ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମ୍ବିଧାନ ଦିବସରେ ଭାରତର ସମ୍ବିଧାନ ନିର୍ମାତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 26 NOV 2025 10:01AM by PIB Bhubaneshwar

ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସମ୍ବିଧାନ ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିସହ ସହ ସେମାନଙ୍କ ଦୂରଦୃଷ୍ଟି ଓ ଦୂରଦର୍ଶିତାକୁ ସ୍ୱୀକାର କରିଛନ୍ତି,ଯାହାକି ବିକଶିତ ଭାରତ ଗଠନ ପାଇଁ ସମଗ୍ର ରାଷ୍ଟ୍ରକୁ ସାମୂହିକ ପ୍ରଚେଷ୍ଟା ଦିଗରେ ପ୍ରେରଣା ଦେଉଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି କି, ଭାରତର ସମ୍ବିଧାନ ସର୍ବଦା ମାନବୀୟ ଗାରିମା, ସମାନତା ଏବଂ ସ୍ୱତନ୍ତ୍ରତାକୁ ସର୍ବାଧିକ ଗୁରୁତ୍ୱ ଦେଇଛି । ସେ ଉଲ୍ଲେଖ କରିଛନ୍ତି, ସମ୍ବିଧାନ ନାଜରିକଙ୍କୁ ଅଧିକାର ଦେଇ ସଶକ୍ତ କରିବା ସହିତ ସେମାନଙ୍କୁ କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ସ୍ମରଣ କରାଉଛି, ଯାହାକି ବିଶ୍ୱସନୀୟତା ଏବଂ ପ୍ରତିବଦ୍ଧତାର ସହ ପାଳନ ହେବା ଉଚିତ । ସେ ଉଲ୍ଲେଖ କରିଛନ୍ତି, ଏହି କର୍ତ୍ତବ୍ୟ ମଜବୁତ ଓ ଜୀବନ୍ତ ଗଣତନ୍ତ୍ର ପାଇଁ ମୂଳଦୁଆ ପକାଇଥାଏ ।

ରାଷ୍ଟ୍ରର ସଂକଳ୍ପକୁ ଦୋହରାଇ ପ୍ରଧାନମନ୍ତ୍ରୀ ମୋଦୀ ନିଜ କାର୍ଯ୍ୟଶୈଳୀରେ ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ କରିବାକୁ ନାଗରିକଙ୍କୁ ଆହ୍ୱାନ ଜଣାଇଛନ୍ତି, ଯାହାକି ଦେଶର ବିକାଶ ଓ ଏକତା ପ୍ରତି ଅବଦାନ ରଖିବ ।

‘ଏକ୍ସ’ର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ସମ୍ବିଧାନ ଦିବସରେ ଆମେ ଆମର ସମ୍ବିଧାନ ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ବିକଶିତ ଭାରତ ଗଠନ ଦିଗରେ ଲକ୍ଷ୍ୟ ହାସଲ ପାଇଁ ସେମାନଙ୍କ ଦୂରଦୃଷ୍ଟି ଓ ଦୂରଦର୍ଶିତା ପ୍ରୋତ୍ସାହିତ କରିଆସୁଛି ।

ଆମ ସମ୍ବିଧାନ ମାନବୀୟ ଗାରିମା,ସମାନତା ଏବଂ ସ୍ୱତନ୍ତ୍ରତାକୁ ସର୍ବାଧିକ ଗୁରୁତ୍ୱ ଦେଉଛି । ଏହା ଆମକୁ ଅଧିକାର ସହ ସଶକ୍ତ କରୁଥିବା ବେଳେ ନାଗରିକମାନଙ୍କୁ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ମଧ୍ୟ କରାଇଥାଏ,ଯାହାକୁ ପାଳନ କରିବାକୁ ଆମେ ସର୍ବଦା ଚେଷ୍ଟିତ ଥାଉ । ଏହି କର୍ତ୍ତବ୍ୟ ଦୃଢ଼ ଗଣତନ୍ତ୍ରର ମୂଳଦୁଆ ।

 

ଆସନ୍ତୁ ଆମ କାର୍ଯ୍ୟଶୈଳୀ ମାଧ୍ୟମରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବାର ପ୍ରତିବଦ୍ଧତାକୁ ଦୋହରାଇବା ।”

SR


(Release ID: 2194781) Visitor Counter : 4