ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ପୋଷ୍ଟ କରାଯିବା ଦିନାଙ୍କ:
20 FEB 2026 9:49PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଭାରତ-ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକାଙ୍କୁ ଭେଟିଛନ୍ତି । ଡିସେମ୍ବର ୨୦୨୪ରେ ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ତାଙ୍କର ଗସ୍ତ ପରେ ଏହା ଶ୍ରୀ ଦିସାନାୟକାଙ୍କ ଦ୍ୱିତୀୟ ଭାରତ ଗସ୍ତ।
ଦୁଇ ନେତା ଏପ୍ରିଲ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଶ୍ରୀଲଙ୍କା ଗସ୍ତ ସମେତ ସମ୍ପ୍ରତି ଉଚ୍ଚସ୍ତରୀୟ ଗସ୍ତରୁ ଦ୍ୱିପାକ୍ଷିକ ପଦକ୍ଷେପରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ । ନେତାମାନେ ଭୌତିକ, ଡିଜିଟାଲ ଏବଂ ଶକ୍ତି ସଂଯୋଗର ପ୍ରମୁଖ ସ୍ତମ୍ଭଗୁଡିକରେ ସହଯୋଗକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସମାନ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ବିକାଶ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ପ୍ରଯୁକ୍ତିର ଭୂମିକାକୁ ସ୍ୱୀକାର କରି, ସେମାନେ କୃତ୍ରିମ ବୁଦ୍ଧିମତ୍ତାର ନିୟୋଜନରେ ସମନ୍ୱୟ ସ୍ଥାପନ ଉପରେ ମଧ୍ୟ ମତ ବିନିମୟ କରିଥିଲେ ।
ରାଷ୍ଟ୍ରପତି ଦିସାନାୟକା ଘୂର୍ଣ୍ଣିବାତ୍ୟା ଦିତୱାହ ପରେ ଭାରତର ଦ୍ରୁତ ଏବଂ ନିଃସର୍ତ୍ତ ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ । ସର୍ବପ୍ରଥମ ସହାୟତା ଯୋଗଣକାରୀ ଦେଶ ଭାବରେ, ଭାରତ ଜରୁରୀକାଳୀନ ରିଲିଫ ଯୋଗାଣ ଯୋଗାଇ ଦେଇଥିଲା ଏବଂ ‘ଅପରେସନ ସାଗର ବନ୍ଧୁ’ ଅଧିନରେ ସନ୍ଧାନ ଏବଂ ଉଦ୍ଧାର ପ୍ରୟାସରେ ସହଯୋଗ କରିଥିଲା । ୪୫୦ ନିୟୁତ ଆମେରିକୀୟ ଡଲାର ସହାୟତା ପ୍ୟାକେଜ ମାଧ୍ୟମରେ ପୁନଃନିର୍ମାଣ ଏବଂ ପୁନର୍ବାସ ଦିଗରେ ଭାରତର ପକ୍ଷରୁ ଜାରି ସମର୍ଥନ ଉପରେ ସନ୍ତୋଷ ପ୍ରକାଶ କରିଥିଲେ ।
ଶ୍ରୀଲଙ୍କାରେ ନିକଟରେ ଶେଷ ହୋଇଥିବା ପବିତ୍ର ଦେବନିମୋରୀ କୀର୍ତ୍ତିରାଜି ପ୍ରଦର୍ଶନୀର ସଫଳତାକୁ ସ୍ୱାଗତ କରି, ଦୁଇ ନେତା ସଭ୍ୟତାଗୁଡିକ ମଧ୍ୟରେ ମଜବୁତ ସମ୍ପର୍କ ଭାରତ-ଶ୍ରୀଲଙ୍କା ସହଭାଗୀତାକୁ ଅତୁଳନୀୟ ଲାଭ ପ୍ରଦାନ କରିବ ବୋଲି ଗୁରୁତ୍ୱାରୋପ କରିଛନ୍ତି ।
ଶ୍ରୀଲଙ୍କାର ସ୍ଥାୟୀ ବିକାଶମୂଳକ ଆବଶ୍ୟକତା ପୂରଣ କରିବା ଏବଂ ଭାରତ ମହାସାଗର କ୍ଷେତ୍ରର ସ୍ଥିରତାରେ ଯୋଗଦାନ ଦେବା ପାଇଁ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଆଗକୁ ବଢ଼ାଇବାକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ନେତାମାନେ ସହମତ ହୋଇଛନ୍ତି ।
SR
(ରିଲିଜ ଆଡି: 2232587)
ପରିଦର୍ଶକ କାଉଣ୍ଟର : 38
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam