ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୫ ଏଫ୍ଆଇଡିଇ ବିଶ୍ୱ ରାପିଡ୍ ଚେସ୍ ଚାମ୍ପିଅନ୍ସିପରେ ବ୍ରୋଞ୍ଜ ପଦକ ଜିତିଥିବା ଅର୍ଜୁନ ଏରିଗୈସିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 29 DEC 2025 3:15PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୋହାରେ ଅନୁଷ୍ଠିତ ଏଫଆଇଡିଇ ବିଶ୍ୱ ରାପିଡ୍ ଚେସ୍ ଚାମ୍ପିଅନ୍ସିପରେ, ବ୍ରୋଞ୍ଜ ପଦକ ଜିତିଥିବାରୁ ଅର୍ଜୁନ ଏରିଗୈସିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। "ତାଙ୍କର ଧୈର୍ଯ୍ୟ ଉଲ୍ଲେଖନୀୟ। ତାଙ୍କର ନିରନ୍ତର ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି," ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ 'ଏକ୍ସ’ରେ ପୋଷ୍ଟ କରିଛନ୍ତି:

"ଦୋହାରେ ଏଫଆଇଡିଇ ବିଶ୍ୱ ରାପିଡ୍ ଚେସ୍ ଚାମ୍ପିଅନସିପରେ ଓପନ୍ ବିଭାଗରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅର୍ଜୁନ ଏରିଗୈସିଙ୍କ ପାଇଁ ଗର୍ବିତ। ତାଙ୍କର ଧୈର୍ଯ୍ୟ ଉଲ୍ଲେଖନୀୟ। ତାଙ୍କର ଆଗକୁ ବଢ଼ୁଥିବା ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି।’’

HS


(ରିଲିଜ ଆଡି: 2209601) ପରିଦର୍ଶକ କାଉଣ୍ଟର : 33