ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟର ନାମ ପରିବର୍ତ୍ତନ କରି କେରଳମ୍‍ ରଖିବା ପାଇଁ କୃତଜ୍ଞତା ଜଣାଇବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ବିଶିଷ୍ଟ ମାଲାୟାଲି ସାହିତ୍ୟିକ

ପୋଷ୍ଟ କରାଯିବା ଦିନାଙ୍କ: 27 FEB 2026 7:34PM by PIB Bhubaneswar

ବିଶିଷ୍ଟ ମାଲାୟାଲି ସାହିତ୍ୟିକଙ୍କ ଏକ ଗୋଷ୍ଠୀ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି କେରଳର ନାମ ପରିବର୍ତ୍ତନ କରି କେରଳମ୍‍ କରାଯାଇଥିବା ନେଇ କୃତଜ୍ଞତା ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶିଷ୍ଟ ମାଲାୟାଲି ସାହିତ୍ୟିକମାନଙ୍କୁ ସ୍ୱାଗତ କରି ସେ ଅତ୍ୟନ୍ତ ଖୁସି ଏବଂ ଏହି ବାର୍ତ୍ତାଳାପ ଅତ୍ୟନ୍ତ ଅନ୍ତର୍ଦୃଷ୍ଟିସମ୍ପନ୍ନ ଥିଲା। ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଥିଲେ ଯେ, କେରଳମ୍‍ ଏବଂ ମାଲୟାଲମ ପ୍ରତି ସାହିତ୍ୟିକମାନଙ୍କ ଆବେଗପୂର୍ଣ୍ଣ ପ୍ରତିବଦ୍ଧତାକୁ ଏହି ବୈଠକ ପ୍ରତିଫଳିତ କରିଛି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ସେୟାର କରିଛନ୍ତି;

କେରଳର ନାମ ପରିବର୍ତ୍ତନ କରି 'କେରଳମ୍’ ରଖିଥିବାରୁ କୃତଜ୍ଞତା ଜଣାଇବାକୁ ଆସିଥିବା ବିଶିଷ୍ଟ ମାଲାୟାଲି ସାହିତ୍ୟିକଙ୍କ ଏକ ଦଳକୁ ସ୍ୱାଗତ କରି ମୁଁ ଅତ୍ୟନ୍ତ ଖୁସି।

ଏହି ବାର୍ତ୍ତାଳାପ ଅତ୍ୟନ୍ତ ଅନ୍ତର୍ଦୃଷ୍ଟିସମ୍ପନ୍ନ ଥିଲା ଏବଂ ଏହା କେରଳମ୍‍ ଏବଂ ମାଲାୟାଲମ୍ ପ୍ରତି ସେମାନଙ୍କର ଆବେଗପୂର୍ଣ୍ଣ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।

HS


(ରିଲିଜ ଆଡି: 2234518) ପରିଦର୍ଶକ କାଉଣ୍ଟର : 37