ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
୨୦୦୧ ସଂସଦ ଆକ୍ରମଣ ସମୟରେ ଆତଙ୍କବାଦୀମାନଙ୍କୁ ଉପଯୁକ୍ତ ଜବାବ ଦେଇ ସହିଦ ହୋଇଥିବା ସୁରକ୍ଷା କର୍ମୀଙ୍କୁ ଶ୍ରୀ ଅମିତ ଶାହଙ୍କ ଶ୍ରଦ୍ଧାଞ୍ଜଳି
प्रविष्टि तिथि:
13 DEC 2025 10:11AM by PIB Bhubaneshwar
- ଆଜି ପୁଣି ଥରେ ଆତଙ୍କବାଦ ବିରୋଧରେ ଆମ ସୁରକ୍ଷା ବାହିନୀର ଅଦମ୍ୟ ସାହସ ଏବଂ ବୀରତ୍ୱକୁ ସ୍ମରଣ କରିବାର ଦିନ
- ୨୦୦୧ ମସିହାରେ, ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ମନ୍ଦିର ଆମ ସଂସଦ ଭବନ ଉପରେ ହୋଇଥିବା କାପୁରୁଷ ଆତଙ୍କବାଦୀ ଆକ୍ରମଣକୁ ସୁରକ୍ଷା ବାହିନୀ ସାହସର ସହିତ ବିଫଳ କରିଥିଲା
- ଆତଙ୍କବାଦୀମାନଙ୍କୁ ଉପଯୁକ୍ତ ଜବାବ ଦେଇ ସହିଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି
- ଏହି ବୀର ଯୋଦ୍ଧାମାନଙ୍କ ବଳିଦାନ ପାଇଁ ରାଷ୍ଟ୍ର ସର୍ବଦା ଋଣୀ ରହିବ
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ୧୩ ଡିସେମ୍ବର, ୨୦୦୧ରେ ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆତଙ୍କବାଦୀମାନଙ୍କୁ ଉପଯୁକ୍ତ ଜବାବ ଦେଇ ସହିଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଏକ୍ସର ଏକ ପୋଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି: "ଆଜି ପୁଣି ଥରେ ଆତଙ୍କବାଦ ବିରୁଦ୍ଧରେ ଆମର ସୁରକ୍ଷା ବାହିନୀର ସେହି ଅଦମ୍ୟ ସାହସ ଏବଂ ବୀରତ୍ୱକୁ ସ୍ମରଣ କରିବାର ଦିନ, ଯେତେବେଳେ ୨୦୦୧ ମସିହାରେ ସେମାନେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ମନ୍ଦିର-ଆମ ସଂସଦ ଭବନ ଉପରେ କାପୁରୁଷୋଚିତ ଆତଙ୍କବାଦୀ ଆକ୍ରମଣକୁ ବିଫଳ କରିଥିଲେ। ଆତଙ୍କବାଦୀମାନଙ୍କୁ ଉପଯୁକ୍ତ ଜବାବ ଦେଇ ସହିଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏହି ବୀର ଯୋଦ୍ଧାମାନଙ୍କ ବଳିଦାନ ପାଇଁ ରାଷ୍ଟ୍ର ସର୍ବଦା ଋଣୀ ରହିବ।’’
HS
(रिलीज़ आईडी: 2203648)
आगंतुक पटल : 6
इस विज्ञप्ति को इन भाषाओं में पढ़ें:
Tamil
,
Telugu
,
Marathi
,
Kannada
,
Malayalam
,
Bengali
,
Bengali-TR
,
English
,
Urdu
,
हिन्दी
,
Assamese
,
Punjabi
,
Gujarati