ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ବିଶ୍ୱ ଆର୍ଥିକ ଅସ୍ଥିରତା ମଧ୍ୟରେ ଆର୍ଥିକ ସ୍ଥିରତାକୁ ବଜାୟ ରଖିଛି ଭାରତ: ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬

ପୋଷ୍ଟ କରାଯିବା ଦିନାଙ୍କ: 29 JAN 2026 2:17PM by PIB Bhubaneshwar
  • ନିରନ୍ତର ପୁଞ୍ଜି ବୃଦ୍ଧି ଏବଂ ସ୍ଥିର ରାଜସ୍ୱ ଗତିଶୀଳତା ଆର୍ଥିକ ସମନ୍ୱୟର ଚାବିକାଠି

 

  • ଏସ.ଏ.ଏସ.ସି.ଆଇ. ଯୋଜନା ରାଜ୍ୟଗୁଡ଼ିକୁ ପୁଞ୍ଜି ବ୍ୟୟକୁ ୨.୪ ପ୍ରତିଶତ ବଜାୟ ରଖିବାରେ ସାହାଯ୍ୟ କରୁଛି;  ଗତ ୫ ବର୍ଷରେ ରାଜ୍ୟଗୁଡ଼ିକୁ ୪.୫ ଲକ୍ଷ କୋଟି ଟଙ୍କା ଆବଣ୍ଟିତ

 

  • ଆର୍ଥିକ ବର୍ଷ ୨୦୨୬ରେ ଆର୍ଥିକ  ନିଅଣ୍ଟ ବଜେଟ ଜି.ଡି.ପିର ୪.୪ ପ୍ରତିଶତ ହେବ, ଆର୍ଥିକ ବର୍ଷ ୨୦୨୫ରେ ତାହା ୪.୮ ପ୍ରତିଶତରୁ କମିଛି 

 

  • ୨୦୧୯ ଆର୍ଥିକ ବର୍ଷ  ପରଠାରୁ ରାଜସ୍ୱ ନିଅଣ୍ଟ ସର୍ବନିମ୍ନ ସ୍ତର ଛୁଇଁ, ଆର୍ଥିକ ବର୍ଷ ୨୦୨୬ରେ ବଜେଟର ୦.୮ ପ୍ରତିଶତ ହୋଇଛି

 

  • ପ୍ରଯୁକ୍ତି-ଚାଳିତ ପଦକ୍ଷେପ ମାଧ୍ୟମରେ ଉନ୍ନତ ସଂଗ୍ରହ ଦକ୍ଷତା ଏବଂ ଲିକେଜ୍ ହ୍ରାସ ଆର୍ଥିକ ବର୍ଷ ୨୦୨୫ରେ ରାଜସ୍ୱ ପ୍ରାପ୍ତିକୁ ୧୧.୬ ପ୍ରତିଶତକୁ ବୃଦ୍ଧି କରିଛି

 

  • ପ୍ରଭାବଶାଳୀ ପୁଞ୍ଜି ବ୍ୟୟ କୋଭିଡ଼ ପୂର୍ବ ଅବଧିରେ ୨.୭ ପ୍ରତିଶତରୁ ୨୦୨୬ ଆର୍ଥିକ ବର୍ଷରେ ୪.୩ ପ୍ରତିଶତକୁ ବୃଦ୍ଧି ପାଇଛି

 

  • ଆର୍ଥିକ ବର୍ଷ ୨୦୨୫ରେ ଋଣ ଏବଂ  ଜି.ଡି.ପି. ଅନୁପାତ ୫୫.୭ ପ୍ରତିଶତକୁ କମିଛି, ଆର୍ଥିକ ବର୍ଷ ୨୦୩୧ ସୁଦ୍ଧା ଏହା ପ୍ରାୟ ୫୦ ପ୍ରତିଶତ ହେବାର ଲକ୍ଷ୍ୟ ରଖାଯାଇଛି

 

  • ଆର୍ଥିକ ବର୍ଷ ୨୦୨୫ରେ ଆୟ ଟିକସ ଫାଇଲିଂ ୯.୨ କୋଟିକୁ ବୃଦ୍ଧି ପାଇଛି, ଯାହାକି ଆର୍ଥିକ ବର୍ଷ ୨୦୨୨ରେ ୬.୯ କୋଟି ଟଙ୍କା ଥିଲା

 

  • କୋଭିଡ ପୂର୍ବବର୍ତ୍ତୀ କାଳରେ ସୁଦ୍ଧା ମୋଟ ଟିକସରେ ପ୍ରତ୍ୟକ୍ଷ ଟିକସ ଅଂଶ ୫୧.୯ ପ୍ରତିଶତରୁ ୫୮.୨ ପ୍ରତିଶତକୁ ବୃଦ୍ଧି ପାଇଛି 

 

  • ଆର୍ଥିକ ବର୍ଷ ୨୦୨୬ (ଏପ୍ରିଲ-ଡିସେମ୍ବର)ରେ ମୋଟ ଜିଏସଟି ରାଜସ୍ୱ ୧୭.୪ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ଆର୍ଥିକ ବର୍ଷ୨୦୨୫ (ଏପ୍ରିଲ-ଡିସେମ୍ବର)ରେ ୧୬.୩ ଲକ୍ଷ କୋଟି ଟଙ୍କା ଥିଲା


୨୦୨୫-୨୬ ବର୍ଷର ଆର୍ଥିକ ସର୍ଭେ ରିପୋର୍ଟ ଆଜି ସଂସଦରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପନ କରାଯାଇଛି ଯେଉଁଥିରେ ବିଶ୍ୱ ଆର୍ଥିକ ଅସ୍ଥିରତା ସତ୍ତ୍ୱେ ବର୍ତ୍ତମାନ ସମୟରେ ଭାରତର ଅର୍ଥନୀତି ଏହାର ସାମଗ୍ରିକ ଆର୍ଥିକ ସ୍ଥିରତା ରକ୍ଷା କରିବା ସହିତ ଦୃଢ଼ ଭାବରେ ଦଣ୍ଡାୟମାନ ହୋଇଛି । ଆମର କ୍ରମାନୁମୋଦିତ ଆର୍ଥିକ ରଣନୀତି, ଆର୍ଥିକ ତଥା ରାଜସ୍ୱ ନିଅଣ୍ଟ ହ୍ରାସ ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ସ୍ଥାୟୀ ରାଜସ୍ୱ ସଂଗ୍ରହ ଏବଂ ପୁଞ୍ଜି ବ୍ୟୟ ପ୍ରତି ରାଜସ୍ୱର ପୁନଃନିର୍ମାଣ ଦେଶର ଅର୍ଥ ବ୍ୟବସ୍ଥାକୁ ଅଧିକ ମଜଭୁତ ଏବଂ ସମାବେଶୀ କରିଛି । କେନ୍ଦ୍ର ସରକାରଙ୍କ ଚିନ୍ତାଶୀଳ ଆର୍ଥିକ ସୁପରିଚାଳନା ଏହି ବିଶ୍ୱସନୀୟତାକୁ ମଜଭୁତ କରିଛି ଏବଂ ଦେଶର ସାମଗ୍ରିକ ଆର୍ଥିକ ଏବଂ ରାଜସ୍ୱ ଢାଞ୍ଚାରେ ବିଶ୍ୱାସକୁ ଟାଣ କରିଛି । ରାଜ୍ୟମାନଙ୍କ ଆର୍ଥିକ ସମାଯୋଜନ ଏହି ପ୍ରଗତିର ଯାତ୍ରାର ଏକ ପ୍ରମୁଖ ଅଂଶୀଦାର ହୋଇପାରିଛି ।
ବିଗତ ବର୍ଷମାନଙ୍କରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ପୂର୍ବାନୁମାନଯୋଗ୍ୟ ଏବଂ ବିଶ୍ୱସନୀୟ ଆର୍ଥିକ ମାର୍ଗ ଏଭଳି ଆର୍ଥିକ ସ୍ଥିରତା ରକ୍ଷା ସହିତ ଅଭିବୃଦ୍ଧିର ଆବଶ୍ୟକତାକୁ ସନ୍ତୁଳିତ ରଖିବା ସହିତ ସାମଗ୍ରିକ ଆର୍ଥିକ ସ୍ଥିରତା ସ୍ଥାପନ କରିପାରିଛି । କେନ୍ଦ୍ର ସରକାରଙ୍କ ଆର୍ଥିକ ସମାଯୋଜନର ଅଭିଜ୍ଞତା ସ୍ପଷ୍ଟ ଭାବରେ ପରିଭାଷିତ ଆର୍ଥିକ ଲକ୍ଷ୍ୟର ମୂଲ୍ୟ ଉପରେ ଗୁରୁତ୍ୱାରୋପ କରେ ଏବଂ ଏହା ଫଳରେ ଅନିଶ୍ଚିତତା ସମୟରେ ଅଭିବୃଦ୍ଧି ମାର୍ଗରେ ଅନ୍ତରାୟ ସୃଷ୍ଟି କରିବା ପରିବର୍ତ୍ତେ ଏହାକୁ ସମର୍ଥନ କରେ ଏବଂ ଆର୍ଥିକ ନୀତିକୁ ମଧ୍ୟ ପ୍ରବର୍ତ୍ତନ ନିମନ୍ତେ ସୁଯୋଗ ପ୍ରଦାନ କରେ । ଆର୍ଥିକ ସମାଯୋଜନର ଏଇ ଯାତ୍ରାରେ ରାଜ୍ୟମାନେ ଏକ ପ୍ରମୁଖ ଅଂଶୀଦାର ଭାବରେ ଉଭା ହୋଇପାରିଛନ୍ତି । ପୁଞ୍ଜି ବ୍ୟୟ ନିମନ୍ତେ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା (ଏସ.ଏ.ଏସ.ସି.ଆଇ.) ସୁଧଛାଡ଼ ଋଣ ଉପରେ ଦୀର୍ଘକାଳୀନ ସମ୍ପତ୍ତି ସୃଷ୍ଟି କରିବାରେ ସହାୟକ ହେଉଛି । ଏହି ଯୋଜନା ରାଜ୍ୟମାନଙ୍କର ପ୍ରାଥମିକତା ଉପରେ ଆଧାରିତ ସଂସ୍କାର ସହିତ ସଂଶ୍ଳିଷ୍ଟ ନିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରେ । ଏହା ଦେଶରେ ଏକ ସ୍ଥିର ଏବଂ ସ୍ଥାୟୀ ‘କାପେକ୍ସ’ର ପରିବେଶକୁ ଅଧିକ କାର୍ଯ୍ୟକ୍ଷମ କରିଥାଏ । 
ଆର୍ଥିକ ଦୃଷ୍ଟିକୋଣରୁ ଅର୍ଥନୈତିକ ସ୍ଥିରତା ବଜାୟ ରହିଛି
ବିଗତ ଆର୍ଥକ ବର୍ଷରେ ଆର୍ଥିକ ନିଅଣ୍ଟ ମାତ୍ରା ୪.୮ ପ୍ରତିଶତକୁ ହ୍ରାସ ପାଇ ଆର୍ଥିକ ବର୍ଷ ୨୦୨୬ରେ ତାହା ୪.୪ ପ୍ରତିଶତ ରହିବା ବୋଲି ବଜେଟରେ ଆକଳନ କରାଯାଇଛି । ସେହି ଅବଧି ମଧ୍ୟରେ ସାମଗ୍ରିକ ଘରୋଇ ଉତ୍ପାଦ (ଜି.ଡି.ପି.)ର ଅନୁମାତ ରୂରେ ରାଜସ୍ୱ ନିଅଣ୍ଟକ ସ୍ଥିର ଭାବରେ ହ୍ରାସ ପାଇଛି ଏବଂ ଆର୍ଥିକ ବର୍ଷ ୨୦୦୯ ପରଠାରୁ ଆର୍ଥିକ ବର୍ଷ ୨୦୨୬ ମଧ୍ୟରେ ଏହାର ସର୍ବନିମ୍ନ ସ୍ତର ୦.୮ ପ୍ରତିଶତ ଛୁଇଁଛି । ଏହା ଫଳରେ ପୁଞ୍ଜି ବ୍ୟୟ ନିମନ୍ତେ ଅଧିକ ଅର୍ଥ ଆବଣ୍ଟନ ହୋଇଛି ଏବଂ ବ୍ୟୟର ଗୁଣବତ୍ତାରେ ମଧ୍ୟ ନିୟମିତ ଭାବରେ ଉନ୍ନତି ପ୍ରତିଫଳିତ ହୋଇଛି । ରାଜସ୍ୱ ବ୍ୟୟ ଆର୍ଥିକ ବର୍ଷ ୨୦୨୨ରେ ଜି.ଡି.ପି.ର ୧୩.୬ ପ୍ରତିଶତରୁ ୨୦୨୫ରେ ୧୦.୯ ପ୍ରତିଶତକୁ କମିଛି । ସେହିଭଳି ପ୍ରମୁଖ ସବସିଡ଼ି ଉପରେ ବ୍ୟୟ ଆର୍ଥିକ ବର୍ଷ ୨୦୨୨ରେ ୧.୯ ପ୍ରତିଶତରୁ ୨୦୨୬ରେ ୧.୧ ପ୍ରତିଶତକୁ ଯୁକ୍ତିସଂଗତ କରାଯାଇଛି । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୨୫ ମସିହା ସୁଦ୍ଧା ଦେଶର ପ୍ରାୟ ୭୮.୯ କୋଟି ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇଛି ।  ସେହିଭଳି ପ୍ରତ୍ୟକ୍ଷ ଟିକସ ଆଧାର ସ୍ଥିର ଭାବରେ ବିସ୍ତାରିତ ହୋଇଛି, ଆୟକର ରିଟର୍ଣ୍ଣ ଫାଇଲିଂ ଆର୍ଥିକ ବର୍ଷ ୨୦୨୨ରେ ୬.୯ କୋଟିରୁ ବୃଦ୍ଧି ପାଇ ଆର୍ଥିକ ବର୍ଷ ୨୦୨୫ରେ ୯.୨ କୋଟି ଛୁଇଁଛି । ଅଧିକ ରିଟର୍ଣ୍ଣ ଫାଇଲିଂ, ଉନ୍ନତ ଅନୁପାଳନ, ଟିକସ ପ୍ରଶାସନରେ ପ୍ରଯୁକ୍ତିର ଅଧିକ ବ୍ୟବହାର ଏବଂ ଉପାର୍ଜନ ବୃଦ୍ଧି ସହିତ ଟିକସ ଜାଲରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟାକୁ ପ୍ରତିଫଳିତ କରେ ।
ନିରବଚ୍ଛିନ୍ନ ରାଜସ୍ୱ ସଂଗ୍ରହ
କେନ୍ଦ୍ର ସରକାରଙ୍କ ରାଜସ୍ୱ ସଂଗ୍ରହ ପରିମାଣ ଆର୍ଥିକ ବର୍ଷ ୨୦୧୬ ଠାରୁ ୨୦୨୦ ମଧ୍ୟରେ ହାରାହାରି ପ୍ରାୟ ୮.୫ ପ୍ରତିଶତରୁ ଆର୍ଥିକ ବର୍ଷ ୨୦୨୨ରୁ ୨୦୨୫ ମଧ୍ୟରେ ପ୍ରାୟ ୯.୧ ପ୍ରତିଶତ ବଢ଼ିଛି । ଏଭଳି ଅଭିବୃଦ୍ଧି ସ୍ପଷ୍ଟ ଅଣ କର୍ପୋରେଟ ଟିକସ ସଂଗ୍ରହ ଦ୍ୱାରା ପରିଚାଳିତ ହୋଇଛି । ମହାମାରୀ ପୂର୍ବରୁ ଜି.ଡିପିର ପ୍ରାୟ ୨.୪ ପ୍ରତିଶତରୁ ମହାମାରୀ ପରବର୍ତ୍ତୀ ସମୟରେ ଏହା ୩.୩ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିଭଳି କେନ୍ଦ୍ର ସରକାରଙ୍କ ରାଜସ୍ୱ ସଂଗ୍ରହ ଆର୍ଥିକ ବର୍ଷ ୨୦୨୫ (ପି.ଏ.)ରେ ୯.୨ ପ୍ରତିଶତକୁ ବୃଦ୍ଧି ପାଇଛି । 
ଜି.ଏସ.ଟି. ୨.୦: ବାଣିଜ୍ୟକୁ କରିଛି ପ୍ରତିଦ୍ୱନ୍ଦ୍ୱୀ
ଜି.ଏସ.ଟି. ରାଜସ୍ୱର ମୂଳ ସାମର୍ଥ ଟିକସ ଆଧାରରେ ସ୍ଥିର ପ୍ରସାରଣରେ ପ୍ରତିଫଳିତ ହୋଇଥାଏ ଯାହା ୨୦୧୭ ମସିହାରେ କରଦାତାମାନଙ୍କ ସଂଖ୍ୟା ୬୦ ଲକ୍ଷରୁ ବଢ଼ି ବର୍ତ୍ତମାନ ୧.୫ କୋଟି ଛୁଇଁଛି । ଗତ ଏପ୍ରିଲ- ଡିସେମ୍ବର ୨୦୨୫ ଅବଧିରେ ମୋଟ ଜି.ଏସ.ଟି. ସଂଗ୍ରହ ୧୭.୪ ଲକ୍ଷ କୋଟି ଟଙ୍କା ହୋଇଥିଲା, ଯାହା ସାରା ବର୍ଷରେ ୬.୭ ପ୍ରତିଶତ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି । ସେହିଭଳି ଏପ୍ରିଲ- ଡିସେମ୍ବର ୨୦୨୫ରେ କ୍ରମାଗତ ଭାବରେ ଇ ୱେଷ୍ଟ ବିଲ୍ ପରିମାଣ ୨୧ ପ୍ରତିଶତକୁ ବୃଦ୍ଧି ପାଇଛି । ଜି.ଏସ.ଟି. ୨.୦ ଅନ୍ତର୍ଗତ ଏକ ସରଳୀକୃତ ଦ୍ୱିବିଧ ବ୍ୟବସ୍ଥାକୁ ପରିବର୍ତ୍ତନ କରିବ, ଅନୁପାଳନ ବ୍ୟୟ ହ୍ରାସ କରିବ, କାରବାରକୁ ସୁବ୍ୟବସ୍ଥିତ କରିବ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ମଧ୍ୟରେ ଆନୁଷ୍ଠାନିକରଣକୁ ପ୍ରୋତ୍ସାହିତ କରିବ । ଏହା ବ୍ୟତୀତ ଏଭଳି ସଂସ୍କାର ବାଣିଜ୍ୟକୁ ପ୍ରତିଦ୍ୱନ୍ଦ୍ୱୀ କରିବ ଏବଂ ଘରୋଇ ଉତ୍ପାଦନକୁ ମଧ୍ୟ ସମର୍ଥନ ଯୋଗାଇବ । ଅପର ପକ୍ଷରେ ଏହା ଜୀବନଯାପନ ବ୍ୟୟକୁ ହ୍ରାସ କରିବା ସହିତ ପରିବାରର ଉପଯୋଗକୁ ପ୍ରୋତ୍ସାହନ ଯୋଗାଇବ ।
ବର୍ଦ୍ଧିତ ଲାଭାଂଶ ଏବଂ ଲାଭ ଦ୍ୱାରା ଅଣ- ଟିକସ ରାଜସ୍ୱକୁ ପ୍ରୋତ୍ସାହନ
କେନ୍ଦ୍ର ସରକାରଙ୍କ ଅଣ ଟିକସ ରାଜସ୍ୱ, ସାମଗ୍ରିକ ଘରୋଇ ଉତ୍ପାଦକୁ ପ୍ରତିଶତ ଭାବେ, କୋଭିଡ ମହାମାରୀ ପରବର୍ତ୍ତୀ ସମୟରେ ଜି.ଡି.ପିର ପ୍ରାୟ ୧.୪ ପ୍ରତିଶତରେ ସ୍ଥିର ରହିଛି । ଏହା ଫଳରେ କେନ୍ଦ୍ରର ରାଜସ୍ୱ ପ୍ରାପ୍ତିକୁ ମଧ୍ୟ ଏହା ସମର୍ଥନ ଯୋଗାଇଛି । କେନ୍ଦ୍ରୀୟ ସରକାରୀ ଉଦ୍ୟୋଗମାନଙ୍କର ଉତ୍ତମ ପ୍ରଦର୍ଶନ ମଧ୍ୟ କେନ୍ଦ୍ର ସରକାରଙ୍କ ଅଣ ଟିକସ ରାଜ୍ୟସ୍ୱ ବୃଦ୍ଧିରେ ସହାୟକ ହୋଇଛି । ଆର୍ଥିକ ବର୍ଷ ୨୦୨୦  ଏବଂ ଆର୍ଥିକ ବର୍ଷ ୨୦୨୫ ମଧ୍ୟରେ ପ୍ରତି ସି.ପି.ଏସ.ଇ ନିଟ୍ ଲାଭ ଏବଂ ଲାଭାଂଶ ଯଥାକ୍ରମେ ୧୭୪ ପ୍ରତିଶତ ଏବଂ ୬୯ ପ୍ରତିଶତ ବୃଦ୍ଧି ପାଇଛି । 
ପୋଷଣୀୟ ପୁଞ୍ଜି ବ୍ୟୟର ଚଳନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ଦୃଷ୍ଟିକୋଣରୁ ପ୍ରେରଣା ଯୋଗାଇବା ସହିତ କେନ୍ଦ୍ର ସରକାରଙ୍କ ପ୍ରଭାବୀ ପୁଞ୍ଜି ବ୍ୟୟ ମହାମାରୀ ପୂର୍ବବର୍ତ୍ତୀ କାଳରେ ଜି.ଡି.ପିର ହାରାହାରି ୨.୭ ପ୍ରତିଶତ ଅଭିବୃଦ୍ଧିକୁ ୩.୯ ପ୍ରତିଶତ ଏବଂ ଆର୍ଥିକ ବର୍ଷ ୨୦୨୫ରେ ଜିଡିପି.ର ୪ ପ୍ରତିଶତ ଅଭିବୃଦ୍ଧି ଘଟିଛି । ସଡ଼କ ପରିବହନ ଏବଂ ରାଜପଥ, ରେଳବାଇ, ବିମାନ ଏବଂ ଜଳପଥ ଭଳି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରଗୁଡ଼ିକ ସମ୍ପତ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ ପୂର୍ବକ ମୋଟ ପୁଞ୍ଜି ବ୍ୟୟର ଅର୍ଦ୍ଧାଧିକ ଏଥିରେ ସାମିଲ କରିଆସୁଛନ୍ତି । 
କେନ୍ଦ୍ର- ରାଜ୍ୟ ରାଜସ୍ୱ ହସ୍ତାନ୍ତର ପରିସରକୁ ଟିକସ ବଣ୍ଟନ ଏବଂ ଆର୍ଥିକ କମିଶନ ଗ୍ରାଣ୍ଟ ମାଧ୍ୟମରେ ସମ୍ପ୍ରସାରଣ
କୋଭିଡ଼ ମହାମାରୀ ପରବର୍ତ୍ତ ସମୟରେ, କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଦୀର୍ଘକାଳୀନ ସୁଧମୁକ୍ତ ଋଣ ଯୋଗାଇ ଦେଇ ପୁଞ୍ଜି ବ୍ୟୟକୁ ପ୍ରୋତ୍ସାହିତ କରିବା ସକାଶେ ଏକ ଯୋଜନା ଆରମ୍ଭ କରିଥିଲେ । ଏହାର ଉଚ୍ଚମାନର ପ୍ରଭାବ ଏବଂ ଘରୋଇ ନିବେଶର ଭିଡ଼ ସୃଷ୍ଟି କରିବାର ଭୂମିକାକୁ ସ୍ୱୀକୃତି ପ୍ରଦାନ ପୂର୍ବକ ଏହା କରାଯାଇଥିଲା । ରାଜ୍ୟମାନଙ୍କୁ ପୁଞ୍ଜି ବ୍ୟୟ ନିମନ୍ତେ ସ୍ୱତନ୍ତ୍ର ସହାୟତା (ଏସ.ଏ.ଏସ.ସି.ଆଇ.) ମାଧ୍ୟମରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ମୋଟ ୪,୪୯,୮୪୫ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ । 
ତେବେ ଆର୍ଥିକ ସର୍ଭେ ଏହା ସତର୍କ କରାଇଛି ଯେ କେନ୍ଦ୍ରର ପ୍ରୋତ୍ସାହନ ନିକଟବର୍ତ୍ତୀ ବର୍ଷମାନଙ୍କରେ ରାଜ୍ୟ ପୁଞ୍ଜି ବ୍ୟୟର ଉଚ୍ଚତର ସହାୟତା କରୁଥିବାବେଳେ ରାଜସ୍ୱ ବ୍ୟୟ ମଧ୍ୟରେ ପରିପୂରକ ଶୃଙ୍ଖଳା ଉପରେ ସଦାସର୍ବଦା ଅଭିବୃଦ୍ଧି ନିର୍ଭରଶୀଳ । 
ସରକାରଙ୍କ ଋଣ ସ୍ଥିତି
କେନ୍ଦ୍ର ସରକାରଙ୍କ ଋଣ ପରିଚାଳନା ରଣନୀତି ଆର୍ଥିକ ନୀତିରେ ବିଶ୍ୱସନୀୟତାକୁ ଅଧିକ ମଜଭୁତ କରିଛି । ତେବେ ବିଶ୍ୱସ୍ତରୀୟ ସାର୍ବଜନୀନ ଋଣ ସ୍ତର ମଧ୍ୟ ଏହା  ଫଳରେ ବୃଦ୍ଧି ପାଉଛି । ୨୦୩୧ ଆର୍ଥକ ବର୍ଷ ସୁଦ୍ଧା ଋଣ- ଜି.ଡି.ପି. ଅନୁକାତ ୫୦±୧ ପ୍ରତିଶତ ହାସଲ କରିବା ନିମନ୍ତେ ସରକାରଙ୍କ ମଧ୍ୟବର୍ତ୍ତୀ ଲକ୍ଷ୍ୟ ବୈଶ୍ୱିକ ଅନିଶ୍ଚିତତା ପରିବେଶରେ ନୀତିର ନମନୀୟତାକୁ ସଂରକ୍ଷଣ ପୂର୍ବକ ଋଣ ସ୍ଥିରତାକୁ ମଜଭୁତ କରିବା ପାଇଁ ଏକ ସୁଚିନ୍ତିତ ପ୍ରଚେଷ୍ଟା ବୋଲି ବିବେଚନା କରାଯାଏ । 
ସାର୍ବଜନୀନ ପୁଞ୍ଜି ନିବେଶ ଦକ୍ଷତା ଦୃଷ୍ଟିକୋଣରୁ ଆକଳନ କଲେ ଭାରତର ଆର୍ଥିକ ମଡେଲ ଅଧିକ ମାତ୍ରାରେ ସ୍ପଷ୍ଟ ହୋଇଥାଏ । ୨୦୨୪ ଆର୍ଥିକ ବର୍ଷରେ ସାଧାରଣ ସରକାରୀ ନିବେଶ ଜିଡିପିର ୪ ପ୍ରତିଶତ ଥିଲା ଯାହା ମୋଟ ସରକାରୀ ରାଜସ୍ୱର ପ୍ରାୟ ଏକ ପଞ୍ଚମାଂଶ ବୋଲି ଜଣାପଡ଼ିଛି ।
ଭବିଷ୍ୟତର ମାର୍ଗ
ଆର୍ଥିକ ସର୍ଭେରେ କ୍ରସ୍ ସବସିଡି ହ୍ରାସ କରିବା, ସରକାରୀ କମ୍ପାନୀମାନଙ୍କର ସଂଜ୍ଞା ସଂଶୋଧନ କରି ଇକ୍ୱିଟି ମୁଦ୍ରୀକରଣ ନିମନ୍ତେ ପାଇପଲାଇନ ସ୍ଥିରକରିବା, ଇ-ୱେ ବିଲ୍ଂକୁ ଆଗକୁ ବଢ଼ାଇବା, ବ୍ୟୟରେ ପାରଦର୍ଶିତା ହାସଲ କରିବା ଏବଂ ଅଧିକ ଆର୍ଥିକ ସମାଯୋଜନା ହାସଲ ନିମନ୍ତେ ଏସବୁର ପ୍ରଭାବୀ ପରିଚାଳନା ପାଇଁ ସଂସ୍କାର ପ୍ରସ୍ତାବ ପ୍ରଦାନ କରାଯାଇଛି ।
ଭବିଷ୍ୟତରେ ଜି.ଏସ.ଟି. ୨.୦ ଏବଂ ବ୍ୟକ୍ତିଗତ ଆୟକର ସମେତ କର ବ୍ୟବସ୍ଥାରେ ଅଣାଯାଇଥିବା ସଂସ୍କାରଗୁଡ଼ିକର ଢାଞ୍ଚାକୁ ସରଳ କରି, ଅନୁପାଳନ ବ୍ୟୟ ହ୍ରାସ କରିବା ଏବଂ କର ଆଧାରକୁ ବିସ୍ତାର କରି କର ବ୍ୟବସ୍ଥାର ଦକ୍ଷତା ବୃଦ୍ଧିର ଆଶା ରଖାଯାଇଛି । 
*********


(ରିଲିଜ ଆଡି: 2220480) ପରିଦର୍ଶକ କାଉଣ୍ଟର : 12