ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏଫ୍‌ଆଇଡିଇ ବିଶ୍ୱ ବ୍ଲିଜ ଚେସ ଚାମ୍ପିଅନସିପରେ ଅର୍ଜୁନ ଏରିଗାଇସି କାଂସ୍ୟ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 31 DEC 2025 9:04AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୋହାରେ ଅନୁଷ୍ଠିତ ଏଫ୍‌ଆଇଡିଇ (FIDE) ବିଶ୍ୱ ବ୍ଲିଜ ଚେସ୍ ଚାମ୍ପିଅନସିପରେ କାଂସ୍ୟ ପଦକ ହାସଲ କରିଥିବାରୁ ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର ଅର୍ଜୁନ ଏରିଗାଇସିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଫ୍‌ଆଇଡିଇ ରାପିଡ୍ ଚେସ୍ ଚାମ୍ପିଅନସିପରେ କାଂସ୍ୟ ପଦକ ଜିତିବା ପରେ ଏହି ସଫଳତା ଆସିଛି, ଯାହା ବିଶ୍ୱ ଚେସ୍ କ୍ଷେତ୍ରରେ ଭାରତ ପାଇଁ ଆଉ ଏକ ଗୌରବର ମୁହୂର୍ତ୍ତ।

 

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:

"ଚେସ୍‌ରେ ଭାରତର ଅଗ୍ରଗତି ଜାରି ରହିଛି!

ସମ୍ପ୍ରତି ଏଫ୍‌ଆଇଡିଇ  ରାପିଡ୍ ଚେସ୍ ଚାମ୍ପିଅନସିପରେ କାଂସ୍ୟ ପଦକ ଜିତିବା ପରେ ଦୋହାରେ ଏଫ୍‌ଆଇଡିଇ ବିଶ୍ୱ ବ୍ଲିଜ ଚେସ୍ ଚାମ୍ପିଅନସିପରେ କାଂସ୍ୟ ପଦକ ହାସଲ କରିଥିବାରୁ ଅର୍ଜୁନ ଏରିଗାଇସିଙ୍କୁ ଅଭିନନ୍ଦନ। ତାଙ୍କର ଦକ୍ଷତା, ଧର୍ଯ୍ୟ ଏବଂ ଆଗ୍ରହ ଅନୁକରଣୀୟ। ତାଙ୍କର ସଫଳତା ଆମର ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ। ତାଙ୍କୁ ମୋର ଶୁଭକାମନା।

@ArjunErigaisi”

 

*****

MT


(ରିଲିଜ ଆଡି: 2237121) ପରିଦର୍ଶକ କାଉଣ୍ଟର : 29