ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ଆର୍ଥିକ ସର୍ବେକ୍ଷଣ 2025-26ର ମୁଖ୍ୟାଂଶ

प्रविष्टि तिथि: 29 JAN 2026 2:18PM by PIB Bhubaneshwar

 

  • 2025-26 ଆର୍ଥିକ ବର୍ଷ ପାଇଁ ଜିଡିପି ଏବଂ ଜିଭିଏ ଅଭିବୃଦ୍ଧିର ପ୍ରଥମ ଅଗ୍ରିମ ଆକଳନ ଯଥାକ୍ରମେ 7.4 ଏବଂ 7.3 ପ୍ରତିଶତ
  • ଭାରତର ଅଭିବୃଦ୍ଧି ପ୍ରାୟ 7 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି, ଅନ୍ୟପକ୍ଷରେ 2027 ଆର୍ଥିକ ବର୍ଷ ପାଇଁ ପ୍ରକୃତ ଜିଡିପି ଅଭିବୃଦ୍ଧି 6.8 ପ୍ରତିଶତରୁ 7.2 ପ୍ରତିଶତ ରହିବ ବୋଲି ଆକଳନ
  • କେନ୍ଦ୍ରୀୟ ରାଜସ୍ୱ ପ୍ରାପ୍ତି 2025 ଆର୍ଥିକ ବର୍ଷରେ ଜିଡିପିର 11.6 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି
  • ଏନପିଏ ବହୁ ଦଶନ୍ଧିର ସର୍ବନିମ୍ନ ସ୍ତର ହାସଲ କରି 2.2 ପ୍ରତିଶତରେ ପହଞ୍ଚିଛି
  • ମାର୍ଚ୍ଚ 2025 ସୁଦ୍ଧା ପିଏମଜେଡିୱାଇ ଅଧୀନରେ 55 କୋଟି 2 ଲକ୍ଷ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି।
  • ଗ୍ରାମୀଣ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳରେ 36 କୋଟି 63 ଲକ୍ଷ ଆକାଉଣ୍ଟ ଖୋଲାଯାଇଛି
  • ସେପ୍ଟେମ୍ବର 2005ରେ ବିଶିଷ୍ଟ ନିବେଶକଙ୍କ ସଂଖ୍ୟା 12 କୋଟି ଅତିକ୍ରମ କରିଛି। ଏଥିମଧ୍ୟରୁ ପ୍ରାୟ 25 ପ୍ରତିଶତ ମହିଳା
  • 2005 ରୁ 2025 ମଧ୍ୟରେ ଭାରତର ବିଶ୍ୱବ୍ୟାପୀ ସାମଗ୍ରୀ ରପ୍ତାନି ପ୍ରାୟ ଦ୍ୱିଗୁଣିତ ହୋଇ 1 ପ୍ରତିଶତରୁ 1.8 ପ୍ରତିଶତ ହୋଇଛି
  • ସେବା ରପ୍ତାନି 2025 ଆର୍ଥିକ ବର୍ଷରେ ସର୍ବକାଳୀନ ସର୍ବାଧିକ 387.6 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି, ଯାହା 13.6 ପ୍ରତିଶତ ଅଭିବୃଦ୍ଧି
  • 2025 ଆର୍ଥିକ ବର୍ଷରେ ଭାରତ ବିଶ୍ୱର ସର୍ବବୃହତ ଜମା ଗ୍ରହଣକାରୀ ହୋଇ 135.4 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି
  • 16 ଜାନୁଆରୀ 2026ସୁଦ୍ଧା, ଭାରତର ବିଦେଶୀ ମୁଦ୍ରା ଭଣ୍ଡାର 701.4 ବିଲିୟନ ଆମେରିକୀୟ ଡଲାର ଥିଲା, ଏଥିରେ 11 ମାସର ଆମଦାନୀ ଏବଂ ବାହ୍ୟ ଋଣର 94 ପ୍ରତିଶତ ସାମିଲ
  • ଏପ୍ରିଲରୁ ଡିସେମ୍ବର 2025 ମଧ୍ୟରେ ହାରାହାରି ଘରୋଇ ମୁଦ୍ରାସ୍ଫୀତି 1.7 ପ୍ରତିଶତ ଥିଲା।
  • କୃଷି ବର୍ଷ 2024-25 ମଧ୍ୟରେ ଭାରତର ଖାଦ୍ୟଶସ୍ୟ ଉତ୍ପାଦନ 357.73 ନିୟୁତ ମେଟ୍ରିକ୍ ଟନ୍ ରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ତୁଳନାରେ 254.3 ଏଲଏମଟି ବୃଦ୍ଧି ପାଇଛି
  • ପିଏମ କିଷାନ ଯୋଜନା ଆରମ୍ଭ ହେବା ପରଠାରୁ ଯୋଗ୍ୟ ଚାଷୀମାନଙ୍କୁ 4.09 ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ ପ୍ରଦାନ କରାଯାଇଛି।
  • 2047 ସୁଦ୍ଧା ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଗ୍ରାମୀଣ ନିଯୁକ୍ତିକୁ ମନରେଗା ସହିତ ସମନ୍ୱୟ କରି "ବିକଶିତ ଭାରତ - ଜୀ ରାମ ଜୀ" ଯୋଜନା ଆରମ୍ଭ ହୋଇଛି
  • ଆର୍ଥିକ ବର୍ଷ 2025-26 ର ପ୍ରଥମ ଏବଂ ଦ୍ୱିତୀୟ ତ୍ରୈମାସିକରେ ଉତ୍ପାଦନ ଅଭିବୃଦ୍ଧି ଯଥାକ୍ରମେ 7.72 ପ୍ରତିଶତ ଏବଂ 9.13 ପ୍ରତିଶତ ଥିଲା, ଯାହା ଢାଞ୍ଚାଗତ ପୁନରୁଦ୍ଧାରକୁ ଦର୍ଶାଉଛି
  • ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଅଧୀନରେ, ସେପ୍ଟେମ୍ବର 2025 ସୁଦ୍ଧା 14ଟି କ୍ଷେତ୍ରରେ 2 ଲକ୍ଷ କୋଟି ଟଙ୍କାର ପ୍ରକୃତ ନିବେଶ କରାଯାଇଥିଲା। ଉତ୍ପାଦନ/ବିକ୍ରୟ 18.7 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ଏବଂ 1.26 ନିୟୁତରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି।
  • ଭାରତ ସେମିକଣ୍ଡକ୍ଟର ମିଶନ 10ଟି ପ୍ରକଳ୍ପରେ ପ୍ରାୟ 1.60 ଲକ୍ଷ କୋଟି ଟଙ୍କା ନିବେଶ ସହିତ ଘରୋଇ କ୍ଷମତା ବୃଦ୍ଧି ପାଇଛି
  • ରେଳବାଇ ହାଇ-ସ୍ପିଡ୍ କରିଡରଗୁଡ଼ିକ ଆର୍ଥିକ ବର୍ଷ 2014ରେ 550 କିଲୋମିଟରରୁ 5,364କିଲୋମିଟର (ଆର୍ଥିକ ବର୍ଷ 2025-26ରେ ଡିସେମ୍ବର 2025 ସୁଦ୍ଧା)କୁ ବୃଦ୍ଧି ପାଇଛି, ଯାହା ଏହି ଆର୍ଥିକ ବର୍ଷରେ 3500 କିଲୋମିଟର ବଢ଼ିଛି
  • ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ଚଳାଚଳ ବଜାର, 2014ରେ ବିମାନବନ୍ଦର ସଂଖ୍ୟା 74ରୁ 2025ରେ 164କୁ ବୃଦ୍ଧି ପାଇଛି
  • ଡିସ୍‌ କମ୍ ପାଇଁ ଐତିହାସିକ ପରିବର୍ତ୍ତନ: ଆର୍ଥିକ ବର୍ଷ 2025ରେ ପ୍ରଥମ ଥର ପାଇଁ 20,70 କୋଟି ଟଙ୍କାର ସକାରାତ୍ମକ ପିଏଟି ରେକର୍ଡ କରାଯାଇଛି
  • ମୋଟ୍‌ ଅକ୍ଷୟ ଶକ୍ତି ଏବଂ ସ୍ଥାପିତ ସୌରଶକ୍ତି କ୍ଷମତା ଦୃଷ୍ଟିରୁ ଭାରତ ବିଶ୍ୱ ସ୍ତରରେ ତୃତୀୟ ସ୍ଥାନରେ ରହିଛି
  • ସ୍ୱୟଂଚାଳିତ ସାଟେଲାଇଟ୍ ଡକିଂ (ସ୍ପେଡେକ୍ସ) କ୍ଷମତା ହାସଲ କରିବାରେ ଭାରତ ଚତୁର୍ଥ ଦେଶ ହୋଇଛି
  • ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ସ୍ତରରେ ମୋଟ ନାମଲେଖା ଅନୁପାତ (ଜିଇଆର) ଯାଥ୍ରମେ 90.9, 90.3 ଏବଂ 78.7 ରହିଛି
  • ଭାରତରେ ବର୍ତ୍ତମାନ 23ଟି ଆଇଆଇଟି, 21ଟି ଆଇଆଇଏମ ଏବଂ 20ଟି ଏମ୍ସ ଅଛି। ଜାଞ୍ଜିବାର ଏବଂ ଆବୁଧାବିରେ ଦୁଇଟି ଆନ୍ତର୍ଜାତୀୟ ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠିତ ହୋଇଛି
  • ଭାରତରେ ମାତୃ ଏବଂ ଶିଶୁ ମୃତ୍ୟୁହାର 1990 ମସିହା ପରଠାରୁ ସର୍ବାଧିକ ହ୍ରାସ ପାଇଛି, ଯାହା ବିଶ୍ୱ ହାରଠାରୁ କମ୍।
  • ଜାନୁଆରୀ 2026 ସୁଦ୍ଧା 310 ନିୟୁତରୁ ଅଧିକ ଅସଂଗଠିତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ହୋଇଛନ୍ତି, ଯେଉଁଥିରେ 54% ମହିଳା ଅଛନ୍ତି।
  • ନେସନାଲ କ୍ୟାରିଅର ସର୍ଭିସ ପୋର୍ଟାଲରେ ଖାଲି ପଦବୀ ସଂଖ୍ୟା 2025 ଆର୍ଥିକ ବର୍ଷରେ 28 ନିୟୁତ ଅତିକ୍ରମ କରି ସେପ୍ଟେମ୍ବର 2026 ସୁଦ୍ଧା 23 ନିୟୁତ ଅତିକ୍ରମ କରିଯାଇଥିଲା।
  • ନୀତି ଆୟୋଗର ମୂଲ୍ୟାଙ୍କନ ଅନୁଯାୟୀ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (ଏମପିଆଇ) 2005-06 ରେ 55.3 ପ୍ରତିଶତରୁ ହ୍ରାସ ପାଇ 2022-23 ରେ 11.28 ପ୍ରତିଶତରେ ପହଞ୍ଚିଛି
  • ସର୍ବେକ୍ଷଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ଶୃଙ୍ଖଳିତ ସ୍ୱଦେଶୀକରଣ, ଗୁରୁତ୍ୱପୂର୍ଣ୍ଣ କ୍ଷମତା ହାସଲ ପାଇଁ ଏକ ତ୍ରିମୁଖୀ ରଣନୀତି, ଇନପୁଟ ଖର୍ଚ୍ଚ ହ୍ରାସ, ଉନ୍ନତ ଉତ୍ପାଦନକୁ ସୁଦୃଢ଼ ​​କରିବା ଏବଂ ଆତ୍ମନିର୍ଭରଶୀଳତାରୁ ରଣନୈତିକ ଜରୁରୀକାଳୀନ ଦିଗରେ ଅଗ୍ରଗତି ପାଇଁ ଆହ୍ୱାନ କରାଯାଇଛି

 

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ 2025-26 ଆର୍ଥିକ ବର୍ଷର ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହାର ମୁଖ୍ୟାଂଶ ନିମ୍ନରେ ଦିଆଗଲା:

  1. ବିଶ୍ୱ ପରିବେଶ ଦୁର୍ବଳ ହୋଇଥିବା ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ଅନୁମାନ ଅଧିକ ରହିଛି, କିନ୍ତୁ ରାଜନୈତିକ ଚାପ କାରଣରୁ ବ୍ୟବସାୟିକ ଏବଂ ଆର୍ଥିକ ବିପଦ ବଜାୟ ରହିଛି ।
  2. ଏହି ପରିସ୍ଥିତିରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଛି। 2025-26 ଆର୍ଥିକ ବର୍ଷ ପାଇଁ ଜିଡିପି ଏବଂ ଜିଭିଏ ଅଭିବୃଦ୍ଧି ପାଇଁ ପ୍ରଥମ ଅଗ୍ରୀମ ଆକଳନ ଯଥାକ୍ରମେ 7.4 ପ୍ରତିଶତ ଏବଂ 7.3 ପ୍ରତିଶତ ରହିବ ବୋଲି କୁହାଯାଇଛି । ଏହା ଭାରତକୁ ଲଗାତାର ଚତୁର୍ଥ ବର୍ଷ ପାଇଁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ କରିଛି।
  3. ଆର୍ଥିକ ବର୍ଷ 2025-26ରେ ଘରୋଇ ବ୍ୟବହାର ଖର୍ଚ୍ଚ 7 ପ୍ରତିଶତ ବୃଦ୍ଧି ପାଇ ଜିଡିପିର 61.5 ପ୍ରତିଶତରେ ପହଞ୍ଚିଛି, ଯାହା 2012 ପରଠାରୁ ସର୍ବାଧିକ। ଆର୍ଥିକ ବର୍ଷ 2023ରେ ମଧ୍ୟ ଏହା 61.5 ପ୍ରତିଶତକୁ ବୃଦ୍ଧି ପାଇଥିଲା ।
  4. ଆର୍ଥିକ ବର୍ଷ 2025-26ରେ ନିବେଶ କାର୍ଯ୍ୟକଳାପ ସୁଦୃଢ଼ ​​ହୋଇଥିଲା, ମୋଟ ସ୍ଥିର ପୁଞ୍ଜି ସୃଷ୍ଟି 7.8 ପ୍ରତିଶତ ବୃଦ୍ଧି ପାଇ ଜିଡିପିର 30 ପ୍ରତିଶତରେ ପହଞ୍ଚିଥିଲା।
  5. ଯୋଗାଣ ଦିଗରେ, ସେବା କ୍ଷେତ୍ର ଅଭିବୃଦ୍ଧିର ପ୍ରମୁଖ ବାହକ ରହିଛି। ଆର୍ଥିକ ବର୍ଷ 2025-26ର ପ୍ରଥମାର୍ଦ୍ଧରେ ସେବାରୁ ମୋଟ ମୂଲ୍ୟ ବୃଦ୍ଧି (ଜିଭିଏ) 9.3 ପ୍ରତିଶତ ଅଭିବୃଦ୍ଧି ପାଇଥିବା ବେଳେ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି 9.1 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।
  6. ସରକାର ସନ୍ତୁଳିତ ଆର୍ଥିକ ରଣନୀତି ଜରିଆରେ ସାମଗ୍ରିକ ଆର୍ଥିକ ସ୍ଥିରତାକୁ ମଜବତୁ କରିଛନ୍ତି। ଏହାକୁ ବିଶ୍ୱସ୍ତରୀୟ ରେଟିଂ ସଂସ୍ଥା ସ୍ୱୀକାର କରିବା ସହିତ ଭାରତର ରେଟିଂରେ ସୁଧାର ଆଣିଛନ୍ତି।
  7. କେନ୍ଦ୍ରର ରାଜସ୍ୱ ପ୍ରାପ୍ତି ଆର୍ଥିକ ବର୍ଷ 2016ରୁ 2020 ରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ର ପ୍ରାୟ 8.5 ପ୍ରତିଶତ ଥିଲା। ଏହା ଆର୍ଥିକ ବର୍ଷ 2022ରୁ 2025 ରେ ପ୍ରାୟ 9.1 ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ସୁଧାର ମୁଖ୍ୟତଃ ଅଣ-କର୍ପୋରେଟ୍ ଟିକସ ସଂଗ୍ରହରେ ବୃଦ୍ଧି ଯୋଗୁଁ ହୋଇଥିଲା, ଯାହା ମହାମାରୀ ପୂର୍ବରୁ ଜିଡିପିର ପ୍ରାୟ 2.4 ପ୍ରତିଶତ ଥିଲା ଏବଂ ମହାମାରୀ ପରେ ପ୍ରାୟ 3.3 ପ୍ରତିଶତରେ ପହଞ୍ଚିଥିଲା।
  8. ପ୍ରତ୍ୟକ୍ଷ ଟିକସ ଆଧାର ସ୍ଥିର ଭାବରେ ବୃଦ୍ଧି ପାଇଛି, ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ଆର୍ଥିକ ବର୍ଷ 2022 ରେ 6.9 କୋଟିରୁ ବୃଦ୍ଧି ପାଇ 2025 ରେ 9.2 କୋଟିରେ ପହଞ୍ଚିଛି।
  9. ଏପ୍ରିଲ-ଡିସେମ୍ବର 2025 ମଧ୍ୟରେ ମୋଟ ଜିଏସଟି ସଂଗ୍ରହ 17.4 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ବାର୍ଷିକ 6.7 ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି।
  10. କେନ୍ଦ୍ର ସରକାରଙ୍କ ପ୍ରଭାବୀ ପୁଞ୍ଜି ବ୍ୟୟ ମହାମାରୀ ପୂର୍ବରୁ ଜିଡିପିର ହାରାହାରି 2.7 ପ୍ରତିଶତରୁ ମହାମାରୀ ପରବର୍ତ୍ତୀ ସମୟରେ ପ୍ରାୟ 3.9 ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ଆର୍ଥିକ ବର୍ଷ 2025ରେ ଜିଡିପିର 4 ପ୍ରତିଶତରେ ପହଞ୍ଚିଛି।
  11. ପୁଞ୍ଜି ଖର୍ଚ୍ଚ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ମାଧ୍ୟମରେ, କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଆର୍ଥିକ ବର୍ଷ 2025 ରେ ଜିଡିପିର ପ୍ରାୟ 2.4 ପ୍ରତିଶତରେ ପୁଞ୍ଜି ଖର୍ଚ୍ଚ ବଜାୟ ରଖିବାକୁ ଉତ୍ସାହିତ କରିଛନ୍ତି ।
  12. ରାଜ୍ୟ ସରକାରଙ୍କ ମିଳିତ ଆର୍ଥିକ ନିଅଣ୍ଟ ମହାମାରୀ ପରବର୍ତ୍ତୀ ସମୟରେ ଜିଡିପିର ପ୍ରାୟ 2.8 ପ୍ରତିଶତରେ ସ୍ଥିର ରହିଥିଲା, ଯାହା ମହାମାରୀ ପୂର୍ବରୁ ସ୍ତର ସହିତ ସମାନ ଥିଲା, କିନ୍ତୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ 2025 ଆର୍ଥିକ ବର୍ଷରେ ଏହା 3.2 ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ରାଜ୍ୟ ଆର୍ଥିକ ଉପରେ ଉଦୀୟମାନ ଚାପକୁ ପ୍ରତିଫଳିତ କରେ।
  13. ଭାରତ 2020 ପରଠାରୁ ସାଧାରଣ ସରକାରୀ ଋଣ-ପ୍ରତି-ଜିଡିପି ଅନୁପାତକୁ ପ୍ରାୟ 7.1 ପ୍ରତିଶତ ହ୍ରାସ କରିଛି, ଏବଂ ଉଚ୍ଚ ସାର୍ବଜନୀନ ନିବେଶ ବଜାୟ ରଖିଛି।
  14. ଭାରତର ମୁଦ୍ରା ଏବଂ ଆର୍ଥିକ କ୍ଷେତ୍ର 2025-26 ଆର୍ଥିକ ବର୍ଷ (ଏପ୍ରିଲ ରୁ ଡିସେମ୍ବର 2025) ମଧ୍ୟରେ ଭଲ ପ୍ରଦର୍ଶନ କରିଥିଲା।
  15. ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ସମ୍ପତ୍ତି ଗୁଣବତ୍ତାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ସେପ୍ଟେମ୍ବର 2025ରେ ଜିଏନପିଏ ଅନୁପାତ 2.2 ପ୍ରତିଶତ ଏବଂ ମୋଟ ଏନପିଏ ହାରାହାରି 0.5 ପ୍ରତିଶତ ଥିଲା। ଏହା କିଛି ଦଶନ୍ଧି ମଧ୍ୟରେ ସର୍ବନିମ୍ନ।
  16. 31, ଡିସେମ୍ବର 2025 ସୁଦ୍ଧା, ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ବକେୟା ଋଣରେ ବାର୍ଷିକ ଅଭିବୃଦ୍ଧି 14.5 ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଡିସେମ୍ବର 2024ରେ 11.2 ପ୍ରତିଶତ ଥିଲା।
  17. 2014 ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ, ମାର୍ଚ୍ଚ 2025 ସୁଦ୍ଧା 55.02 କୋଟି ଆକାଉଣ୍ଟ ଖୋଲାଯାଇଛି, ଯେଉଁଥିରୁ 36.63 କୋଟି ଆକାଉଣ୍ଟ ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଞ୍ଚଳରେ ଅଛି।
  18. ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଯୋଜନାରେ ଅନୁସୂଚିତ ଜାତି, ଜନଜାତି ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ସବୁଜ କ୍ଷେତ୍ର ଉଦ୍ୟୋଗ ସ୍ଥାପନ ପାଇଁ 10 ଲକ୍ଷ ଟଙ୍କାରୁ 1 କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପ୍ରଦାନ କରାଯାଏ।
  19. ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଅକ୍ଟୋବର 2025 ସୁଦ୍ଧା 55.45 କୋଟି ଋଣ ଆକାଉଣ୍ଟ ମାଧ୍ୟମରେ 36.18 ଲକ୍ଷ ଟଙ୍କା ଦିଆଯାଇଛି ।
  20. ଆର୍ଥିକ ବର୍ଷ 2025-26 (ଡିସେମ୍ବର 2025 ସୁଦ୍ଧା) 2.35 କୋଟି ନୂତନ ଡିମାଟ୍ ଆକାଉଣ୍ଟ ଯୋଡା ଯାଇଥିଲା, ଯାହା ମୋଟ ଡିମାଟ୍ ଆକାଉଣ୍ଟ ସଂଖ୍ୟା 21.6 କୋଟିରୁ ଅଧିକ କରିଥିଲା। ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଥିଲା ଯେ ସେପ୍ଟେମ୍ବର 2025 ଅନନ୍ୟ ନିବେଶକଙ୍କ ସଂଖ୍ୟା 12 କୋଟି ଅତିକ୍ରମ କରିଥିଲା, ଏମାନଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ମହିଳା ଥିଲେ।
  21. ମ୍ୟୁଚୁଆଲ୍ ଫଣ୍ଡ ଶିଳ୍ପ ମଧ୍ୟ ବିସ୍ତାରିତ ହୋଇଛି, ଡିସେମ୍ବର 2025 ତାରିଖ ଶେଷ ସୁଦ୍ଧା ୫.କୋଟି ୟୁନିକ ଇନଭେଷ୍ଟର ବା ନିବେଷକ ଅଛନ୍ତି। ଏଥିମଧ୍ୟରୁ ସାଢ଼େ 3 କୋଟି ନିବେଶକ (ନଭେମ୍ବର 2025 ତାରିଖ ସୁଦ୍ଧା) ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀ ସହରରୁ ଥିଲେ, ଯାହା ପାରମ୍ପରିକ ସହରାଞ୍ଚଳ କେନ୍ଦ୍ର ବାହାରେ ଆର୍ଥିକ ଅଂଶଗ୍ରହଣର ପ୍ରସାରକୁ ସୂଚିତ କରେ।
  22. ୟୁଏନସିଟିଏଡି ‘ବାଣିଜ୍ୟ ଏବଂ ବିକାଶ ରିପୋର୍ଟ 2025’ ଅନୁଯାୟୀ, ଭାରତ ବାଣିଜ୍ୟିକ ଅଂଶୀଦାରଙ୍କ ବିବିଧତାରେ ଅଗ୍ରଣୀ ଅର୍ଥବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ।
  23. ଭାରତର ମୋଟ ରପ୍ତାନି ଆର୍ଥିକ ବର୍ଷ 2024-25ରେ ରେକର୍ଡ 825.3 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି, ଯାହା ବାର୍ଷିକ 6.1 ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି । ଏହା ମୁଖ୍ୟତଃ ସେବା ରପ୍ତାନିରେ ତୀବ୍ର ବୃଦ୍ଧି ଯୋଗୁଁ ହୋଇପାରିଛି। ସେହିପରି 387.6 ବିଲିୟନ ଡଲାର ସେବା ରପ୍ତାନି ସହିତ ଏହି କ୍ଷେତ୍ରରେ 13.6% ଅଭିବୃଦ୍ଧି ଦେଖିବାକୁ ମିଳିଛି ।
  24. ଆର୍ଥିକ ବର୍ଷ 2025-26 ର ଦ୍ୱିତୀୟ ତ୍ରୈମାସିକରେ, ଭାରତର 'ଳନ୍ତି ଖାତା ନିଅଣ୍ଟ' ଜିଡିପିର ପ୍ରାୟ 1.3 ପ୍ରତିଶତ ଥିଲା, ଯାହା ଅନ୍ୟ ଅନେକ ପ୍ରମୁଖ ଅର୍ଥବ୍ୟବସ୍ଥା ତୁଳନାରେ ଭଲ ସ୍ଥିତିକୁ ଦର୍ଶାଉଛି।
  25. 16 ଜାନୁଆରୀ 2026 ସୁଦ୍ଧା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର 701.4 ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି, ଯାହା ଭାରତର ପ୍ରାୟ 11 ମାସର ଆମଦାନୀ ଏବଂ 94 ପ୍ରତିଶତରୁ ଅଧିକ ବାହ୍ୟ ଋଣକୁ ପରିପୂର୍ଣ୍ଣ କରିଛି ବାହ୍ୟ ଅସ୍ଥିରତା ବିରୁଦ୍ଧରେ ଦେଶର ସ୍ଥିରତାକୁ ସୁଦୃଢ଼ ​​କରିଛି।
  26. ବିଶ୍ୱ ନିବେଶ ମାନ୍ଦାବସ୍ଥା ସମୟରେ ମଧ୍ୟ ଭାରତ ଯଥେଷ୍ଟ ବିଦେଶୀ ପ୍ରତ୍ୟକ୍ଷ ନିବେଶ ଆକର୍ଷିତ କରିଛି। ଏପ୍ରିଲ-ନଭେମ୍ବର 2025 ମଧ୍ୟରେ ମୋଟ ବିଦେଶୀ ପ୍ରତ୍ୟକ୍ଷ ନିବେଶ ପ୍ରବାହ ମୋଟ 64.7 ବିଲିୟନ ଆମେରିକୀୟ ଡଲାର ଥିଲା, ଯାହା ନିବେଶକଙ୍କ ନିରନ୍ତର ବିଶ୍ୱାସ ଏବଂ ସେବା, ଡିଜିଟାଲ୍, ଉତ୍ପାଦନ ଏବଂ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ନିବେଶର ଦୃଢ଼ ଗତିକୁ ପ୍ରତିଫଳିତ କରେ।
  27. 2024 କ୍ୟାଲେଣ୍ଡର ବର୍ଷରେ 1,000 ରୁ ଅଧିକ ପ୍ରକଳ୍ପ ସହିତ ଭାରତ ଗ୍ରୀନଫିଲ୍ଡ ନିବେଶ ଘୋଷଣାରେ ବିଶ୍ୱ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଛି ଏବଂ 2020-24 କ୍ୟାଲେଣ୍ଡର ବର୍ଷରେ ଗ୍ରୀନଫିଲ୍ଡ ଡିଜିଟାଲ୍ ନିବେଶ ପାଇଁ ସର୍ବବୃହତ ଗନ୍ତବ୍ୟସ୍ଥଳ ଭାବରେ ଉଭା ହୋଇଛି।
  28. ସିପିଆଇ ସିରିଜ୍ ଆରମ୍ଭ ହେବା ପରଠାରୁ ଭାରତରେ ସର୍ବନିମ୍ନ ମୁଦ୍ରାସ୍ଫୀତି ହାର ରେକର୍ଡ ହୋଇଛି ଏବଂ ଏପ୍ରିଲ-ଡିସେମ୍ବର 2025 ପାଇଁ ହାରାହାରି ସାମଗ୍ରିକ ମୁଦ୍ରାସ୍ଫୀତି 1.7 ପ୍ରତିଶତ ଥିଲା। ପ୍ରମୁଖ ବିକାଶଶୀଳ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତରେ ସବୁଠୁ ଅଧିକ ଅର୍ଥାତ୍‌ ପ୍ରାୟ 1.8 ପ୍ରତିଶତ ପଏଣ୍ଟ ସହ ସମାନ।
  29. ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ପ୍ରାଣୀସମ୍ପଦ କ୍ଷେତ୍ରରେ ସବୁଠୁ ଅଧିକ ପ୍ରାୟ 195% ଅଭିବୃଦ୍ଧି ଦେଖିବାକୁ ମିଳିଛି । ମତ୍ସ୍ୟ ଉତ୍ପାଦନରେ 140% ବୃଦ୍ଧି ହୋଇଛି।
  30. ଭଲ ମୌସୁମୀ ବର୍ଷା ଯୋଗୁଁ ଭାରତର ଖାଦ୍ୟ ଶସ୍ୟ ଉତ୍ପାଦନ 2024-25 କୃଷି ବର୍ଷରେ 3,577.3 ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) ପହଞ୍ଚିବ ବୋଲି ଆକଳନ କରାଯାଇଛି, ଯାହା ପୂର୍ବ ବର୍ଷ ତୁଳନାରେ 254.3 ଲକ୍ଷ ମେଟ୍ରିକ୍ ଟନ୍ ଅଧିକ।
  31. 2024-25 ମସିହାରେ ଉଦ୍ୟାନ କୃଷି ଉତ୍ପାଦନ 362.08 ନିୟୁତ ଟନ୍ ପହଞ୍ଚିବ ବୋଲି ଆକଳନ କରାଯାଇଛି, ଯାହା ଆନୁମାନିକ 357.73 ନିୟୁତ ଟନ୍ ଖାଦ୍ୟ ଶସ୍ୟ ଉତ୍ପାଦନ ଅପେକ୍ଷା ଅଧିକ।
  32. ଇ-ନାମ୍‌ ଯୋଜନା ମାଧ୍ୟମରେ ମୂଲ୍ୟ ଆବିଷ୍କାରରେ ଉନ୍ନତି ଆସିଛି, ଯାହା ଡିସେମ୍ବର 31, 2025 ସୁଦ୍ଧା ପ୍ରାୟ 17.9 ନିୟୁତ ଚାଷୀ, 27.2 ନିୟୁତ ବ୍ୟବସାୟୀ ଏବଂ 4,698 ଏଫପିଓକୁ ସାମିଲ କରିଛି। ଏହା 23 ରାଜ୍ୟ ଏବଂ ଚାରୋଟି କେନ୍ଦ୍ରଶାସିତ ଅଞ୍ଚଳର 1,522 ମଣ୍ଡିକୁ ସାମିଲ କରୁଛି।
  33. ପିଏମ-କିଷାନ ଅଧୀନରେ, ଯୋଗ୍ୟ ଚାଷୀମାନଙ୍କୁ 21ଟି କିସ୍ତିରେ 4.09 ଲକ୍ଷ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରାଯାଇଛି। 31, ଡିସେମ୍ବର 2025 ସୁଦ୍ଧା, 24.92 ଲକ୍ଷ ଚାଷୀ ପିଏମକେଏମୱାଇ ଅଧୀନରେ ପଞ୍ଜିକୃତ ହୋଇଛନ୍ତି।
  34. ସରକାର ବିକଶିତ ଭାରତ ଜୀ ରାମ ଜୀ ଆଇନ ଆଣିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ରୋଜଗାରକୁ ବିକଶିତ ଭାରତ 2047ର ଦୀର୍ଘକାଳିନ ପରିକଳ୍ପନା ଅନୁଯାୟୀ ପ୍ରସ୍ତୁତ କରିବା।
  35. ଆର୍ଥିକ ବର୍ଷ 2025-26ର ପ୍ରଥମାର୍ଦ୍ଧରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ସେବାର ଅଂଶ 53.6 ପ୍ରତିଶତକୁ ବୃଦ୍ଧି ପାଇଛିଆର୍ଥିକ ବର୍ଷ 2025-26 ପାଇଁ ପ୍ରଥମ ଅଗ୍ରିମ ଆକଳନ ଅନୁଯାୟୀ ମୋଟ ମୂଲ୍ୟ ବୃଦ୍ଧି (ଜିଭିଏ) ରେ ସେବାର ଅଂଶ 56.4 ପ୍ରତିଶତର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି
  36. ଭାରତ ବିଶ୍ୱର ସପ୍ତମ ବୃହତ୍ତମ ସେବା ରପ୍ତାନିକାରୀ ଦେଶ, ଏବଂ ବିଶ୍ୱ ସେବା ବାଣିଜ୍ୟରେ ଏହାର ଅଂଶ 2005ରେ 2 ପ୍ରତିଶତରୁ 2024ରେ 4.3 ପ୍ରତିଶତକୁ ବୃଦ୍ଧି ପାଇଛି।
  37. ସେବା କ୍ଷେତ୍ର ବିଦେଶୀ ପ୍ରତ୍ୟକ୍ଷ ନିବେଶର ସର୍ବାଧିକ ପ୍ରାପ୍ତକର୍ତ୍ତା ରହିଛି। ଆର୍ଥିକ ବର୍ଷ 2023 ରୁ 2025ମଧ୍ୟରେ ମୋଟ ଏଫଡିଆଇ ପ୍ରବାହରେ ଏହାର ହାରାହାରି ଅଂଶ 80.2 ପ୍ରତିଶତ ଥିଲା, ଯାହା ମହାମାରୀ ପୂର୍ବରୁ (2016 ରୁ 2020) 77.7 ପ୍ରତିଶତ ତୁଳନାରେ ଅଧିକ।
  38. ବିଶ୍ୱସ୍ତରରେ ମାନ୍ଦାବସ୍ଥା ସତ୍ତ୍ୱେ ଶିଳ୍ପ ଗତିବିଧିରେ 7.0 ପ୍ରତିଶତ ଅଭିବୃଦ୍ଧି ଦେଖିବାକୁ ମିଳିଛି।
  39. ଉତ୍ପାଦନ କ୍ଷେତ୍ର 2025-2026ର ପ୍ରଥମ ତ୍ରୈମାସରେ 7.72% ଏବଂ ଦ୍ୱିତୀୟ ତ୍ରୈମାସରେ 9.13% ହାରରେ ବଢ଼ିଛି।
  40. 14ଟି କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଥିବା ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନାଗୁଡ଼ିକ 2.0 ଲକ୍ଷ କୋଟି ଟଙ୍କାରୁ ଅଧିକ ପ୍ରକୃତ ନିବେଶକୁ ଆକର୍ଷିତ କରିଛି, ଯାହା ଫଳରେ ସେପ୍ଟେମ୍ବର 2025 ସୁଦ୍ଧା 18.7 ଲକ୍ଷ କୋଟି ଟଙ୍କାରୁ ଅଧିକ ଅତିରିକ୍ତ ଉତ୍ପାଦନ/ବିକ୍ରୟ ଏବଂ 12.6 ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି।
  41. ଭାରତର ନବୋନ୍ମେଷ ପ୍ରଦର୍ଶନ 2019ରେ 66ତମ ସ୍ଥାନରୁ 2025ରେ 38ରେ ପହଞ୍ଚିଛି ।
  42. ଭାରତ ସରକାର ପୁଞ୍ଜି ବ ପ୍ରାୟ 4.2 ଗୁଣ ବୃଦ୍ଧି କରିଛନ୍ତି ଏହା 2025-26 ଆର୍ଥିକ ବର୍ଷର ବଜେଟ୍‌ ଆକଳନରେ 11.21 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ପ୍ରଭାବୀ ପୁଞ୍ଜିଗତ ବ୍ୟୟ 15.48 ଲକ୍ଷ କୋଟି ଟଙ୍କା ଛୁଇଁଛି ।
  43. ଜାତୀୟ ରାଜପଥ ନେଟୱାର୍କରେ 60 ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । 2026 ଡିସେମ୍ବର ସୁଦ୍ଧା ରାଜପଥ ଲମ୍ବ 1,46,572 କିଲୋମିଟର ହୋଇଛି । ହାଇସ୍ପିଡ କରିଡର ଲମ୍ବ 5,364 କିଲୋମିଟରରେ ପହଞ୍ଚିଛି।
  44. ରେଳବାଇ ଭିତ୍ତିଭୂମି ସମ୍ପ୍ରସାରଣ ସ୍ଥିର ଗତିରେ ଜାରି ରହିଛି, ମାର୍ଚ୍ଚ 2025 ସୁଦ୍ଧା ରେଳ ନେଟୱାର୍କ 69,439 ରୁଟ୍ କିଲୋମିଟରରେ ପହଞ୍ଚିଛି। ଆର୍ଥିକ ବର୍ଷ 2026 ପାଇଁ ଅତିରିକ୍ତ 3,500 କିଲୋମିଟର ନେଟୱାର୍କ ସମ୍ପ୍ରସାରଣ ଲକ୍ଷ୍ୟ ରଖାଯାଇଛି ଏବଂ ଅକ୍ଟୋବର 2025 ସୁଦ୍ଧା 99.1 ପ୍ରତିଶତ ବିଦ୍ୟୁତିକରଣ ସମାପ୍ତ ହୋଇଛି।
  45. ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ଚଳାଚଳ ବଜାରରେ ପରିଣତ ହୋଇଛି, ଆର୍ଥିକ ବର୍ଷ 2014 ରେ 74 ଟି ବିମାନବନ୍ଦରରୁ 2025 ଆର୍ଥିକ ବର୍ଷରେ ଏହା 164 କୁ ବୃଦ୍ଧି ପାଇଛି।
  46. ବିଦ୍ୟୁତ୍ କ୍ଷେତ୍ରରେ କ୍ଷମତା ବୃଦ୍ଧି ନିରନ୍ତର ହୋଇଛି। ନଭେମ୍ବର 2025 ସୁଦ୍ଧା ସ୍ଥାପିତ କ୍ଷମତା ବର୍ଷ-ବର୍ଷ ତୁଳନାରେ 11.6 ପ୍ରତିଶତ ବୃଦ୍ଧି ପାଇ 509.74 ଗିଗାୱାଟରେ ପହଞ୍ଚିଛି। ଏହା ସହିତ, ଚାହିଦା-ଯୋଗାଣ ବ୍ୟବଧାନ 2014 ଆର୍ଥିକ ବର୍ଷରେ 4.2 ପ୍ରତିଶତରୁ ହ୍ରାସ ପାଇ 2025 ନଭେମ୍ବର ସୁଦ୍ଧା ଶୂନ୍ୟ ହୋଇଛି।
  47. ନଭେମ୍ବର 2025 ସୁଦ୍ଧା ମୋଟ ଶକ୍ତି ଉତ୍ପାଦନ କ୍ଷମତାରେ ନବୀକରଣୀୟ ଶକ୍ତିର ଅଂଶ ପ୍ରାୟ 49.83 ପ୍ରତିଶତ ହେବ।
  48. ଟେଲି-ଘନତା 86.76 ପ୍ରତିଶତକୁ ବୃଦ୍ଧି ପାଇଛି, ଏବଂ ଦେଶର 99.9 ପ୍ରତିଶତ ଜିଲ୍ଲାରେ 5ଜି ସେବା ବର୍ତ୍ତମାନ ଉପଲବ୍ଧ।
  49. ଆର୍ଥିକ ବର୍ଷ 2025-26 (ଡିସେମ୍ବର 31, 2025 ସୁଦ୍ଧା), ଦେଶରେ ମୋଟ 38.61 ଗିଗାୱାଟ ନବୀକରଣୀୟ ଶକ୍ତି କ୍ଷମତା ସ୍ଥାପନ କରାଯାଇଛି। ଏଥିରେ 30.16 ଗିଗାୱାଟ ସୌର ଶକ୍ତି, 4.47 ଗିଗାୱାଟ ପବନ ଶକ୍ତି, 0.03 ଗିଗାୱାଟ ଜୈବ-ଶକ୍ତି ଏବଂ 3.24 ଗିଗାୱାଟ ଜଳବିଦ୍ୟୁତ ଶକ୍ତି ଅନ୍ତର୍ଭୁକ୍ତ।
  50. ଆଜି, ଭାରତ ବିଶ୍ୱର ସର୍ବବୃହତ ସ୍କୁଲ ଶିକ୍ଷା ବ୍ୟବସ୍ଥା ମଧ୍ୟରୁ ଗୋଟିଏକୁ ପରିଚାଳନା କରୁଛି14.71 ଲକ୍ଷ ସ୍କୁଲ 24.69 କୋଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି ଏବଂ 1.01କୋଟିରୁ ଅଧିକ ଶିକ୍ଷକ ପାଠ ପଢ଼ାଉଛନ୍ତି।
  51. ମୋଟ ନାମଲେଖା ଅନୁପାତ (ଜିଇଆର) ପ୍ରାଥମିକ ସ୍ତରରେ (ପ୍ରଥମରୁ ପଞ୍ଚମ ଶ୍ରେଣୀ) 90.9, ଉଚ୍ଚ ପ୍ରାଥମିକ ସ୍ତରରେ (ଷଷ୍ଠରୁ ଅଷ୍ଟମ) 90.3, ମାଧ୍ୟମିକ ସ୍ତରରେ (ନବମ ଏବଂ ଦଶମ ଶ୍ରେଣୀ) 78.7 ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ (ଦଶମରୁ ଦ୍ୱାଦଶ ଶ୍ରେଣୀ) 58.4 ରହିଛି
  52. ଉଚ୍ଚଶିକ୍ଷା ପ୍ରତିଷ୍ଠାନ ସଂଖ୍ୟା 2014-15ରେ 51,534ରୁ ଜୁନ୍ 2025 ସୁଦ୍ଧା 70,018 କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି, ଯାହା ଉଚ୍ଚଶିକ୍ଷାର ଉପଲବ୍ଧତାକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରିବ। ଭାରତରେ ବର୍ତ୍ତମାନ 23ଟି ଆଇଆଇଟି, 21ଟି ଆଇଆଇଏମ ଏବଂ 20ଟି ଏମ୍ସ ଅଛି। ଜାଞ୍ଜିବାର ଏବଂ ଆବୁଧାବିରେ ଦୁଇଟି ଆନ୍ତର୍ଜାତୀୟ ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠିତ ହୋଇଛି
  53. 1990 ମସିହା ପରଠାରୁ, ଭାରତରେ ମାତୃ ମୃତ୍ୟୁହାର 86 ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି, ଯାହା ବିଶ୍ୱ ହାରାହାରି 48 ପ୍ରତିଶତ ତୁଳନାରେ ବହୁତ ଅଧିକ। ନବଜାତ ଶିଶୁ ମୃତ୍ୟୁହାର 70 ପ୍ରତିଶତରୁ ଅଧିକ ହାରରେ ବୃଦ୍ଧି ପାଇଛି ।
  54. 2025-26 ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ମୋଟ 56.2 କୋଟି ଲୋକ (15 ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର) ନିଯୁକ୍ତି ପାଇଥିଲେ। ଏହା 2025-26 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ ତୁଳନାରେ ଦ୍ୱିତୀୟ ତ୍ରୈମାସରେ ପ୍ରାୟ 8.7 ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟିକୁ ପ୍ରତିଫଳିତ କରେ। 2023 ତୁଳନାରେ 2024ରେ 10 ଲକ୍ଷରୁ ଅଧିକ ଚାକିରି ସୃଷ୍ଟି ହୋଇଛି ।
  55. ଜାନୁଆରୀ 2026 ସୁଦ୍ଧା 31 କୋଟିରୁ ଅଧିକ ଅସଂଗଠିତ ଶ୍ରମିକଙ୍କୁ ଇ-ଶ୍ରମ ପୋର୍ଟାଲରେ ସଫଳତାର ସହ ପଞ୍ଜିକୃତ କରାଯାଇଛି ଏବଂ ମୋଟ ପଞ୍ଜିକରଣର 54 ପ୍ରତିଶତରୁ ଅଧିକ ମହିଳା ଅଛନ୍ତି
  56. ଜାତୀୟ କ୍ୟାରିଅର ସେବା ପୋର୍ଟାଲରେ 5.9 କୋଟିରୁ ଅଧିକ ପଞ୍ଜିକୃତ ଚାକିରି ଆଶାୟୀ ଏବଂ 53 ଲକ୍ଷ ନିଯୁକ୍ତିଦାତା ଯୋଡ଼ି ହୋଇଛନ୍ତି।
  57. ଦେଶରେ 1000ରୁ ଅଧିକ ସରକାରୀ ଆଇଟିଆଇ ଉନ୍ନତିକରଣ ପାଇଁ ପ୍ରସ୍ତାବ ରହିଛି ।
  58. ଡିସେମ୍ବର 2025 ସୁଦ୍ଧା, ପ୍ରାୟ 3.44 ଲକ୍ଷ ଅଧିସୂଚିତ ଗ୍ରାମର ଲକ୍ଷ୍ୟ ବଦଳରେ 3.28 ଲକ୍ଷ ଗ୍ରାମରେ ସ୍ୱାମିତ୍ୱ ଯୋଜନା ଅଧୀନରେ ଡ୍ରୋନ୍ ସର୍ଭେ ସମାପ୍ତ ହୋଇଛି। ପ୍ରାୟ 1.82 ଲକ୍ଷ ଗ୍ରାମ ପାଇଁ 2.76 କୋଟି ସମ୍ପତ୍ତି କାର୍ଡ ସୃଷ୍ଟି କରାଯାଇଛି। 2023-24 ମଧ୍ୟରେ, ପ୍ରମୁଖ ସାର କମ୍ପାନୀଗୁଡ଼ିକ ନିଜସ୍ୱ ସମ୍ବଳରୁ ସ୍ୱୟଂ ସହାୟକ ଗୋଷ୍ଠୀର ଡ୍ରୋନ୍ ଦିଦିମାନଙ୍କୁ 1,094 ଡ୍ରୋନ୍ ବଣ୍ଟନ କରିଥିଲେ, ଯେଉଁଥିରୁ 500 ଡ୍ରୋନ୍ ନମୋ ଡ୍ରୋନ୍ ଦିଦି ଯୋଜନା ଅଧୀନରେ ଯୋଗାଇ ଦିଆଯାଇଥିଲା।

 

****

PS


(रिलीज़ आईडी: 2220602) आगंतुक पटल : 5
इस विज्ञप्ति को इन भाषाओं में पढ़ें: Tamil , Malayalam , English , Urdu , Marathi , हिन्दी , Assamese , Bengali , Gujarati , Kannada