ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୋଟା ବିମାନବନ୍ଦରର ଶିଳାନ୍ୟାସ ସମାରୋହରେ ନିଜ ଅଭିଭାଷଣର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 07 MAR 2026 7:12PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଟା ବିମାନବନ୍ଦରର ଶିଳାନ୍ୟାସ ସମାରୋହରେ ନିଜ ଭାଷଣର କିଛି ଝଲକ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ଓମ୍ ବିର୍ଲା ଲୋକସଭାର ବାଚସ୍ପତି ସହିତ ଜଣେ ଉଚ୍ଚକୋଟୀର ସାଂସଦ ମଧ୍ୟ । ଏକ ଶିକ୍ଷା ନଗରୀରୁ ଆସିବାର ପ୍ରଭାବ ହେଉଛି ଯେ ସେ ସଦନରେ ଜଣେ ମୁଖିଆ ଭାବରେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଛନ୍ତି । ସେ ଦଳୀୟ ସୀମାର ଉର୍ଦ୍ଧ୍ୱରେ ରହି ସମସ୍ତ ସାଂସଦଙ୍କୁ ଉଚ୍ଚ ସମ୍ମାନ ଦିଅନ୍ତି ।

@ombirlakota”

“କୋଟାରେ ଏକ ବିମାନବନ୍ଦର ବିକାଶ କରିବା ଦିଗରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲାଙ୍କ ପ୍ରୟାସକୁ ମୁଁ ପ୍ରଶଂସା କରୁଛି । କୋଟାର ପ୍ରଗତି ପାଇଁ ତାଙ୍କର କାର୍ଯ୍ୟ ସମସ୍ତେ ଦେଖିଛନ୍ତି ।

ଶ୍ରୀ ଓମ୍ ବିର୍ଲା ଜଣେ ଭଲ ଲୋକସଭା ବାଚସ୍ପତି ସହ ଉଚ୍ଚକୋଟୀର ସାଂସଦ ମଧ୍ୟ । ଶିକ୍ଷାର ନଗରୀରୁ ଆସିବାର ପ୍ରଭାବ ହେଉଛି ଯେ ସେ ସମସ୍ତଙ୍କୁ ସାଥିରେ ନେଇ ବେଶ୍ ସୁନ୍ଦର ଭାବରେ ଗୃହ ପରିଚାଳନା କରନ୍ତି । ଦଳୀୟ ସୀମାର ଉର୍ଦ୍ଧ୍ୱରେ ରହି ସେ ସଂସଦର ସମସ୍ତ ସଦସ୍ୟଙ୍କୁ ଉଚ୍ଚ ସମ୍ମାନ ଦେଇଥାନ୍ତି ।

@ombirlakota”

 

SR


(ରିଲିଜ ଆଡି: 2237032) ପରିଦର୍ଶକ କାଉଣ୍ଟର : 47