ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରତିଷ୍ଠା ଦିବସରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 MAR 2026 10:35AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୃଢ଼ ସଂକଳ୍ପ, ଶୃଙ୍ଖଳା ଏବଂ ସମର୍ପଣ ପାଇଁ ଜଣାଶୁଣା ସି. ଆଇ. ଏସ୍. ଏଫ୍. ସାରା ଦେଶରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କର୍ତ୍ତବ୍ୟ ପ୍ରତି ସେମାନଙ୍କର ଅତୁଟ ପ୍ରତିବଦ୍ଧତା ଭାରତର ସୁରକ୍ଷା ଏବଂ ପ୍ରଗତିରେ ବହୁତ ଯୋଗଦାନ ଦେଇଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି:

"ପ୍ରତିଷ୍ଠା ଦିବସରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ସମସ୍ତ କର୍ମଚାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

‘‘ଦୃଢ଼ ସଂକଳ୍ପ, ଶୃଙ୍ଖଳା ଏବଂ ସମର୍ପଣ ପାଇଁ ଜଣାଶୁଣା, ସି. ଆଇ. ଏସ୍. ଏଫ୍. ସାରା ଦେଶରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କର୍ତ୍ତବ୍ୟ ପ୍ରତି ସେମାନଙ୍କର ଅତୁଟ ପ୍ରତିବଦ୍ଧତା ଭାରତର ସୁରକ୍ଷା ଏବଂ ପ୍ରଗତିରେ ବହୁତ ଯୋଗଦାନ ଦେଇଥାଏ ।’’

HS


(ରିଲିଜ ଆଡି: 2240487) ପରିଦର୍ଶକ କାଉଣ୍ଟର : 37