ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ ଔଷଧି ଦିବସ ୨୦୨୬ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା


‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା’ର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 07 MAR 2026 10:15AM by PIB Bhubaneshwar

ଜନଔଷଧି ଦିବସ ୨୦୨୬ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଦ୍ୱାରା ସକାରାତ୍ମକ ଭାବେ ଉପକୃତ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ପଦକ୍ଷେପ ପ୍ରତ୍ୟେକ ନାଗରିକ ସୁଲଭ ମୂଲ୍ୟରେ ଗୁଣାତ୍ମକ ମାନର ଔଷଧ ପାଇବା ସୁନିଶ୍ଚିତ କରିବା ଲାଗି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଜନ ଔଷଧି କେନ୍ଦ୍ର ମାଧ୍ୟମରେ ଅଗଣିତ ପରିବାର ସ୍ୱାସ୍ଥ୍ୟସେବା ଖର୍ଚ୍ଚ ସଞ୍ଚୟ କରୁଛନ୍ତି ଏବଂ ସଠିକ୍ ଚିକିତ୍ସା ପାଉଛନ୍ତି।

ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନାର ପରିବର୍ତ୍ତନଶୀଳ ପ୍ରଭାବର ଏକ ଝଲକ ସେୟାର କରିଛନ୍ତି। 

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି; 

"ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଦ୍ୱାରା ସକାରାତ୍ମକ ଭାବେ ଉପକୃତ ହୋଇଥିବା ସମସ୍ତଙ୍କୁ ଜନଔଷଧି ଦିବସ ୨୦୨୬ ଅବସରରେ ମୋର ଶୁଭେଚ୍ଛା। ପ୍ରତ୍ୟେକ ନାଗରିକ ସୁଲଭ ମୂଲ୍ୟରେ ଗୁଣାତ୍ମକ ମାନର ଔଷଧ ପାଇପାରିବେ ବୋଲି ସୁନିଶ୍ଚିତ କରିବା ଲାଗି ଏହି ପଦକ୍ଷେପ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଜନଔଷଧି କେନ୍ଦ୍ର ମାଧ୍ୟମରେ ଅସଂଖ୍ୟ ପରିବାର ସ୍ୱାସ୍ଥ୍ୟସେବା ଖର୍ଚ୍ଚରେ ସଞ୍ଚୟ କରୁଛନ୍ତି ଏବଂ ଉପଯୁକ୍ତ ଚିକିତ୍ସା ପାଉଛନ୍ତି ।’’ 

"ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନାର ପରିବର୍ତ୍ତନଶୀଳ ପ୍ରଭାବର ଏକ ଝଲକ।

ଜନଔଷଧି ଦିବସ ୨୦୨୬”

HS


(ରିଲିଜ ଆଡି: 2236463) ପରିଦର୍ଶକ କାଉଣ୍ଟର : 7