ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜରାଟର ଭାବନଗରରେ 'ସମୁଦ୍ର ରୁ ସମୃଦ୍ଧି’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

प्रविष्टि तिथि: 20 SEP 2025 2:33PM by PIB Bhubaneshwar

ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିବା ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲ ଜୀ, ସି.ଆର.ପାଟିଲ, ମନସୁଖଭାଇ ମାଣ୍ଡଭ୍ୟା, ଶାନ୍ତନୁ ଠାକୁର, ନିମୁବେନ ବାମ୍ଭାନିଆ,  ଏହି କାର୍ଯ୍ୟକ୍ରମରେ ଦେଶର 40ରୁ ଅଧିକ ସ୍ଥାନରୁ ଯୋଡ଼ି ହୋଇଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ସମସ୍ତ ମୁଖ୍ୟ ବନ୍ଦର ସହିତ ଯୋଡ଼ି ହୋଇଥିବା, ବିଭିନ୍ନ ରାଜ୍ୟର ମନ୍ତ୍ରୀଗଣ, ବରିଷ୍ଠ ଅଧିକାରୀଗଣ, ବିଶିଷ୍ଟ ଅତିଥିମାନେ ଏବଂ ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ, ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି!

ଆପଣମାନେ ଭାବନଗରରେ ଉତ୍ସାହପୂର୍ଣ୍ଣ  ବାତାବରଣ ସୃଷ୍ଟି କରିଛନ୍ତି, ଆଲୋକ ଆସିବା ପରେ ମୁଁ ଏଠାରୁ ଦେଖିପାରୁଛି ଯେ ମଣ୍ଡପ ବାହାରେ ଜନସମୁଦ୍ର ଆପଣମାନେ ସମସ୍ତେ ଏତେ ସଂଖ୍ୟାରେ ଆଶୀର୍ବାଦେବା ପାଇଁ ଏଠାକୁ ଆସିଛନ୍ତି,  ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ  କୃତଜ୍ଞତା ଜଣାଉଛି

ବନ୍ଧୁଗଣ,

ଯଦିଓ ଏହି କାର୍ଯ୍ୟକ୍ରମ ଭାବନଗରରେ ଆୟୋଜିତ ହେଉଛି, କିନ୍ତୁ ଏହା ସମଗ୍ର ଦେଶଏକ କାର୍ଯ୍ୟକ୍ରମ। ଆଜି ଭାବନଗର ଏକ ମାଧ୍ୟମ ପାଲଟିଛି, ଏବଂ 'ସମୁଦ୍ର ରୁ ସମୃଦ୍ଧି ଦିଗରେ ଭାରତ କିପରି ଆଗକୁ ବଢ଼ୁଛି, ତାହା ଦର୍ଶାଇବା ପାଇଁ ଭାବନଗରକୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ଭାବେ ଚୟନ କରାଯାଇଛି। ଗୁଜରାଟର ଜନସାଧାରଣ ଏବଂ ଭାବନଗରର ଜନସାଧାରଣଙ୍କୁ ବହୁତ-ବହୁତ ଅଭିନନ୍ଦନ।

ବନ୍ଧୁଗଣ,

ସେପ୍ଟେମ୍ବର 17ତାରିଖରେ ଆପଣମାନେ ସମସ୍ତେ ଆପଣଙ୍କ ନରେନ୍ଦ୍ର ଭାଇଙ୍କୁ ଯେଉଁ ଶୁଭେଚ୍ଛା ପଠାଇଛନ୍ତି, ଏବଂ ଦେଶ ତଥା ବିଶ୍ୱରୁ ମୋତେ ଯେଉଁ ଶୁଭେଚ୍ଛା ମିଳିଛି, ବ୍ୟକ୍ତିଗତ ଭାବେ ପ୍ରତ୍ୟେକଙ୍କୁ ଧନ୍ୟବାଦେବା ଅସମ୍ଭବ। ତଥାପି, ଭାରତର ପ୍ରତ୍ୟେକୋଣରୁ ଏବଂ ସମଗ୍ର ବିଶ୍ୱରୁ ମୋତେ ମିଳିଥିବା ଭଲପାଇବା ଏବଂ ଆଶୀର୍ବାଦ ହେଉଛି ମୋର ସବୁଠାରୁ ବଡ଼ ସମ୍ପତ୍ତି ଏବଂ ଶକ୍ତି। ତେଣୁ, ସର୍ବସାଧାରଣରେ ମୁଁ ମୋ ଦେଶ ଏବଂ ବିଶ୍ୱର ସମସ୍ତ ଲୋକଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଇବାକୁ ଚାହୁଁଛି। ଏଠାରେ, ଜଣେ ଝିଅ ଏକ ଚିତ୍ର ଆଣିଛି, ଏବଂ ସେଠାରେ ଜଣେ ପୁଅ ମଧ୍ୟ ଗୋଟିଏ  ଆଣିଛି। ଦୟାକରି ସେଗୁଡ଼ିକୁ ସଂଗ୍ରହ କରନ୍ତୁ, ମୋର ଭାଇମାନେ ଏହି ପିଲାମାନଙ୍କୁ ମୋର ଆଶୀର୍ବାଦ। ଯେଉଁମାନେ ଏଗୁଡ଼ିକୁ ଆଣିଥିଲେ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନଙ୍କ ଭଲ ପାଇବା ପାଇ ମୁଁ କୃତଜ୍ଞ। ଆପଣ ଏପରି ପ୍ରୟାସ କରିଛନ୍ତି-ଆପଣଙ୍କୁ ଧନ୍ୟବାଦ,  ପିଲାଙ୍କୁ ଧନ୍ୟବାଦ,   ବନ୍ଧୁଙ୍କୁ ମଧ୍ୟ ଧନ୍ୟବାଦ

 

 

ବନ୍ଧୁଗଣ,

ବିଶ୍ୱକର୍ମା ଜୟନ୍ତୀ ଠାରୁ ଆରମ୍ଭ କରି ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ-ଅର୍ଥାତ୍ ସେପ୍ଟେମ୍ବର 17ରୁ ଅକ୍ଟୋବର 2 ପର୍ଯ୍ୟନ୍ତ-ସମଗ୍ର ଦେଶରେ ଲକ୍ଷ ଲକ୍ଷ ଲୋକ ସେବା ପଖୱାଡ଼ା ପାଳନ କରୁଛନ୍ତି। ମୋତେ କୁହାଯାଇଛି ଯେ ଗୁଜରାଟରେ ମଧ୍ୟ  15 ଦିନିଆ ସେବା ପଖୱାଡ଼ା ପାଳନ କରାଯାଉଛି, ମାତ୍ର ଗତ ଦୁଇ ତିନି ଦିନ ମଧ୍ୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରକ୍ତଦାନ ଶିବିର ସ୍ଥାପନ କରାଯାଇଛି, ଏକ ଲକ୍ଷ ଲୋକ ରକ୍ତଦାନ କରିସାରିଛନ୍ତି। ଏହା କେବଳ ଗୁଜରାଟ ବିଷୟରେ ମିଳିଥିବା ସୂଚନା। ଅନେକ ସହରରେ ସ୍ୱଚ୍ଛତା ଅଭିଯାନର ଆୟୋଜନ କରାଯାଇଛି ଏବଂ ଲକ୍ଷ ଲକ୍ଷ ଲୋକ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ସାରା ରାଜ୍ୟରେ 30 ହଜାରରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି, ଏହା ଏକ ଉଲ୍ଲେଖନୀୟ ସଂଖ୍ୟା ଯେଉଁଠାରେ ଲୋକଙ୍କୁ ରୋଗ ଚିହ୍ନଟ କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି ବିଶେଷକରି ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ଦିଆଯାଉଛି। ସମଗ୍ର ଦେଶରେ ଏହି କାର୍ଯ୍ୟରେ ନିୟୋଜିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ମୁଁ ଅଭିନନ୍ଦନ ଏବଂ କୃତଜ୍ଞତା ଜଣାଉଛି।

ବନ୍ଧୁଗଣ,

ଏହି ସମାବେଶର ପ୍ରାରମ୍ଭରେ ମୁଁ ଶ୍ରୀ କୃଷ୍ଣ କୁମାର ସିଂହ ଜୀଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି। ସର୍ଦ୍ଦାର ପଟେଲଙ୍କ ମିଶନରେ ଯୋଗ ଦେଇ ସେ ଭାରତର ଏକତା ପାଇଁ ଏକ ବଡ଼ ଯୋଗଦାନ ଦେଇଥିଲେ। ଏଭଳି ମହାନ ଦେଶଭକ୍ତଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଆଜି ଆମେ ଭାରତର ଏକତାକୁ ସୁଦୃଢ଼ କରୁଛୁ ଏବଂ "ଏକ ଭାରତ, ଶ୍ରେଷ୍ଠ ଭାରତ" ଭାବନାକୁ ସଶକ୍ତ କରୁଛୁ।

ବନ୍ଧୁଗଣ,

ମୁଁ ଭାବନଗରକୁ ଏପରି ଏକ ସମୟରେ ଆସିଛି ଯେତେବେଳେ ପବିତ୍ର ନବରାତ୍ରୀ ପର୍ବ ଆରମ୍ଭ ହେବାକୁ ଯାଉଛି। ଏଥର ଜିଏସଟି ହ୍ରାସ କାରଣରୁ ବଜାର ଅଧିକ ଚଳଚଞ୍ଚଳ ହେବ, ଏବଂ ଏହି ଉତ୍ସବ ମୟପରିବେଶରେ, ଆଜି ଆମେ 'ସମୁଦ୍ର ସେ ସମୃଦ୍ଧିର ଏହି ମହାନ ପର୍ବ ପାଳନ କରୁଛୁ। ଭାବନଗରର ଭାଇମାନେ, ମୋତେ କ୍ଷମା କରିବେ, ମୁଁ ଆଜି ହିନ୍ଦୀରେ ନିଶ୍ଚୟ କହିବି କାରଣ ସମଗ୍ର ଦେଶର ଲୋକମାନେ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଛନ୍ତି। ଯେତେବେଳେ ସମଗ୍ର ଦେଶରେ ଲକ୍ଷ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି, ମୁଁ ଆପଣଙ୍କୁ କ୍ଷମା ମାଗି ମୁଁ ହିନ୍ଦୀରେ କହିବି।

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀର ଭାରତ ସମୁଦ୍ରକୁ ଏକ ବଡ଼ ସୁଯୋଗ ଭାବେ ଦେଖୁଛି। କିଛି ସମୟ ପୂର୍ବରୁ ବନ୍ଦର ନେତୃତ୍ୱାଧୀନ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଦେଶରେ କ୍ରୁଜ୍ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଆଜି ମୁମ୍ବାଇରେ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ଉଦଘାଟିତ ହୋଇଛି। ଭାବନଗର ଏବଂ ଗୁଜରାଟର ବିକାଶ ସହିତ ଜଡ଼ିତ ଅନେକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରାଯାଇଛି। ଦେଶର ସମସ୍ତ ନାଗରିକ ଏବଂ ଗୁଜରାଟର ଜନସାଧାରଣଙ୍କୁ ମୋର ଶୁଭେଚ୍ଛା।

ବନ୍ଧୁଗଣ,

ଭାରତ ଆଜି -ବିଶ୍ୱ ବନ୍ଧୁ ଭାବନା ସହିତ ଆଗକୁ ବଢ଼ୁଛି। ବିଶ୍ୱ ରେ ଆମର କୌଣସି ବଡ଼ ଶତ୍ରୁ ନାହାନ୍ତିପ୍ରକୃତରେ , ଆମର ଏକମାତ୍ର ଶତ୍ରୁ ହେଉଛି ଅନ୍ୟ ଦେଶ ଉପରେ ଆମର ନିର୍ଭରଶୀଳତା। ସେ ହେଉଛନ୍ତି ଆମର ସବୁଠାରୁ ବଡ଼ ଶତ୍ରୁ। ମିଳିତ ଭାବେ, ଆମକୁ ନିର୍ଭରଶୀଳତାର ଏହି ଶତ୍ରୁକୁ ପରାସ୍ତ କରିବାକୁ ହେବ। ଆମେ ସବୁବେଳେ ନିଜକୁ ମନେ ପକାଇ ଦେବା ଉଚିତ, ଅଧିକ ବିଦେଶୀ ନିର୍ଭରଶୀଳତା ଅର୍ଥ ବହୁ ଅଧିକ ଭାବରେ ବିଦେଶୀ ନିର୍ଭରତା, ସେତିକି ଅଧିକ ଦେଶର ବିଫଳତା। ବିଶ୍ୱରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଯଦି ଆମେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ରହିବୁ, ତେବେ ଆମର ଆତ୍ମସମ୍ମାନ ହାନି ହେବ। ଆମେ 140 କୋଟି ଭାରତୀୟଙ୍କ ଭବିଷ୍ୟତକୁ ଅନ୍ୟମାନଙ୍କ ଦୟାରେ ଛାଡ଼ି ପାରିବୁ ନାହିଁ। ଆମେ ଦେଶର ବିକାଶ ଲକ୍ଷ୍ୟକୁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ଦେଇପାରିବୁ ନାହିଁ। ଆମେ ଆମର ଆଗାମୀ ପିଢ଼ିର ଭବିଷ୍ୟତକୁ ବିପଦରେ ପକାଇ ପାରିବା ନାହିଁ।

ଭାଇ ଓ ଭଉଣୀମାନେ,

ଆମର ଏଠାରେ ଗୁଜରାଟୀ ରେ କହନ୍ତି,  ଶହେଟି ରୋଗର ଗୋଟିଏ ଚିକିତ୍ସା ଅଛି। ଶହେଟି ଦୁଃଖରେ ଗୋଟିଏ ହିଁ  ଚିକିତ୍ସା ଅଛିତାହା ହେଉଛି ଆତ୍ମନିର୍ଭରଶୀଳ ଭାରତ। କିନ୍ତୁ ଏଥିପାଇଁ ଆମକୁ ଆହ୍ୱାନର ସାମ୍ନା କରିବାକୁ ପଡ଼ିବ ଏବଂ ଅନ୍ୟ ଦେଶ ଉପରେ ଆମର ନିର୍ଭରଶୀଳତାକୁ କ୍ରମାଗତ ଭାବେ ହ୍ରାସ କରିବାକୁ ପଡ଼ିବ। ଭାରତ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ର ଭାବେ ବିଶ୍ୱ ସମ୍ମୁଖରେ ଦୃଢ଼ତାର ସହ ଛିଡ଼ା ହେବା ଆବଶ୍ୟକ।

ଭାଇ ଓ ଭଉଣୀମାନେ,

ଭାରତରେ ସାମର୍ଥ୍ୟର କୌଣସି ଅଭାବ ନାହିଁ। କିନ୍ତୁ ସ୍ୱାଧୀନତା ପରେ କଂଗ୍ରେସ ଭାରତର ସମସ୍ତ ସାମର୍ଥ୍ୟକୁ ଅଣଦେଖା କରିଥିଲା। ତେଣୁ, ସ୍ୱାଧୀନତାର ଛଅ-ସାତ ଦଶନ୍ଧି ପରେ ମଧ୍ୟ ଭାରତ ପ୍ରକୃତରେ ଯୋଗ୍ୟ ସଫଳତା ହାସଲ କରିପାରିଲା ନାହିଁ, ଯାହାର ଆମେ ହକଦାର ଏହାର ଦୁଇଟି ବଡ କାରଣ ଥିଲା, ଦୀର୍ଘ ସମୟ ଧରି କଂଗ୍ରେସ ସରକାର ଦେଶକୁ ଲାଇସେନ୍ସ କୋଟା ରାଜରେ ଫସାଇଦେଇଥିଲେ, ଯାହା ଆମକୁ ବିଶ୍ୱ ବଜାରରୁ ଅଲଗା କରିଦେଇଥିଲାଏବଂ ଜଗତୀକରଣ ସହିତ, ସେମାନେ କେବଳ ଆମଦାନୀ ପାଇଁ ଦ୍ୱାର ଖୋଲିଥିଲେ। ଏହା ବ୍ୟତୀତ ହଜାର ହଜାର କୋଟି ଟଙ୍କାର ଠକେଇ ହୋଇଥିଲା। ଏହି ନୀତିଗୁଡ଼ିକ ଦେଶର ଯୁବକମାନଙ୍କୁ ବିପୁଳ କ୍ଷତି ପହଞ୍ଚାଇଥିଲା ଏବଂ ଭାରତର ପ୍ରକୃତ ଶକ୍ତିକୁ ଆଗକୁ ଆସିବାରେ ପ୍ରତିବନ୍ଧକ ସାଜିଥିଲା।

ବନ୍ଧୁଗଣ,

ଦେଶ କେତେ ମାତ୍ରାରେ କ୍ଷତି ସହିଛି, ଏହାର ଏକ ବହୁତ ବଡ ଉଦାହରଣ,ଆମ ବନ୍ଦର କ୍ଷେତ୍ର ରହିଛି,   ଆପଣମାନେ ଭଲ ଭାବେ ଜାଣନ୍ତି ଯେ ଭାରତ ଶତାବ୍ଦୀ ଶତାବ୍ଦୀ ଧରି ଏକ ମହାନ ସାମୁଦ୍ରିକ ଶକ୍ତି ହୋଇ ରହିଛି। ଆମେ ଏକଦା ବିଶ୍ୱର ସର୍ବବୃହତ୍ ଜାହାଜ ନିର୍ମାଣ କେନ୍ଦ୍ରଗୁଡ଼ିକ ମଧ୍ୟରେ ଥିଲୁ। ଭାରତର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ନିର୍ମିତ ଜାହାଜଗୁଡ଼ିକ ଉଭୟ ଦେଶ ଭିତରେ ଏବଂ ବିଶ୍ୱ ସହିତ ବାଣିଜ୍ୟ-କାରବାର  କରୁଥିଲା। ପଚାଶ ବର୍ଷ ପୂର୍ବରୁ ମଧ୍ୟ ଆମେ ଭାରତରେ ନିର୍ମିତ ଜାହାଜର ବ୍ୟବହାର କରୁଥିଲୁ। ସେହି ସମୟରେ ଭାରତର 40 ପ୍ରତିଶତରୁ ଅଧିକ ଆମଦାନୀ-ରପ୍ତାନୀ ଭାରତୀୟ ନିର୍ମିତ ଜାହାଜରେ ହେଉଥିଲା। କିନ୍ତୁ ଜାହାଜ ଚଳାଚଳ କ୍ଷେତ୍ର ମଧ୍ୟ କଂଗ୍ରେସର ତ୍ରୁଟିପୂର୍ଣ୍ଣ ନୀତିର ଶିକାର ହୋଇଥିଲା। ଭାରତରେ ଜାହାଜ ନିର୍ମାଣକୁ ସୁଦୃଢ଼ କରିବା ପରିବର୍ତ୍ତେ, କଂଗ୍ରେସ ବିଦେଶୀ ଜାହାଜଗୁଡ଼ିକୁ ଭଡ଼ା ଦେୟ ଦେବାକୁ ପସନ୍ଦ କରିଥିଲା। ଫଳସ୍ୱରୂପ, ଭାରତର ଜାହାଜ ନିର୍ମାଣ ଇକୋସିଷ୍ଟମ ଧ୍ୱଂସ ହୋଇଗଲା, ଏବଂ ବିଦେଶୀ ଜାହାଜ ଉପରେ ନିର୍ଭରଶୀଳତା ଆମର ବାଧ୍ୟବାଧକତା ହୋଇଗଲା। ଫଳସ୍ୱରୂପ ଯେଉଁଠି ଏକଦା ଆମର 40 ପ୍ରତିଶତ ବାଣିଜ୍ୟ ଭାରତୀୟ ଜାହାଜରେ ହେଉଥିଲା, ଆଜି ସେହି ଅଂଶ ମାତ୍ର 5 ପ୍ରତିଶତକୁ ଖସି ଆସିଛି। ଏହାର ଅର୍ଥ ହେଉଛି ଆମର 95 ପ୍ରତିଶତ ବାଣିଜ୍ୟ ପାଇଁ ଆମେ ବିଦେଶୀ ଜାହାଜ ଉପରେ ନିର୍ଭରଶୀଳ ହୋଇଯାଇଥିଲୁ ବିଦେଶୀ ଜାହାଜ ଉପରେ ନିର୍ଭରଶୀଳତା ଆମକୁ ମହଙ୍ଗା ପଡ଼ିଛି।

ବନ୍ଧୁଗଣ,

ମୁଁ ଦେଶ ସମ୍ମୁଖରେ କିଛି ପରିସଂଖ୍ୟାନ ଉପସ୍ଥାପନ କରିବାକୁ ଚାହୁଁଛି। ଦେଶବାସୀଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ପ୍ରତିବର୍ଷ ଭାରତ ବିଦେଶୀ ଜାହାଜ ଚଳାଚଳ କମ୍ପାନୀଗୁଡ଼ିକୁ ସେମାନଙ୍କ ସେବା ପାଇଁ ପ୍ରାୟ 75 ବିଲିୟନ ଡଲାର-ପ୍ରାୟ ଛଅ ଲକ୍ଷ କୋଟି ଟଙ୍କା-ପ୍ରଦାନ କରିଥାଏ। ଏହା ଭାରତର ବର୍ତ୍ତମାନର ପ୍ରତିରକ୍ଷା ବଜେଟ୍ ସହିତ ପ୍ରାୟ ସମାନ। କଳ୍ପନା କରନ୍ତୁ ଯେ ସାତ ଦଶନ୍ଧି ମଧ୍ୟରେ ଆମେ ଅନ୍ୟ ଦେଶକୁ ଭଡା ସୂତ୍ରରେ କେତେ ଟଙ୍କା ଦେଇଛୁ। ଆମ ପଇସା ବିଦେଶରେ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେଉଛି।   ପୂର୍ବ ସରକାରମାନେ ଏହି ଅର୍ଥର ଏକ ଛୋଟ ଅଂଶ ମଧ୍ୟ ଆମ ଜାହାଜ ଚଳାଚଳ ଉଦ୍ୟୋଗରେ ନିବେଶ କରିଥାନ୍ତେ, ତେବେ ଆଜି ବିଶ୍ୱ ଆମର ଜାହାଜଗୁଡ଼ିକୁ ବ୍ୟବହାର କରୁଥାନ୍ତା, ଆମେ ଜାହାଜ ସେବାରେ ଲକ୍ଷ ଲକ୍ଷ କୋଟି ଟଙ୍କା ରୋଜଗାର କରିଥାନ୍ତୁ ଏବଂ  ଆମେ ବିପୁଳ ପରିମାଣର ସଞ୍ଚୟ କରିଥାନ୍ତୁ।

ବନ୍ଧୁଗଣ,

ଯଦି ଭାରତକୁ 2047 ମସିହା ସୁଦ୍ଧା ବିକାଶ କରିବାକୁ ହେବ, ଯେତେବେଳେ ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ, ସେତେବେଳେ ଭାରତକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଆତ୍ମନିର୍ଭରଶୀଳ ହେବା ବ୍ୟତୀତ ଭାରତ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। 140 କୋଟି ଦେଶବାସୀଙ୍କର କେବଳ ଗୋଟିଏ ସଂକଳ୍ପ ରହିବା ଉଚିତ, ତାହା ଚିପ୍ ହେଉ କିମ୍ବା ଜାହାଜ, ଆମକୁ ଏହାକୁ ଭାରତରେ ହିଁ ତିଆରି କରିବାକୁ ହେବ। ଏହି ଚିନ୍ତାଧାରା ସହିତ ଆଜି ଭାରତର ସାମୁଦ୍ରିକ୍ଷେତ୍ର ମଧ୍ୟ ଆଗାମୀ ପିଢ଼ିର ସଂସ୍କାର ଆଣିବାକୁ ଯାଉଛି। ଆଜିଠାରୁ ଦେଶର ପ୍ରତ୍ୟେକ ପ୍ରମୁଖ ବନ୍ଦରକୁ ଭିନ୍ନ ଭିନ୍ନ ଦସ୍ତାବିଜ ଏବଂ ଭିନ୍ନ ଭିନ୍ନ ପ୍ରକ୍ରିୟାରୁ ମୁକ୍ତି ମିଳିବ। 'ଏକ ରାଷ୍ଟ୍ର, ଏକ ଦସ୍ତାବିଜ ଏବଂ ଏକ ରାଷ୍ଟ୍ର, ଏକ ବନ୍ଦର ପ୍ରକ୍ରିୟା ଏବେ ବ୍ୟବସାୟ କାରବାରକୁ ଆହୁରି ସରଳ କରିବାକୁ ଯାଉଛି। ନିକଟରେ, ଯେପରି ଆମର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଥିଲେ, ମୌସୁମୀ ଅଧିବେଶନ ସମୟରେ, ସଂସଦରେ, ଆମେ ଏପରି ଅନେକ ପୁରୁଣା ଆଇନକୁ ପରିବର୍ତ୍ତନ କରିଛୁ, ଯାହା ବ୍ରିଟିଶାସନ କାଳରୁ ଚାଲିଆସୁଥିଲା। ଆମେ ସାମୁଦ୍ରିକ୍ଷେତ୍ରରେ ଅନେକ ସଂସ୍କାର ଆରମ୍ଭ କରିଛୁ। ଆମ ସରକାର ନୂଆ ରୂପରେ ପାଞ୍ଚଟି ସାମୁଦ୍ରିକ ଆଇନ ପ୍ରଣୟନ କରିଛନ୍ତି।  ଏହି ଆଇନଗୁଡ଼ିକ ଆସିବା ଏବଂ ଏହି ଆଇନଗୁଡ଼ିକ ଆସିବା ଦ୍ୱାରା ଜାହାଜ ଚଳାଚଳ କ୍ଷେତ୍ରରେ ବନ୍ଦର ପରିଚାଳନାରେ ବହୁତ ବଡ ପରିବର୍ତ୍ତନ ଆଣିବ।

ବନ୍ଧୁଗଣ,

ଭାରତ ଶତାବ୍ଦୀ ଶତାବ୍ଦୀ ଧରି ବଡ଼ ବଡ଼ ଜାହାଜ ନିର୍ମାଣ କରିବାରେ ନିପୁଣ ରହିଆସିଛି। ପରବର୍ତ୍ତୀ ପିଢ଼ିର ସଂସ୍କାର ଏହି  ଗୌରବକୁ ପୁନର୍ଜୀବିତ କରିବାରେ ସହାୟକ ହେବ। ବିଗତ ଦଶନ୍ଧିରେ ଆମେ 40ରୁ ଅଧିକ ଜାହାଜ ଏବଂ ବୁଡ଼ାଜାହାଜକୁ ନୌସେନାରେ ସାମିଲ କରିଛୁ। ଗୋଟିଏ କିମ୍ବା ଦୁଇଟି ବ୍ୟତୀତ, ଏଗୁଡ଼ିକ ସବୁ ଭାରତରେ ନିର୍ମିତ ହୋଇଥିଲା। ଆପଣ ନିଶ୍ଚୟ ଆଇ.ଏନ୍.ଏସ୍. ବିକ୍ରାନ୍ତ ବିଷୟରେ ଶୁଣିଥିବେ-ଏହି ଶକ୍ତିଶାଳୀ ଜାହାଜ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମିତ ହୋଇଥିଲା। ଏଥିରେ ବ୍ୟବହୃତ ଉଚ୍ଚମାନର ଇସ୍ପାତ ମଧ୍ୟ ଭାରତରେ ନିର୍ମିତ ହୋଇଥିଲା। ଏହା ପ୍ରମାଣ କରେ ଯେ ଆମ ପାଖରେ ସାମର୍ଥ୍ୟ ଅଛି ଏବଂ ଦକ୍ଷତାର କୌଣସି ଅଭାବ ନାହିଁ। ବଡ଼ ଜାହାଜ ନିର୍ମାଣ ପାଇଁ ଯାହା ଆବଶ୍ୟକ, ତାହା ହେଉଛି ରାଜନୈତିକ ଇଚ୍ଛାଶକ୍ତି, ଏବଂ ଆଜି  ମୁଁ ମୋର ଦେଶବାସୀମାନଙ୍କୁ ଏହି ସଂକଳ୍ପ ବିଷୟରେ ଆଶ୍ୱାସନା ଦେଉଛି।

ବନ୍ଧୁଗଣ,

ଭାରତର ସାମୁଦ୍ରିକ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଗତକାଲି ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା। ଆମେ ଏକ ବଡ଼ ନୀତିଗତ ପରିବର୍ତ୍ତନ କରିଛୁ: ବର୍ତ୍ତମାନ ସରକାର ଏବେ ବଡ଼ ବଡ଼ ଜାହାଜଗୁଡ଼ିକୁ ଭିତ୍ତିଭୂମି ଭାବେ ସ୍ୱୀକୃତି ଦେଇଛନ୍ତି। ଯେତେବେଳେ କୌଣସି କ୍ଷେତ୍ରକୁ ଭିତ୍ତିଭୂମିର ମାନ୍ୟତା ମିଳିଥାଏ ତେବେ ତାହାକୁ ବହୁତ ଲାଭ ମିଳିଥାଏ। ଜାହାଜ ନିର୍ମାଣ କମ୍ପାନୀଗୁଡ଼ିକ ଏବେ ବ୍ୟାଙ୍କ ଋଣ ପାଇବା ସହଜ ହେବ, ସେମାନେ କମ୍ ସୁଧ ହାର ପାଇବେ, ଏବଂ ଭିତ୍ତିଭୂମି ପାଣ୍ଠିର ଅନ୍ୟ ସମସ୍ତ ସୁବିଧା ଉପଭୋଗ କରିବେ। ସରକାରଙ୍କଏହି ନିଷ୍ପତ୍ତି ଭାରତୀୟ ଜାହାଜ ଚଳାଚଳ କମ୍ପାନୀଗୁଡ଼ିକ ଉପରେ ବୋଝ ହ୍ରାସ କରିବ ଏବଂ ସେମାନଙ୍କୁ ବିଶ୍ୱ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସାହାଯ୍ୟ କରିବ।

ବନ୍ଧୁଗଣ,

ଭାରତକୁ ଏକ ମହାନ ସାମୁଦ୍ରିକ ଶକ୍ତି କରିବା ପାଇଁ ସରକାର ତିନୋଟି ପ୍ରମୁଖ ଯୋଜନା ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏହି ଯୋଜନାଗୁଡ଼ିକ ଜାହାଜ ନିର୍ମାଣ କ୍ଷେତ୍ର ପାଇଁ ଆର୍ଥିକ ସହାୟତା ସହଜ କରିବ, ଆମର ସିପୟାର୍ଡଗୁଡ଼ିକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାରେ ଏବଂ ଡିଜାଇନ୍ ଏବଂ ଗୁଣବତ୍ତାରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ। ଆଗାମୀ ବର୍ଷଗୁଡ଼ିକରେ ଏଗୁଡ଼ିକ ଉପରେ 70ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବ।

ବନ୍ଧୁଗଣ,

ମୋର ମନେ ଅଛି ଯେ 2007 ମସିହାରେ, ଯେତେବେଳେ ମୁଁ ଏଠାରେ ମୁଖ୍ୟମନ୍ତ୍ରୀ ଭାବେ ଆପଣଙ୍କ ସେବା କରୁଥିଲି, ସେତେବେଳେ ଗୁଜରାଟ ଜାହାଜ ନିର୍ମାଣର ସୁଯୋଗ ଉପରେ ଏକ ପ୍ରମୁଖ ଆଲୋଚନାଚକ୍ର ଆୟୋଜନ କରିଥିଲା। ସେହି ସମୟରେ ଆମେ ଗୁଜରାଟରେ ଜାହାଜ ନିର୍ମାଣ ଇକୋସିଷ୍ଟମକୁ ସମର୍ଥନ କରିଥିଲୁ। ଏବେ ଆମେ ସାରା ଦେଶରେ ଜାହାଜ ନିର୍ମାଣ ପାଇଁ ବ୍ୟାପକ ପଦକ୍ଷେପ ନେଉଛୁ। ଏଠାକାର ବିଶେଷଜ୍ଞମାନେ ଜାଣନ୍ତି ଯେ ଜାହାଜ ନିର୍ମାଣ କୌଣସି ସାଧାରଣ ଉଦ୍ୟୋଗ ନୁହେଁ। ସମଗ୍ର ବିଶ୍ୱରେ ଏହାକୁ "ସମସ୍ତ ଶିଳ୍ପର ଜନନୀ" କୁହାଯାଏ। ଏହାର କାରଣ ହେଉଛି ଏହା କେବଳ ଏକ ଜାହାଜ ତିଆରି କରିବା ନୁହେଁ, ଅନେକ ଆନୁସଙ୍ଗିକ ଶିଳ୍ପ ବିସ୍ତାର ସହିତ ଇସ୍ପାତ, ଯନ୍ତ୍ରପାତି, ଇଲେକ୍ଟ୍ରୋନିକ୍ସ, ବୟନ ଶିଳ୍ପ, ରଙ୍ଗ, ଆଇଟି ସିଷ୍ଟମ ଏବଂ ଆହୁରି ଅନେକ ଜାହାଜ ଚଳାଚଳ ଉଦ୍ୟୋଗ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ଏମ୍ଏସ୍ଏମ୍ଇ ଅନେକ କ୍ଷେତ୍ରକୁ ସହାୟତା ପ୍ରଦାନ କରିଥାଏ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଜାହାଜ ନିର୍ମାଣରେ ନିବେଶ କରାଯାଉଥିବା ପ୍ରତ୍ୟେକ ଟଙ୍କା ଅର୍ଥ ବ୍ୟବସ୍ଥାରେ ପ୍ରାୟ ଦୁଇଗୁଣ ନିବେଶ ସୃଷ୍ଟି କରିଥାଏ। ଏକ ସିପୟାର୍ଡରେ ସୃଷ୍ଟି ହୋଇଥିବା ପ୍ରତ୍ୟେକ ନିଯୁକ୍ତି ଯୋଗାଣ ଶୃଙ୍ଖଳାରେ ଛଅରୁ ସାତଟି ନୂତନ ନିଯୁକ୍ତି ସୃଷ୍ଟି କରିଥାଏ। ଏହାର ଅର୍ଥ ଯଦି ଜାହାଜ ନିର୍ମାଣ କ୍ଷେତ୍ରରେ 100ଟି ନିଯୁକ୍ତି ସୃଷ୍ଟି ହୁଏ, ତେବେ ସମ୍ପୃକ୍ତ କ୍ଷେତ୍ରରେ 600ରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଥାଏ। ଏହା ହେଉଛି ଜାହାଜ ନିର୍ମାଣର ଗୁଣକ ପ୍ରଭାବ।

ବନ୍ଧୁଗଣ,

ଆମେ ଜାହାଜ ନିର୍ମାଣ ପାଇଁ ଆବଶ୍ୟକ କୌଶଳ ଉପରେ ମଧ୍ୟ ଧ୍ୟାନ ଦେଉଛୁ। ଏଥିରେ ଆମର ଆଇଟିଆଇ ଗୁଡ଼ିକ ଏକ ଭୂମିକା ନିର୍ବାହ କରିବେ ଏବଂ ଆମର ସାମୁଦ୍ରିକ ବିଶ୍ୱବିଦ୍ୟାଳୟର ଭୂମିକା ସମ୍ପ୍ରସାରିତ ହେବ। ବିଗତ ବର୍ଷଗୁଡ଼ିକରେ ଆମେ ନୌସେନା ଏବଂ ଏନସିସି ମଧ୍ୟରେ ସମନ୍ୱୟ ରକ୍ଷା କରିଉପକୂଳବର୍ତ୍ତୀ ଅଞ୍ଚଳରେ ନୂତନ ବ୍ୟବସ୍ଥା ପ୍ରତିଷ୍ଠା କରିଛୁ। ଏହି ଏନସିସି କ୍ୟାଡେଟମାନଙ୍କୁ କେବଳ ନୌସେନା ପାଇଁ ନୁହେଁ, ବରଂ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଭୂମିକା ନିର୍ବାହ ପାଇଁ ପ୍ରସ୍ତୁତ କରାଯିବ।

ବନ୍ଧୁଗଣ,

ଆଜିର ଭାରତ ଏକ ନୂତନ ଉତ୍ସାହ ସହିତ ଆଗକୁ ବଢ଼ୁଛି। ଆମେ ଯେଉଁ ଲକ୍ଷ୍ୟ ସ୍ଥିର କରିଥାଉ, ତାହାକୁ ସମୟ ପୂର୍ବରୁ ହାସଲ କରିଥାଉ। ସୌର ଶକ୍ତି କ୍ଷେତ୍ରରେ ଭାରତ ନିଜର ଲକ୍ଷ୍ୟକୁ ଚାରି-ପାଞ୍ଚ ବର୍ଷ ପୂର୍ବରୁ ପୂରଣ କରିଚାଲିଛି। ସେହିଭଳି, ବନ୍ଦର ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ, ଆମେ 11 ବର୍ଷ ପୂର୍ବେ ଯେଉଁ ଧାର୍ଯ୍ୟ ଲକ୍ଷ୍ୟ କରିଥିଲୁ, ତାହାକୁ ସଫଳତାର ସହ ହାସଲ କରାଯାଉଛି। ଆମେ ବଡ଼ ବଡ଼ ଜାହାଜ ପାଇଁ ବଡ଼ ବଡ଼ ବନ୍ଦର ନିର୍ମାଣ କରୁଛୁ ଏବଂ ସାଗରମାଳା ଭଳି ଯୋଜନା ମାଧ୍ୟମରେ ବନ୍ଦର ସଂଯୋଗକୁ  ବୃଦ୍ଧି କରୁଛୁ।

ବନ୍ଧୁଗଣ,

ବିଗତ 11 ବର୍ଷ ମଧ୍ୟରେ ଭାରତ ନିଜର ବନ୍ଦର କ୍ଷମତାକୁ ଦ୍ୱିଗୁଣିତ କରିଛି। 2014 ପୂର୍ବରୁ ଭାରତରେ ଜାହାଜ ଫେରିବାର ହାରାହାରି ସମୟ ଥିଲା ଦୁଇ ଦିନ। ଆଜି ଏହା ଗୋଟିଏ ଦିନରୁ କମ୍ ରହିଛି। ଆମେ ନୂଆ ବଡ଼ ବଡ଼ ବନ୍ଦର ନିର୍ମାଣ କରୁଛୁ। ନିକଟରେ କେରଳରେ ଭାରତର ପ୍ରଥମ ଗଭୀର ଜଳ କଣ୍ଟେନର ଟ୍ରାନ୍ସ-ସିପମେଣ୍ଟ ବନ୍ଦରର ଉଦଘାଟନ କରାଯାଇଥିଲା। ମହାରାଷ୍ଟ୍ରରେ 75 ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟରେ ବାଢବନ ବନ୍ଦର ନିର୍ମାଣ କରାଯାଉଛି। ଏହା ବିଶ୍ୱର ଶ୍ରେଷ୍ଠ ଦଶଟି ବନ୍ଦର ମଧ୍ୟରେ ସ୍ଥାନ ପାଇବ।

ବନ୍ଧୁଗଣ,

ବର୍ତ୍ତମାନ ବିଶ୍ୱ ସାମୁଦ୍ରିକ ବାଣିଜ୍ୟରେ ଭାରତର ଅଂଶ କେବଳ 10 ପ୍ରତିଶତ ରହିଛି। ଆମକୁ ଏହାକୁ ବୃଦ୍ଧି କରିବାକୁ ହେବ2047 ମସିହା ସୁଦ୍ଧା, ଆମେ ବିଶ୍ୱ ସାମୁଦ୍ରିକ ବାଣିଜ୍ୟରେ ଆମର ଅଂଶକୁ ତିନିଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ। ଏବଂ ଆମେ ଏହା କରିବାରେ ସଫଳ ହେବୁ।

ବନ୍ଧୁଗଣ,

ଯେଉଁଭଳି ଭାବେ ଆମର ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ର ବୃଦ୍ଧି ପାଉଛି, ସେହିଭଳି ଭାବେ ଆମର ନାବିକମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏହି ପରିଶ୍ରମୀ ପେସାଦାରମାନେ ସମୁଦ୍ରରେ ଜାହାଜ ପରିଚାଳନା କରନ୍ତି, ଇଞ୍ଜିନ୍ ଏବଂ ଯନ୍ତ୍ରପାତି ପରିଚାଳନା କରନ୍ତି ଏବଂ ଲୋଡିଂ ଏବଂ ଅନଲୋଡିଂ ତଦାରଖ କରନ୍ତି | ଏକ ଦଶନ୍ଧି ପୂର୍ବରୁ ଭାରତରେ 125 ଲକ୍ଷରୁ କମ୍ ନାବିକ ଥିଲେ। ଆଜି ସେମାନଙ୍କ ସଂଖ୍ୟା 3 ଲକ୍ଷ ଅତିକ୍ରମ କରିଛି। ଭାରତ ଏବେ ବିଶ୍ୱକୁ ନାବିକ ଯୋଗାଣ କରୁଥିବା ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ସ୍ଥାନ ପାଇଛି। ଏହା ଆମ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ତେଣୁ ଭାରତର କ୍ରମବର୍ଦ୍ଧିଷ୍ଣୁ ଜାହାଜ ଚଳାଚଳ ଉଦ୍ୟୋଗ ମଧ୍ୟ ବିଶ୍ୱକୁ ସୁଦୃଢ଼ କରୁଛି।

ବନ୍ଧୁଗଣ,

ଭାରତର ଏକ ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ରହିଛି। ଆମର ମତ୍ସ୍ୟଜୀବୀମାନେ, ଆମର ପ୍ରାଚୀନ ବନ୍ଦର ସହରଗୁଡ଼ିକ ଏହାର ପ୍ରତୀକ। ଏହି ଭାବନଗର, ଏହି ସୌରାଷ୍ଟ୍ର, ଏହାର ଏକ ବଡ଼ ଉଦାହରଣ। ଆମକୁ ଏହି ଐତିହ୍ୟକୁ ଭବିଷ୍ୟତ ପିଢ଼ିଙ୍କୁ ହସ୍ତାନ୍ତର କରିବାକୁ ହେବ ଏବଂ ବିଶ୍ୱ ସମ୍ମୁଖରେ ଆମର ଶକ୍ତି ପ୍ରଦର୍ଶନ କରିବାକୁ ହେବ। ସେଥିପାଇଁ ଆମେ ଲୋଥାଲରେ ଏକ ଭବ୍ୟ ସାମୁଦ୍ରିକ ସଂଗ୍ରହାଳୟ ନିର୍ମାଣ କରୁଛୁ। ଏହା ମଧ୍ୟ ବିଶ୍ୱର ସର୍ବବୃହତ୍ ସାମୁଦ୍ରିକ ସଂଗ୍ରହାଳୟ ହେବ। ଷ୍ଟାଚ୍ୟୁ ଅଫ୍ ୟୁନିଟି ଭଳି, ଏହା ଭାରତର ଏକ ନୂତନ ପରିଚୟ ହେବ। ଶୀଘ୍ର, ମୁଁ ମଧ୍ୟ ସେଠାକୁ ଯିବି।

ବନ୍ଧୁଗଣ,

ଭାରତର ଉପକୂଳ ସମୃଦ୍ଧି ପାଇଁ ପ୍ରବେଶ ଦ୍ୱାର ପାଲଟିବ। ଗର୍ବର ସହ ମୁଁ କହିପାରିବି, ମୁଁ ବହୁତ ଆଗକୁ ଦେଖିପାରୁଛି ଯେ ଭାରତର ସମୁଦ୍ର କୂଳ ଆମର ସମ୍ପତ୍ତିର ପ୍ରବେଶ ପଥ ହେବା ସୁନିଶ୍ଚିତ। ମୁଁ ଖୁସି ଯେ ଗୁଜରାଟର ଉପକୂଳ ପୁଣି ଥରେ ଏହି ଅଞ୍ଚଳ ପାଇଁ ଏକ ଆଶୀର୍ବାଦ ପାଲଟିଛି। ଏହି ସମଗ୍ର କ୍ଷେତ୍ର ଦେଶକୁ ବନ୍ଦର ନେତୃତ୍ୱାଧୀନ ବିକାଶର ଏକ ନୂତନ ପଥ ଦେଖାଉଛି। ଆଜି, ଭାରତୀୟ ବନ୍ଦରଗୁଡ଼ିକ ଦ୍ୱାରା ପରିଚାଳିତ ହେଉଥିବା ମାଲ ପରିବହନର 40 ପ୍ରତିଶତ ଗୁଜରାଟର ବନ୍ଦରଗୁଡ଼ିକ ଜରିଆରେ ଆସିଥାଏ। ଖୁବ୍ ଶୀଘ୍ର, ଏହି ବନ୍ଦରଗୁଡ଼ିକ ମଧ୍ୟ ଉତ୍ସର୍ଗୀକୃତ ମାଲ କରିଡରରୁ ଉପକୃତ ହେବେ। ଏହାଦ୍ୱାରା ସମଗ୍ର ଦେଶରେ ଦ୍ରୁତ ଗତିରେ ସାମଗ୍ରୀ ପରିବହନ ହୋଇପାରିବ ଏବଂ ଆମ ବନ୍ଦରଗୁଡ଼ିକର ଦକ୍ଷତା ଆହୁରି ବୃଦ୍ଧି ପାଇବ।

ବନ୍ଧୁଗଣ,

ଏଠାରେ ମଧ୍ୟ ଏକ ପ୍ରମୁଖ ଜାହାଜ ଭାଙ୍ଗିବା ଇକୋସିଷ୍ଟମକୁ ନିର୍ମାଣ କରାଯାଉଛି। ଆଲଙ୍ଗର ଜାହାଜ ଭାଙ୍ଗିବା ପ୍ରାଙ୍ଗଣ ଏହାର ଏକ ଉଲ୍ଲେଖନୀୟ ଉଦାହରଣ, ଯାହା ଆମ ଯୁବକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ପ୍ରଦାନ କରିଥାଏ।

ବନ୍ଧୁଗଣ,

ଏକ ବିକଶିତ ଭାରତ ଗଠନ କରିବା ପାଇଁ ଆମକୁ  , ପ୍ରତ୍ୟେକ୍ଷେତ୍ରରେ ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ପଡ଼ିବ। ଏବଂ ଆମେ ସମସ୍ତେ ଜାଣୁ ଯେ ଏକ ଆତ୍ମନିର୍ଭର ଭାରତ ମାଧ୍ୟମରେ ବିକାଶିତ ଭାରତର ଦିଗ ଚାଲିଥାଏ। ତେଣୁ, ଆମେ ମନେ ରଖିବା ଉଚିତ: ଆମେ ଯାହା କିଣୁଛୁ ତାହା ସ୍ୱଦେଶୀ ହେବା ଉଚିତ, ଆମେ ଯାହା ବିକ୍ରି କରୁ ତାହା ସ୍ୱଦେଶୀ ହେବା ଉଚିତମୁଁ ସମସ୍ତ ଦୋକାନୀମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜ ଦୋକାନରେ ଏକ ପୋଷ୍ଟର ଲଗାନ୍ତୁ, ଯେଉଁଥିରେ ଲେଖା ଥିବ-"ଗର୍ବର ସହ କୁହନ୍ତୁ: ଏହା ହେଉଛି ସ୍ୱଦେଶୀ।" ଏହି ପ୍ରୟାସ ପ୍ରତ୍ୟେକ ପର୍ବକୁ ଭାରତର ସମୃଦ୍ଧିର ପର୍ବରେ ପରିଣତ କରିବ। ଏହି ଭାବନା ସହିତ ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଉଛି।

ଏକ ଛୋଟ ପିଲା ଏକ ଚିତ୍ର ଆଣିଛି,  ଏଠାରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଛି,  ତା 'ହାତରେ ନିଶ୍ଚୟ ଯନ୍ତ୍ରଣା ହେଉଛି। ଦୟାକରି ତାଙ୍କଠାରୁ ଏହାକୁ ସଂଗ୍ରହ କରନ୍ତୁ। ଭଲ ହୋଇଛି, ଭଲ ପୁଅ। ଆସ ପୁଅ, ତୁମର ଫଟୋ ପାଇଲି, କାନ୍ଦିବା ଦରକାର ନାହିଁ ପୁଅ। ଯଦି ତୁମର ଠିକଣା ସେଥିରେ ଲେଖା ଅଛି, ତେବେ ମୁଁ ତୁମକୁ ନିଶ୍ଚିତ ଚିଠି ଲେଖିବି।

ବନ୍ଧୁଗଣ,

ଏହି ଛୋଟ ପିଲାମାନଙ୍କର ଭଲପାଇବା ଠାରୁ ଜୀବନର ଆଉ କଣ ବଡ଼ ସମ୍ପଦ ହୋଇପାରେ? ଆଜି ମୋତେ ମିଳିଥିବା ଭବ୍ୟ ସ୍ୱାଗତ ପାଇଁ ମୁଁ ପୁଣିଥରେ ଆପଣଙ୍କୁ ଧନ୍ୟବାଦ ଜଣାଉଛି, ଏବଂ ମୁଁ ଜାଣେ ଯେ ଯେତେବେଳେ ଅପରେସନ ସିନ୍ଦୁର ହୋଇଥିଲା, ସେତେବେଳେ ସମଗ୍ର ଭାବନଗର ପଡ଼ିଆରେ ଥିଲେ। ମୁଁ ଆପଣମାନଙ୍କର ମନୋବଳ ଜାଣେ, ସେଥିପାଇଁ ମଧ୍ୟ ମୁଁ ଆପଣ ମାନଙ୍କୁ ବହୁତ ଧନ୍ୟବାଦ ଜଣାଉଛି। ଭାବନଗରର ଭାଇ ଓ ଭଉଣୀମାନେ, ନବରାତ୍ରିର ମଣ୍ଡପ ଉପରେ ଧ୍ୟାନ ଦିଅନ୍ତୁ, ଯାହାଦ୍ୱାରା ଦେଶର ସମସ୍ତ ଲୋକଙ୍କୁ ସେମାନଙ୍କ ମଣ୍ଡପ ଜରିଆରେ ଆତ୍ମନିର୍ଭରଶୀଳ ଭାରତର ବାର୍ତ୍ତା ମିଳିପାରିବ।

ବହୁତ-ବହୁତ ଧନ୍ୟବାଦ ଭାଇ!

*****

NS/SLP


(रिलीज़ आईडी: 2202048) आगंतुक पटल : 4
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam