ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଛତିଶଗଡ଼ ଗସ୍ତର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ

Posted On: 01 NOV 2025 9:06PM by PIB Bhubaneshwar


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଛତିଶଗଡ଼ ଗସ୍ତର କିଛି ଝଲକ ସେୟାର କରିଛନ୍ତି । 
ଏକ୍ସର ଅନେକ ଗୁଡିଏ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନୟା ରାୟପୁର ଅଟଳ ନଗରରେ ରୋଡ ସୋ ଅବସରରେ ତାଙ୍କୁ ମିଳିଥିବା ଅଭୂତପୂର୍ବ ଅଭ୍ୟର୍ଥନା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ସେ କହିଛନ୍ତି;
“ଛତିଶଗଡ଼ର ନୟା ରାୟପୁର ଅଟଳ ନଗର ରୋଡ ସୋ’ରେ ପରିବାରଜନ ଭଳି ଯେଉଁପରି ଉତ୍ସାହ ଏବଂ ସାଂସ୍କୃତିକ ପରମ୍ପରାରେ ସ୍ୱାଗତ କରାଗଲା, ତାହା ଅଭିଭୂତ କରିବା ଭଳି ଥିଲା ।”
ଶ୍ରୀ ମୋଦୀ କହିଛନ୍ତି ଯେ, ନୟା ରାୟପୁର ଅଟଳ ନଗରରେ ନିର୍ମିତ ଛତିଶଗଡ଼ ବିଧାନସଭାର ନୂଆ କୋଠାକୁ ଉଦଘାଟନ କରିବାର ସୌଭାଗ୍ୟ ପ୍ରାପ୍ତ ହେଲି । ଏକ ଗ୍ରୀନ ବିଲ୍ଡିଂ ଚିନ୍ତାଧାରରେ ନିର୍ମିତ ଏହି ନୂତନ କଂପ୍ଲେକ୍ସ ସୌର ଶକ୍ତିରେ ପରିଚାଳିତ ହେବା ସହ ବର୍ଷାଜଳ ମଧ୍ୟ ସଂରକ୍ଷଣ କରିବ ।
ସେ ଉଲ୍ଲେଖ କରିଛନ୍ତି; “ବିକଶିତ ଛତିଶଗଡ଼ର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବାକୁ ନୟା ରାୟପୁର ଅଟଳ ନଗରରେ ନିର୍ମିତ ଛତିଶଗଡ଼ ବିଧାନସଭାର ନୂଆ ଭବନକୁ ଉଦଘାଟନ କରିବାର ସୌଭାଗ୍ୟ ମିଳିଲା । ଗ୍ରୀନ ବିଲ୍ଡିଂର ଚିନ୍ତାଧାରରେ ନିର୍ମିତ ଏହି ଭବନ ସୌରଶକ୍ତିରେ ପରିଚାଳିତ ହେବା ସହ ବର୍ଷାଜଳକୁ ମଧ୍ୟ ସଂରକ୍ଷଣ କରିବ ।”
ପ୍ରଧାନମନ୍ତ୍ରୀ ନୟା ରାୟପୁର ଅଟଳ ନଗରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି ପ୍ରତିମୂର୍ତ୍ତି ଅନେକ ପିଢ଼ିଙ୍କୁ ପ୍ରେରଣା ଦେବ । ଏହି ଅବସରରେ ସେ ‘ଏକ ପେଡ ମା କେ ନାମ’ ବୃକ୍ଷରୋପଣ ଅଭିଯାନରେ ସାମିଲ ହୋଇଥିଲେ । 
ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି;
“ଛତିଶଗଡ଼ରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଏକ ପ୍ରତିମା ଅନାବରଣର ସୌଭାଗ୍ୟ ମିଳିଲା । ନୟା ରାୟପୁର ଅଟଳ ନଗରରେ ଏହି ପ୍ରତିମୂର୍ତ୍ତି ପ୍ରତ୍ୟେକ ପିଢ଼ିଙ୍କୁ ପ୍ରେରଣା ଦେଇ ଚାଲିବ । ଏହି ଅବସରରେ ‘ଏକ ପେଡ ମା କେ ନାମ’ ଅଭିଯାନରେ ଏକ ବୃକ୍ଷରୋପଣ ମଧ୍ୟ କଲି ।”
ପ୍ରଧାନମନ୍ତ୍ରୀ ଏହା ସେୟାର କରିଛନ୍ତି କି, ନୟା ରାୟପୁରର ଶ୍ରୀ ସତ୍ୟସାଇ ସଞ୍ଜିବନୀ ହସପିଟାଲରେ କରିଥିବା ଭାବବିନିମୟ ସ୍ୱତନ୍ତ୍ର ଏବଂ ହୃଦୟସ୍ପର୍ଶୀ । ସେ କହିଛନ୍ତି, ଏଭଳି ଶିଶୁମାନଙ୍କୁ ଭେଟିବାର ସୁଯୋଗ ତାଙ୍କୁ ମିଳିଲା, ଯେଉଁମାନେ କି ସଫଳତାର ସହ ହୃଦଜନିତ ରୋଗକୁ ଅତିକ୍ରମ କରିପାରିଛନ୍ତି ଏବଂ ସେମାନଙ୍କ ଉତ୍ସାହ ଓ ସକରାତ୍ମକତା ତାଙ୍କ ମନରେ ନୂତନ ଶକ୍ତି ଆଣିଦେଲ ।
ସେ ଉଲ୍ଲେଖ କରିଛନ୍ତି;
‘ଛତିଶଗଡ଼ର ନୟା ରାୟପୁର ଅଟଳନଗରରେ ଆଜିର ଆଲୋଚନା ବହୁତ ସ୍ୱତନ୍ତ୍ର ଓ ହୃଦୟକୁ ଛୁଇଁବା ଭଳି ଥିଲା । ଶ୍ରୀ ସତ୍ୟସାଇ ସଞ୍ଜିବନୀ ହସପିଟାଲରେ ସେହି ବାହାଦୂର ଶିଶୁମାନଙ୍କ ସହ କଥା ହେବାର ସୁଯୋଗ ମିଳିଲା, ଯେଉଁମାନେ ଜନ୍ମଜାତ ହୃଦୟ ରୋଗକୁ ହରାଇପାରିଛନ୍ତି । ସେମାନଙ୍କ ଉତ୍ସାହ ଏବଂ ସକରାତ୍ମକତା ଏକ ନୂତନ ଶକ୍ତି ଭରିଦେଲା ।”
ନୂତନ ବିଧାନସଭା କୋଠା ଉଦଘାଟନ ଉତ୍ସବରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ । କହିଥିଲେ, ସେମାନଙ୍କ ଖୁସି ଛତିଶଗଡ଼ର ୨୫ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉତ୍ସବର ମାହୋଲ ସୃଷ୍ଟି କରିଥିଲା
ଶ୍ରୀ ମୋଦୀ କହିଛନ୍ତି;
“ଛତିଶଗଡ଼ର ନୂତନ ବିଧାନସଭା ଭବନ ଉଦଘାଟନ ଉତ୍ସବକୁ ଆସିଥିବା ବହୁସଂଖ୍ୟାରେ ମୋ ପରିବାରଜନଙ୍କ ଖୁସି ରାଜ୍ୟର ୨୫ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉତ୍ସବ ପରିବେଶ ସୃଷ୍ଟି କରିଥିଲା ।”
ପ୍ରଧାନମନ୍ତ୍ରୀ ପୁଣି ଉଲ୍ଲେଖ କରିଛନ୍ତି, ନୟା ରାୟପୁର ଅଟଳ ନଗରରେ ବ୍ରହ୍ମା କୁମାରୀଙ୍କ ଯୋଗ କେନ୍ଦ୍ର ‘ଶାନ୍ତି ଶିଖର’ ଉଦଘାଟନ । ସେ କହିଛନ୍ତି, ଏହି କେନ୍ଦ୍ରର ଭବ୍ୟତା କେନ୍ଦ୍ରର ଉଭୟ ଆଧ୍ୟାତ୍ମିକତା ଓ ଆଧୁନିକତାକୁ ପ୍ରତିଫଳିତ କରୁଛି । ସେ ଏହି ବିଶ୍ୱାସ ବ୍ୟକ୍ତ କରିଥିଲେ କି, ଏହି କେନ୍ଦ୍ର ସାଧନା, ଆତ୍ମଜ୍ଞାନ ଏବଂ ବିଶ୍ୱଶାନ୍ତିର ଏକ ପ୍ରମୁଖ କେନ୍ଦ୍ର ହେବ ।
ଶ୍ରୀ ମୋଦୀ କହିଛନ୍ତି;
“ନୟା ରାୟପୁର ଅଟଳ ନଗରରେ ବ୍ରହ୍ମା କୁମାରୀଙ୍କ ଯୋଗ କେନ୍ଦ୍ର ‘ଶାନ୍ତି ଶିଖର’ ଶୁଭାରମ୍ଭର ସୌଭାଗ୍ୟ ମିଳିଲା । ଏହି କେନ୍ଦ୍ରର ଭବ୍ୟତା ଏହାର ଆଧୁନିକ ଓ ଆଧ୍ୟାତ୍ମିକତା ସ୍ୱରୂପରେ ପ୍ରତିଫଳିତ ହେଉଛି । ଏହି ଆଧ୍ୟାତ୍ମିକ ଆନେ୍ଦାଳନକୁ ଆମେ ବଟବୃକ୍ଷ ରୂପରେ ବିସ୍ତାରିତ ହେବା ଦେଖିଛୁ । ମୋର ବିଶ୍ୱାସ ଯେ, ଏହି ଦିବ୍ୟସଂସ୍ଥା ସାଧନା, ଆତ୍ମଜ୍ଞାନ ଏବଂ ବିଶ୍ୱଶାନ୍ତିର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବ ।”
SR


(Release ID: 2185459) Visitor Counter : 4