ପ୍ରଦେଶରେ ବାରବାଙ୍କୀରୁ ବହରାଇଚ୍ (୧୦୧.୫୧୫ କିଲୋମିଟର) ପର୍ଯ୍ୟନ୍ତ ୪-ଲେନ୍ ପ୍ରବେଶ-ନିୟନ୍ତ୍ରିତ ଜାତୀୟ ରାଜପଥ - ୯୨୭ ନିର୍ମାଣକୁ କ୍ୟାବିନେଟ ଅନୁମୋଦନ : ୬୯୬୯.୦୪ କୋଟି ଟଙ୍କା ବ୍ୟୟ ଅଟକଳ

ପୋଷ୍ଟ କରାଯିବା ଦିନାଙ୍କ: 18 MAR 2026 4:10PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ୬୯୬୯.୦୪ କୋଟି ଟଙ୍କା ବ୍ୟୟରେ ହାଇବ୍ରିଡ୍ ଆନୁଇଟି ମୋଡ୍ ରେ (ଏଚଏଏମ୍) ଉତ୍ତର ପ୍ରଦେଶର ବାରବାଙ୍କୀରୁ ବହରାଇଚ୍ (୧୦୧.୫୧୫ କିଲୋମିଟର) ପର୍ଯ୍ୟନ୍ତ ଏକ ୪ ଲେନ୍ ବିଶିଷ୍ଟ ପ୍ରବେଶ-ନିୟନ୍ତ୍ରିତ ଜାତୀୟ ରାଜପଥ- ୯୨୭ ନିର୍ମାଣକୁ ଅନୁମୋଦନ କରିଛନ୍ତି।

ଉତ୍ତର ପ୍ରଦେଶର ରାଜପଥ- ୯୨୭ ର ବାରବାଙ୍କୀରୁ ବହରାଇଚ୍ ସେକ୍ସନର ପ୍ରସ୍ତାବିତ ଉନ୍ନତିକରଣ ବାରବାଙ୍କୀ ଏବଂ ବହରାଇଚ୍ ଜିଲ୍ଲାର ସହରାଞ୍ଚଳରେ ରହିଥିବା ଗମ୍ଭୀର ଜ୍ୟାମିତିକ ସମସ୍ୟା , ତୀକ୍ଷ୍ଣ ବୁଲାଣି ଏବଂ ଭିଡ଼ ସମସ୍ୟାକୁ ସମାଧାନ କରିବ। ନିରନ୍ତର ସେବା ରାସ୍ତା ସହିତ ଏକ ପ୍ରବେଶ-ନିୟନ୍ତ୍ରିତ ୪ -ଲେନ୍ ରାଜପଥ ଭାବରେ ଡିଜାଇନ୍ କରାଯାଇଥିବା ଏହି ପ୍ରକଳ୍ପ ପ୍ରମୁଖ ଆବାସିକ ଅଞ୍ଚଳଗୁଡ଼ିକୁ ବାଇପାସ୍ କରିବ, ହାରାହାରି ଯାତ୍ରା ଗତି ବୃଦ୍ଧି କରିବ, ଯାତ୍ରା ସମୟକୁ ପ୍ରାୟ ଏକ ଘଣ୍ଟାକୁ ହ୍ରାସ କରିବ। ଏହା ସଡ଼କ ସୁରକ୍ଷା, ଇନ୍ଧନ ଦକ୍ଷତା ଏବଂ ଯାନବାହାନ ପରିଚାଳନା ଖର୍ଚ୍ଚରେ ସାମଗ୍ରିକ ଉନ୍ନତି ଆଣିବ। ଏହା ଦ୍ୱାରା ଆଞ୍ଚଳିକ ଗତିଶୀଳତା ଏବଂ ସାମାଜିକ - ଆର୍ଥିକ ବିକାଶ ବୃଦ୍ଧି ପାଇବ।

ଏହି ପ୍ରକଳ୍ପ ଉତ୍ତର ପ୍ରଦେଶର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ଲଜିଷ୍ଟିକ୍ସ ହବ୍ ମଧ୍ୟରେ ନିର୍ବିଘ୍ନ ସଂଯୋଗ ପ୍ରଦାନ କରିବ। ଏହା ବ୍ୟତୀତ, ଏହି ଅପଗ୍ରେଡ୍ କରିଡର ୩ ଟି ଅର୍ଥନୈତିକ କେନ୍ଦ୍ର, ୨ଟି ସାମାଜିକ କେନ୍ଦ୍ର ଏବଂ ୧୨ଟି ଲଜିଷ୍ଟିକ୍ସ ହବ୍ ସହିତ ସଂଯୋଗ କରି ମଲ୍ଟି-ମୋଡାଲ୍ ସମନ୍ୱୟକୁ ପ୍ରୋତ୍ସାହିତ କରିବ। ଏହା ରୂପାଇଡିହା ସ୍ଥଳ ବନ୍ଦର ଏବଂ ବିଭିନ୍ନ ବିମାନବନ୍ଦର ସହିତ ଉନ୍ନତ ମଲ୍ଟି-ମୋଡାଲ୍ ସଂଯୋଗ ପ୍ରଦାନ କରିବ, ଯାହା ଦ୍ଵାରା ସମଗ୍ର ଅଞ୍ଚଳରେ ସାମଗ୍ରୀ ଏବଂ ଯାତ୍ରୀଙ୍କ ଗତିବିଧିକୁ ତ୍ୱରାନ୍ୱିତ କରିବ। ଏହାର ସମ୍ପୂର୍ଣ ହେବା ପରେ, ଏହି ପ୍ରକଳ୍ପ ନେପାଳଗଞ୍ଜ ସୀମା ଦେଇ ଭାରତ ଏବଂ ନେପାଳ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୀମାପାର ବାଣିଜ୍ୟ ଏବଂ ପରିବହନ କରିଡର ଭାବରେ ରଣନୈତିକ ଭାବରେ ପ୍ରତିଷ୍ଠିତ ହେବ। ଏହା ରୂପାଇଡିହା ସ୍ଥଳ ବନ୍ଦରକୁ ଯାତାୟତ କ୍ଷେତ୍ରରେ ଉଲ୍ଲେଖନୀୟ ଭାବରେ ଉନ୍ନତ କରିବ। ବହରାଇଚ ଏବଂ ଶ୍ରାବସ୍ତି ଭଳି ଦୂରଦୂରାନ୍ତ ଜିଲ୍ଲାଗୁଡ଼ିକୁ ସଂଯୋଗୀକରଣ ବୃଦ୍ଧି କରିବ, ପ୍ରଧାନମନ୍ତ୍ରୀ ଗତିଶକ୍ତି ପଦକ୍ଷେପ ଅଧୀନରେ ଅର୍ଥନୈତିକ ଏବଂ ଲଜିଷ୍ଟିକ୍ସ ହବ୍‌ଗୁଡ଼ିକୁ ସମର୍ଥନ କରିବ ଏବଂ କୃଷି -ବ୍ୟବସାୟ, ପର୍ଯ୍ୟଟନ, ସୀମାପାର ବାଣିଜ୍ୟ ଏବଂ ଆଞ୍ଚଳିକ ନିବେଶକୁ ପ୍ରୋତ୍ସାହିତ କରିବ।

କରିଡରର ମାନଚିତ୍ର :

 

ପ୍ରକଳ୍ପ ବିବରଣୀ :

 

Feature

Details

Project Name

4-Lane Access-Controlled National Highway-927 from Barabanki to Bahraich

Corridor

Lucknow – Rupaidiha

Length (km)

101.515

Total Civil Cost (Rs Cr.)

3485.49

Land Acquisition Cost (Rs Cr.)

1574.85

Total Capital Cost (Rs Cr.)

6969.04

Mode

Hybrid Annuity Mode (HAM)

Bypasses

48.28 km

Major Roads Connected

National Highways – NH-27, , NH-330B and NH-730

State Highways – SH-13 and SH-30B

Economic / Social / Transport Nodes Connected

Airports: Lucknow & Sharavasti

Railway Stations: Barabanki, Rasauli, Jangirabad, Rafinagar, Bindaura, Burhwal, Chowkaghat, Ghaghraghat, Jarwal and Bahraich

Land Port: Rupaidiha

Economic Nodes: 01 SEZ & 02 Mega Food Park

Social Nodes: 02 Aspirational Districts.

Major Cities / Towns Connected

Barabanki, Ramnagar, Jarwal, Kaisargan, Kundasar, Fakharpur and Bahraich

Employment Generation Potential

36.54 lakhs person-days (direct) & 43.04 lakh person-days (indirect)

Annual Average Daily Traffic (AADT) in FY-28

Estimated at 28,557 (Package-1) and 21,270 (Package-2) Passenger Car Units (PCU)

 

****

SSP


 


(ରିଲିଜ ଆଡି: 2242192) ପରିଦର୍ଶକ କାଉଣ୍ଟର : 9