ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାୟପୁରଠାରେ ଡିଜିପି/ଆଇଜିପି ସମ୍ମିଳନୀରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
29 NOV 2025 8:24PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାୟପୁରଠାରେ ପୁଲିସ ମହାନିର୍ଦ୍ଦେଶକ ଏବଂ ମହାନିରୀକ୍ଷକଙ୍କ ସମ୍ମିଳନୀର ପ୍ରଥମ ଦିନରେ ଅଧ୍ୟକ୍ଷତା କରିଛନ୍ତି । ସେ କହିଛନ୍ତି, ଏହି ସମ୍ମିଳନୀରେ ଭାରତର ସୁରକ୍ଷା ବ୍ୟବସ୍ଥା ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା ହୋଇଛି। ଏହି ମଞ୍ଚ ଜାତୀୟ ସୁରକ୍ଷା କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ ଏବଂ ନବସୃଜନ ବାଣ୍ଟିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ।
ଗୋଟିଏ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
‘‘ରାୟପୁରରେ ଅନୁଷ୍ଠିତ ପୁଲିସ ଡିଜି/ଆଇଜି ସମ୍ମିଳନୀର ପ୍ରଥମ ଦିନରେ ଭାରତର ସୁରକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଏହି କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ ଏବଂ ନବସୃଜନ ବାଣ୍ଟିବା ପାଇଁ ଏହା ଏକ ସର୍ବୋତ୍ତମ ମଞ୍ଚ।’’
*******
PS
(ରିଲିଜ ଆଡି: 2196658)
ପରିଦର୍ଶକ କାଉଣ୍ଟର : 27
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam