ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ସବୁଠାରୁ ଭାରୀ ସଞ୍ଚାର ଉପଗ୍ରହ ସିଏମ୍‌ଏସ୍‌-୦୩ର ସଫଳ ଉତ୍‌କ୍ଷେପଣ ପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 02 NOV 2025 7:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠାରୁ ଭାରୀ ସଞ୍ଚାର ଉପଗ୍ରହ ସିଏମ୍‌ଏସ୍‌-୦୩ର ସଫଳ ଉତ୍‌କ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆମର ମହାକାଶ କ୍ଷେତ୍ରର ଆମକୁ ଗର୍ବିତ କରିଚାଲିଛି!
ଭାରତର ସବୁଠାରୁ ଭାରୀ ସଞ୍ଚାର ଉପଗ୍ରହ ସିଏମ୍‌ଏସ୍‌-୦୩ର ସଫଳ ଉତ୍‌କ୍ଷେପଣ ପାଇଁ ଇସ୍ରୋକୁ ଅଭିନନ୍ଦନ ।
ଏହା ପ୍ରଶଂସନୀୟ ଯେ, ଆମର ମହାକାଶ ବୈଜ୍ଞାନିକମାନଙ୍କ ଦ୍ୱାରା ପରିଚାଳିତ ଆମ ମହାକାଶ କ୍ଷେତ୍ର ନବାଚାର ଏବଂ ଉତ୍କର୍ଷତାର ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି । ସେମାନଙ୍କ ସଫଳତା ଜାତୀୟ ପ୍ରଗତିକୁ ଆହୁରି ଆଗକୁ ବଢ଼ାଇଛି ଏବଂ ଅଗଣିତ ଜୀବନକୁ ସଶକ୍ତ କରିଛି ।
@isro”
 
SR


(Release ID: 2185657) Visitor Counter : 7