ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଇସିସି ମହିଳା ବିଶ୍ୱକପ ୨୦୨୫ରେ ଐତିହାସିକ ବିଜୟ, ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ହାର୍ଦ୍ଦିକ ଅଭିନନ୍ଦନ
प्रविष्टि तिथि:
03 NOV 2025 6:14AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇସିସି ମହିଳା କ୍ରିକେଟ ବିଶ୍ୱକପ ୨୦୨୫ ଫାଇନାଲରେ ଚମତ୍କାର ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଇସିସି ମହିଳା କ୍ରିକେଟ ବିଶ୍ୱକପ ୨୦୨୫ ଫାଇନାଲରେ ଭାରତୀୟ ଦଳର ଏକ ଚମତ୍କାର ବିଜୟ । ଫାଇନାଲରେ ସେମାନଙ୍କର ପ୍ରଦର୍ଶନ ଅଦ୍ଭୁତ ଦକ୍ଷତା ଏବଂ ଆତ୍ମବିଶ୍ୱାସରେ ଭରି ରହିଥିଲା । ଭାରତୀୟ ଦଳ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅସାଧାରଣ ଦଳଗତ କାର୍ଯ୍ୟ ଏବଂ ଦୃଢ଼ତା ଦେଖାଇଥିଲା । ଆମର ଖେଳାଳିମାନଙ୍କୁ ଅଭିନନ୍ଦନ । ଏହି ଐତିହାସିକ ବିଜୟ ଭବିଷ୍ୟତର ଚାମ୍ପିଅନମାଙ୍କୁ କ୍ରୀଡାକୁ ବୃତ୍ତି ଭାବରେ ଗ୍ରହଣ କରିବାକୁ ପ୍ରେରଣା ଯୋଗାଇବ ।
#WomensWorldCup2025”
SR
(रिलीज़ आईडी: 2186034)
आगंतुक पटल : 20
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada