ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ନାରାୟଣ ଧର୍ମ ସଙ୍ଘମ ଟ୍ରଷ୍ଟର ସ୍ୱାମୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 23 JAN 2026 4:02PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାର୍କଲାର ଶିବଗିରି ମଠରେ ଶ୍ରୀ ନାରାୟଣ ଧର୍ମ ସଙ୍ଘମ ଟ୍ରଷ୍ଟ ସହିତ ଜଡ଼ିତ ସ୍ୱାମୀମାନଙ୍କୁ ଭେଟିଛନ୍ତି। 
ଆଲୋଚନା ସମୟରେ ସାମାଜିକ ସେବା, ଶିକ୍ଷା, ଆଧ୍ୟାତ୍ମିକତା ଏବଂ ଗୋଷ୍ଠୀ କଲ୍ୟାଣ କ୍ଷେତ୍ରରେ ସ୍ୱାମୀମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ସେମାନଙ୍କର ପ୍ରୟାସ ଭାରତର ସାମାଜିକ ଢାଞ୍ଚାରେ ସ୍ଥାୟୀ ଯୋଗଦାନ ଦେଇଛି।
ସେ କହିଥିଲେ ଯେ ଶ୍ରୀ ନାରାୟଣ ଗୁରୁଙ୍କ କାଳଜୟୀ ଆଦର୍ଶ ଆଧାରରେ ଏହି ଟ୍ରଷ୍ଟର ପଦକ୍ଷେପ ସମାଜରେ ସମାନତା, ସୌହାର୍ଦ୍ଦ୍ୟ ଏବଂ ମର୍ଯ୍ୟାଦାକୁ ପ୍ରୋତ୍ସାହିତ କରିବା ଜାରି ରଖିଛି।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
"ଶ୍ରୀ ନାରାୟଣ ଧର୍ମ ସଙ୍ଘମ ଟ୍ରଷ୍ଟ, ଶିବଗିରି ମଠ, ବରକଲା ସହିତ ଜଡିତ ସ୍ୱାମୀମାନଙ୍କୁ ଭେଟିଥିଲି। ସମାଜ ସେବା, ଶିକ୍ଷା, ଆଧ୍ୟାତ୍ମିକତା ଏବଂ ଗୋଷ୍ଠୀ କଲ୍ୟାଣ କ୍ଷେତ୍ରରେ ସେମାନଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ଆମର ସାମାଜିକ ଢାଞ୍ଚାରେ ସ୍ଥାୟୀ ଯୋଗଦାନ ଦେଇଛି।
ଶ୍ରୀ ନାରାୟଣ ଗୁରୁଙ୍କ ଚିରନ୍ତନ ଆଦର୍ଶରେ ନିହିତ, ସେମାନଙ୍କର ପ୍ରୟାସ ସମଗ୍ର ସମାଜରେ ସମାନତା, ସୌହାର୍ଦ୍ଦ୍ୟ ଏବଂ ମର୍ଯ୍ୟାଦାକୁ ପ୍ରୋତ୍ସାହିତ କରିବା ଜାରି ରଖିଛି
HS


(रिलीज़ आईडी: 2218106) आगंतुक पटल : 34
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam