ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି
ପୋଷ୍ଟ କରାଯିବା ଦିନାଙ୍କ:
24 FEB 2026 3:37PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ବିପଣନ ଋତୁ ୨୦୨୬-୨୭ ପାଇଁ କଞ୍ଚାମାଲ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କୁ ମଞ୍ଜୁରି ଦେଇଛନ୍ତି।
୨୦୨୬-୨୭ ଋତୁ ପାଇଁ ଝୋଟ (ଟିଡି ୩ ଗ୍ରେଡ୍)ର ଏମ୍ଏସପି କ୍ୱିଣ୍ଟାଲ ପିଛା ୫,୯୨୫ ଟଙ୍କା ସ୍ଥିର କରାଯାଇଛି। ଏହା ସର୍ବଭାରତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ୬୧.୮ ପ୍ରତିଶତ ଲାଭ ସୁନିଶ୍ଚିତ କରିବ। ବିପଣନ ଋତୁ ୨୦୨୬-୨୬ ପାଇଁ ଝୋଟ ପାଇଁ ଘୋଷିତ ଏମ୍ଏସପି ବଜେଟ ୨୦୧୮-୧୯ରେ ସରକାରଙ୍କ ଦ୍ୱାରା ଘୋଷିତ ସର୍ବଭାରତୀୟ ହାରାହାରି ଉତ୍ପାଦନ ମୂଲ୍ୟର ଅତି କମରେ ଦେଢ଼ ଗୁଣ ସ୍ତରରେ ଏମ୍ଏସପି ସ୍ଥିର କରିବାର ନୀତି ଅନୁରୂପ ଅଟେ।
ବିପଣନ ଋତୁ ୨୦୨୬-୨୭ ପାଇଁ ଝୋଟର ଏମ୍ଏସପି ପୂର୍ବ ବିପଣନ ଋତୁ ୨୦୨୫-୨୬ ତୁଳନାରେ କ୍ୱିଣ୍ଟାଲ ପିଛା ୨୭୫/- ଟଙ୍କା ବୃଦ୍ଧି ପାଇଛି। ସରକାର ଝୋଟର ଏମ୍ଏସପି କ୍ୱିଣ୍ଟାଲ ପିଛା ୨,୪୦୦/- ଟଙ୍କାରୁ ବୃଦ୍ଧି କରି ୨୦୨୬-୨୭ ରେ କ୍ୱିଣ୍ଟାଲ ପିଛା ୫,୯୨୫/- ଟଙ୍କା କରିଛନ୍ତି, ଯାହା କ୍ୱିଣ୍ଟାଲ ପିଛା ୩,୫୨୫/- ଟଙ୍କା (୨.୫ ଗୁଣ) ବୃଦ୍ଧି ରେକର୍ଡ କରିଛି।
୨୦୧୪-୧୫ ରୁ ୨୦୨୫-୨୬ ମଧ୍ୟରେ ଝୋଟ ଚାଷୀମାନଙ୍କୁ ପ୍ରଦାନ କରାଯାଇଥିବା ଏମ୍ଏସପି ପରିମାଣ ୧,୩୪୨ କୋଟି ଟଙ୍କା ଥିବାବେଳେ ୨୦୦୪-୦୫ ରୁ ୨୦୧୩-୧୪ ମଧ୍ୟରେ ପ୍ରଦାନ କରାଯାଇଥିବା ପରିମାଣ ୪୪୧ କୋଟି ଟଙ୍କା ଥିଲା।
ଭାରତୀୟ ଝୋଟ ନିଗମ (ଜେସିଆଇ) କେନ୍ଦ୍ର ସରକାରଙ୍କ ନୋଡାଲ ଏଜେନ୍ସି ଭାବେ ମୂଲ୍ୟ ସହାୟତା ପରିଚାଳନା ଜାରି ରଖିବ ଏବଂ ଏଭଳି କାର୍ଯ୍ୟରେ ଯଦି କୌଣସି କ୍ଷତି ହୋଇଥାଏ, ତାହା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଭରଣା କରିବେ।
HS
(ରିଲିଜ ଆଡି: 2232415)
ପରିଦର୍ଶକ କାଉଣ୍ଟର : 6
ଏହି ରିଲିଜ ପଢନ୍ତୁ :
Tamil
,
Telugu
,
Malayalam
,
Marathi
,
Assamese
,
Bengali
,
English
,
Urdu
,
हिन्दी
,
Punjabi
,
Gujarati
,
Kannada