ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବେଦଗୁଡ଼ିକର କାଳଜୟୀ ଜ୍ଞାନ ଉପରେ ଆଲୋକପାତ କରୁଥିବା ସଂସ୍କୃତ 'ସୁଭାଷିତମ୍ ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
12 FEB 2026 10:15AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଦଗୁଡ଼ିକର କାଳଜୟୀ ଜ୍ଞାନ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ।
‘‘ ଉର୍ଦ୍ଧମୂଳମଧଃ ଶାଖମଶ୍ବଥ୍ୟଂ ପ୍ରାହୁରବ୍ୟୟମ୍ ।
ଛନ୍ଦାସି ୟସ୍ୟ ପର୍ଣ୍ଣାନି ୟସ୍ତଂ ବେଦ ବେଦମିତ୍ ।।’’
ସୁଭାଷିତମ୍ ସୂଚିତ କରେ, "ଜ୍ଞାନୀମାନେ କୁହନ୍ତି ଯେ ଏହି ଦୁନିଆ ଏକ ଚିରନ୍ତନ ପିପଳ ଗଛ ପରି, ଯାହାର ମୂଳ ଉପରେ ଏବଂ ଶାଖା ତଳେ । ଏହାର ପତ୍ରଗୁଡ଼ିକ ହେଉଛି ବେଦ। ଯିଏ ସାଂସାରିକ ଅସ୍ତିତ୍ୱର ଏହି ବୃକ୍ଷକୁ ବୁଝନ୍ତି, ତାଙ୍କୁ ବେଦ ଜ୍ଞାନୀ ବୋଲି କୁହାଯାଏ ।
ଶ୍ରୀ ମୋଦୀ କହିଥିଲେ ଯେ ଜ୍ଞାନର ପ୍ରଦୀପ କେବଳ ଅଜ୍ଞତାର ଅନ୍ଧକାରକୁ ଦୂର କରେ ନାହିଁ, ବରଂ ସମଗ୍ର ବିଶ୍ୱକୁ ଆଲୋକିତ କରେ ଏବଂ ମହର୍ଷି ଦୟାନନ୍ଦ ସରସ୍ୱତୀ ଏହାର ଏକ ଜୀବନ୍ତ ଉଦାହରଣ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
"ଜ୍ଞାନର ପ୍ରଦୀପ କେବଳ ଅଜ୍ଞତାର ଅନ୍ଧକାରକୁ ଦୂର କରେ ନାହିଁ ବରଂ ସମଗ୍ର ବିଶ୍ୱକୁ ଆଲୋକିତ କରେ। ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦିବ୍ୟ ବ୍ୟକ୍ତିତ୍ୱ ଏହାର ଏକ ଜୀବନ୍ତ ଉଦାହରଣ।
‘‘ ଉର୍ଦ୍ଧମୂଳମଧଃ ଶାଖମଶ୍ବଥ୍ୟଂ ପ୍ରାହୁରବ୍ୟୟମ୍ ।
ଛନ୍ଦାସି ୟସ୍ୟ ପର୍ଣ୍ଣାନି ୟସ୍ତଂ ବେଦ ବେଦମିତ୍ ।।’’
HS
(ରିଲିଜ ଆଡି: 2227359)
ପରିଦର୍ଶକ କାଉଣ୍ଟର : 7
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam