ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସ ଚେସ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ଦର୍ପଣ ଇନାନିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 28 OCT 2023 11:50AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୌରେ ଅନୁଷ୍ଠିତ ଏସୀୟ ପାରା ଗେମ୍ସ ପୁରୁଷ ଚେସ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ଯୋଗୁଁ ଦର୍ପଣ ଇନାନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

ସେ କହିଛନ୍ତି ଯେ, ଇନାନିଙ୍କ ବିଜୟ ବିଶ୍ୱ ସ୍ତରରେ ଭାରତର ଅସାଧାରଣ ପ୍ରତିଭାକୁ ପ୍ରମାଣିତି କରିଛି।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

"ଏସୀୟ ପାରା ଗେମ୍ସରେ ପୁରୁଷ ଚେସର B1 ବର୍ଗ (ବ୍ୟକ୍ତିଗତ) ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଦର୍ପଣ ଇନାନିଙ୍କୁ ଅଭିନନ୍ଦନ।

 

ତାଙ୍କର ଅଟଳ ଶକ୍ତି ଏବଂ ଦୃଢ଼ ନିଷ୍ପତ୍ତି ତାଙ୍କୁ କେବଳ ସ୍ୱର୍ଣ୍ଣ ପଦକ ଜିତାଇ ନଥିଲା ବରଂ ବିଶ୍ୱ ସ୍ତରରେ ଭାରତର ଅସାଧାରଣ ପ୍ରତିଭାକୁ ମଧ୍ୟ ପ୍ରଦର୍ଶନ କରିଥିଲା।"

 

 

*****

MT


(रिलीज़ आईडी: 2187641) आगंतुक पटल : 8
इस विज्ञप्ति को इन भाषाओं में पढ़ें: Gujarati , Kannada , English , Urdu , Marathi , हिन्दी , Assamese , Bengali , Manipuri , Punjabi , Tamil , Telugu , Malayalam