ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଟୋକିଓରେ ୨୫ତମ ଗ୍ରୀଷ୍ମକାଳୀନ ବଧିର ଅଲିମ୍ପିକ୍ସ ୨୦୨୫ରେ ଅସାଧାରଣ ପ୍ରଦର୍ଶନ ପାଇଁ ଭାରତୀୟ ବଧିର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 NOV 2025 5:10PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓରେ ଅନୁଷ୍ଠିତ ୨୫ତମ ଗ୍ରୀଷ୍ମକାଳୀନ ବଧିର ଅଲିମ୍ପିକ୍ସ ୨୦୨୫ରେ ଅସାଧାରଣ ପ୍ରଦର୍ଶନ ପାଇଁ ଭାରତର ବଧିର ଖେଳାଳିମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

୯ଟି ସ୍ୱର୍ଣ୍ଣ ସମେତ ୨୦ଟି ପଦକର ଐତିହାସିକ ସର୍ବଶ୍ରେଷ୍ଠ ପଦକ ତାଲିକା ସହିତ, ଆମର ଖେଳାଳିମାନେ ପୁଣି ଥରେ ପ୍ରମାଣ କରିଛନ୍ତି ଯେ, ଦୃଢ଼ ସଂକଳ୍ପ ଏବଂ ସମର୍ପଣ ଦ୍ୱାରା ଉତ୍କୃଷ୍ଟ ଫଳାଫଳ ହାସଲ କରାଯାଇପାରେ ।

ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ସେମାନଙ୍କର ନିରନ୍ତର ପ୍ରୟାସ ଏବଂ ପ୍ରତିବଦ୍ଧତା ପାଇଁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ସମଗ୍ର ଦେଶ ସେମାନଙ୍କର ସଫଳତା ପାଇଁ ଗର୍ବିତ, ଯେଉଁମାନେ ବିଶ୍ୱ ସ୍ତରରେ ଭାରତକୁ ଗୌରବାନ୍ୱିତ କରିଛନ୍ତି ।

ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି;

“ଟୋକିଓରେ ଅନୁଷ୍ଠିତ ୨୫ତମ ଗ୍ରୀଷ୍ମକାଳୀନ ବଧିର ଅଲିମ୍ପିକ୍ସ ୨୦୨୫ରେ ଅସାଧାରଣ ପ୍ରଦର୍ଶନ ପାଇଁ ଆମର ବଧିର ଖେଳାଳିମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ୯ଟି ସ୍ୱର୍ଣ୍ଣ ସମେତ ୨୦ଟି ପଦକର ଐତିହାସିକ ସର୍ବଶ୍ରେଷ୍ଠ ପଦକ ତାଲିକା ସହିତ, ଆମର ଖେଳାଳୀମାନେ ପୁଣି ଥରେ ପ୍ରମାଣ କରିଛନ୍ତି ଯେ, ଦୃଢ଼ ନିଷ୍ପତ୍ତି ଏବଂ ସମର୍ପଣ ଦ୍ୱାରା ଉତ୍କୃଷ୍ଟ ଫଳାଫଳ ହାସଲ କରାଯାଇପାରେ । ପ୍ରତ୍ୟେକ ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ଅଭିନନ୍ଦନ । ସମଗ୍ର ଦେଶ ଆପଣମାନଙ୍କ ପାଇଁ ଗର୍ବିତ!”

 

SR


(ରିଲିଜ ଆଡି: 2196350) ପରିଦର୍ଶକ କାଉଣ୍ଟର : 31