ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୨ ଫେବୃଆରୀରେ ମିରଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 FEB 2026 6:52PM by PIB Bhubaneswar
  • ପ୍ରଧାନମନ୍ତ୍ରୀ ୧୨,୯୩୦ କୋଟିର ପ୍ରକଳ୍ପ ଉଦ୍‌ଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
  • ଦେଶର ପ୍ରଥମ ନମୋ ଭାରତ ଆରଆରଟିଏସ୍ ଉଦ୍‌ଘାଟନ କରିବା ସହ ସମଗ୍ର ଦିଲ୍ଲୀ-ମିରଟ ନମୋ ଭାରତ କରିଡରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
  • ଭାରତର ଦ୍ରୁତତମ ମେଟ୍ରୋ – ମିରଟ ମେଟ୍ରୋର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ
  • ଥମ ପ୍ରକାରର ପଦକ୍ଷେପରେ ନମୋ ଭାରତ ଆରଆରଟିଏସ୍ ଏବଂ ମିରଟ ମେଟ୍ରୋ ସମାନ ଭିତ୍ତିଭୂମିରେ କାର୍ଯ୍ୟ କରିବେ
  • ଏହି ପ୍ରକଳ୍ପଗୁଡିକ ଭାରତରେ ସମନ୍ୱିତ ସହରାଞ୍ଚଳ ଏବଂ ଆଞ୍ଚଳିକ ପରିବହନ ପାଇଁ ଏକ ମାନଦଣ୍ଡ ସ୍ଥାପନ କରିବ

୨୦ ଫେବୃଆରୀ ୨୦୨୬: ପିଆଇବି ଦିଲ୍ଲୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ଫେବୃଆରୀ ୨୦୨୬ରେ ଉତ୍ତର ପ୍ରଦେଶର ମିରଟ ଗସ୍ତ କରିବେ । ମଧ୍ୟ।।ହ୍ନ ପ୍ରାୟ ୧୨:୩୦ ସମୟରେ, ପ୍ରଧାନମନ୍ତ୍ରୀ ଶତାବ୍ଦୀ ନଗର ନମୋ ଭାରତ ଷ୍ଟେସନରେ ମିରଟ ମେଟ୍ରୋ ଏବଂ ନମୋ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେଠାରୁ ସେ ମିରଟ ଦକ୍ଷିଣ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋ ଯାତ୍ରା କରିବେ । ପ୍ରାୟ ୧ ଟା ସମୟରେ, ପ୍ରଧାନମନ୍ତ୍ରୀ ମିରଟରେ ପ୍ରାୟ ୧୨,୯୩୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ସମଗ୍ର ୮୨ କିଲୋମିଟର ଦିଲ୍ଲୀ-ମିରଟ ନମୋ ଭାରତ କରିଡରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେ ଭାରତର ପ୍ରଥମ ନମୋ ଭାରତ ଆଞ୍ଚଳିକ ଦ୍ରୁତ ପରିବହନ ପ୍ରଣାଳୀ (ଆରଆରଟିଏସ୍‌)ର ଅବଶିଷ୍ଟ ଅଂଶଗୁଡିକ ଉଦ୍‌ଘାଟନ କରିବେ । ଏଥିରେ ଦିଲ୍ଲୀର ସରାଇ କାଲେ ଖାନ ଏବଂ ନ୍ୟୁ ଅଶୋକ ନଗର ମଧ୍ୟରେ ୫ କିଲୋମିଟର ସେକ୍ସନ ଏବଂ ଉତ୍ତର ପ୍ରଦେଶର ମିରଟ ଦକ୍ଷିଣ ଏବଂ ମୋଦିପୁରମ୍ ମଧ୍ୟରେ ୨୧ କିଲୋମିଟର ସେକ୍ସନ ଅନ୍ତର୍ଭୁକ୍ତ ।

ଘଣ୍ଟା ପ୍ରତି ୧୮୦ କିଲୋମିଟର ଗତି ସହିତ, ନମୋ ଭାରତ ହେଉଛି ଭାରତର ପ୍ରଥମ ଆଞ୍ଚଳିକ ଦ୍ରୁତ ପରିବହନ ପ୍ରଣାଳୀ । ଏହା ସାହିବାବାଦ, ଗାଜିଆବାଦ, ମୋଦିନଗର ଏବଂ ମିରଟ ଭଳି ପ୍ରମୁଖ ସହରାଞ୍ଚଳ କେନ୍ଦ୍ରଗୁଡିକୁ ଦ୍ରୁତ ଗତିରେ ଦିଲ୍ଲୀ ସହିତ ସଂଯୋଗ କରିବ ।

କରିଡରର ଉତ୍ପତିସ୍ଥଳ ସରାଇ କାଲେ ଖାନ, ଏହି ଉଦ୍‌ଘାଟନ ସହିତ କାର୍ଯ୍ୟକ୍ଷମ ହେବାକୁ ଥିବା ରାରୋଟି ନମୋ ଭାରତ ଷ୍ଟେସନ ମଧ୍ୟରୁ ଗୋଟିଏ । ଏହା ଏକ ପ୍ରମୁଖ ମଲ୍ଟି-ମୋଡାଲ ହବ୍ ରୂପରେ ରଣନୈତିକ ଭାବରେ ଅବସ୍ଥିତ, ଯାହା ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ, ଦିଲ୍ଲୀ ମେଟ୍ରୋରେ ପିଙ୍କ ଲାଇନ, ବୀର କହୀକତ ରାୟ ଆଇଏସ୍‌ବିଟି ଏବଂ ରିଙ୍ଗ ରୋଡକୁ ସୁଗମ ଭାବରେ ସଂଯୋଗ କରୁଛି । କାର୍ଯ୍ୟକ୍ଷମ ହେବାକୁ ଥିବା ଅନ୍ୟ ତିନିଟି ନମୋ ଭାରତ ଷ୍ଟେସନ, ଶତାବ୍ଦୀ ନଗର, ବେଗମପୁର ଏବଂ ମୋଦିପୁରମ ମିରଟରେ ରହିଛି ।

ପ୍ରଧାନମନ୍ତ୍ରୀ ମିରଟ ଦକ୍ଷିଣ ଏବଂ ମୋଦିପୁରମ ମଧ୍ୟରେ ମିରଟ ମେଟ୍ରୋ ସେବା ମଧ୍ୟ ଉଦ୍‌ଘାଟନ କରିବେ, ଯାହା ନମୋ ଭାରତ ପରି ସମାନ ଭିତ୍ତିଭୂମିରେ କାର୍ଯ୍ୟ କରିବ । ଏହା ଦେଶର ପ୍ରଥମ ପଦକ୍ଷେପ । ମିରଟ ମେଟ୍ରୋ ଭାରତର ସବୁଠାରୁ ଦ୍ରୁତତମ ମେଟ୍ରୋ ସିଷ୍ଟମ ହେବ ଯାହାର ସର୍ବାଧିକ ଗତି ଘଣ୍ଟା ପ୍ରତି ପ୍ରାୟ ୧୨୦ କିଲୋମିଟର ହେବ । ମେଟ୍ରୋ ସମସ୍ତ ନିର୍ଦ୍ଧାରିତ ରହଣି ସହିତ କେବଳ ୩୦ ମିନିଟ ମଧ୍ୟରେ ସମଗ୍ର ଦୂରତା ସମ୍ପୂର୍ଣ୍ଣ କରିବ । ସମାନ ଭିତ୍ତିଭୂମିରେ ନମୋ ଭାରତ ଏବଂ ମିରଟ ମେଟ୍ରୋର ଏହି ନିର୍ବିଘ୍ନ ସମନ୍ୱୟ ଦ୍ରୁତ ଗତି ବିଶିଷ୍ଟ ଆନ୍ତଃନଗର ଯାତ୍ରା ଏବଂ ଦ୍ରୁତ ଆନ୍ତଃନଗର ପରିବହନ ସୁନିଶ୍ଚିତ କରିବ । ଏହା ଭାରତରେ ସମନ୍ୱିତ ସହରାଞ୍ଚଳ ଏବଂ ଆଞ୍ଚଳିକ ପରିବହନ ପାଇଁ ଏକ ମାନଦଣ୍ଡ ସ୍ଥାପନ କରିବ । ଏହା ଫଳରେ ସଡକରେ ଟ୍ରାଫିକ ହ୍ରାସ ପାଇବା ସହ ଯାନବାହନରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ପରିମାଣ ମଧ୍ୟ ଉଲ୍ଲେଖନୀୟ ହ୍ରାସ ପାଇବ ।

ଏହି ପ୍ରକଳ୍ପଗୁଡିକ ପ୍ରଧାନମନ୍ତ୍ରୀଙ୍କ ସହରାଞ୍ଚଳ ଗତିଶୀଳତାକୁ ପରିବର୍ତ୍ତନ କରିବା ଏବଂ ନାଗରିକମାନଙ୍କ ପାଇଁ ସହଜ ଜୀବନଯାପନକୁ ଉନ୍ନତ କରୁଥିବା ସୁନିଶ୍ଚିତ, ଦକ୍ଷ, ଆଧୁନିକ ଏବଂ ସ୍ଥାୟୀ ସାର୍ବଜନୀନ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବାର ଦୃଷ୍ଟିକୋଣକୁ ଆହୁରି ପ୍ରୋତ୍ସାହିତ କରିବ ।

 

SR

 


(ରିଲିଜ ଆଡି: 2232596) ପରିଦର୍ଶକ କାଉଣ୍ଟର : 49