ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୩୧ ଅକ୍ଟୋବର ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ଆର୍ଯ୍ୟ ସମ୍ମିଳନୀ ୨୦୨୫ରେ ଯୋଗଦେବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 29 OCT 2025 10:57AM by PIB Bhubaneshwar

ଏହି ସମ୍ମିଳନୀ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜୟନ୍ତୀ ଏବଂ ସମାଜ ପ୍ରତି ଆର୍ଯ୍ୟ ସମାଜର ୧୫୦ ବର୍ଷର ସେବା ଉପଲେକ୍ଷ ଆୟୋଜିତ ଜ୍ଞାନ ଜ୍ୟୋତି ମହୋତ୍ସବର ଏକ ଅଂଶ

ସମ୍ମିଳନୀରେ ଭାରତ ଏବଂ ବିଦେଶରେ ଆର୍ଯ୍ୟ ସମାଜ ୟୁନିଟର ପ୍ରତିନିଧିମାନେ ଭାଗ ନେବେ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ଅକ୍ଟୋବର ଦିନ ପ୍ରାୟ :୪୫ ସମୟରେ ନୂଆଦିଲ୍ଲୀର ରୋହିଣୀରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଆର୍ଯ୍ୟ ସମ୍ମିଳନୀ ୨୦୨୫ରେ ଯୋଗଦେବେ ଏହି କାର୍ଯ୍ୟକ୍ରମ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମବାର୍ଷିକୀ ଏବଂ ଆର୍ଯ୍ୟ ସମାଜର ୧୫୦ ବର୍ଷର ସେବା ଉପଲକ୍ଷେ ଆୟୋଜିତ ଜ୍ଞାନ ଜ୍ୟୋତି ମହୋତ୍ସବର ଏକ ପ୍ରମୁଖ ଅଂଶ ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ

ଏହି ସମ୍ମିଳନୀ ଦେଶବ୍ୟାପୀ ଏବଂ ବିଦେଶରୁ ଆର୍ଯ୍ୟ ସମାଜ ୟୁନିଟର ପ୍ରତିନିଧିମାନଙ୍କୁ ଏକତ୍ରିତ କରିବ - ଯାହା ମହର୍ଷି ଦୟାନନ୍ଦଙ୍କ ସଂସ୍କାରବାଦୀ ଆଦର୍ଶର ସାର୍ବଜନୀନ ପ୍ରାସଙ୍ଗିକତା ଏବଂ ସଂଗଠନର ବିଶ୍ୱସ୍ତରୀୟ ପ୍ରସାରକୁ ପ୍ରତିଫଳିତ କରିବ ଏଥିରେସେବାର ୧୫୦ ସ୍ୱର୍ଣ୍ଣିମ ବର୍ଷଶୀର୍ଷକ ଏକ ପ୍ରଦର୍ଶନୀ ମଧ୍ୟ ପ୍ରଦର୍ଶିତ ହେବ, ଯାହା ଶିକ୍ଷା, ସାମାଜିକ ସଂସ୍କାର ଏବଂ ଆଧ୍ୟାତ୍ମିକ ଉନ୍ନତିରେ ଆର୍ଯ୍ୟ ସମାଜର ଅବଦାନ ମାଧ୍ୟମରେ ଏହାର ପରିବର୍ତ୍ତନକାରୀ ଯାତ୍ରାକୁ ପ୍ରଦର୍ଶିତ କରିବ

ଏହି ସମ୍ମିଳନୀର ଲକ୍ଷ୍ୟ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ସଂସ୍କାରବାଦୀ ଏବଂ ଶିକ୍ଷାଗତ ଐତିହ୍ୟକୁ ସମ୍ମାନିତ କରିବା, ଶିକ୍ଷା, ସାମାଜିକ ସଂସ୍କାର ଏବଂ ରାଷ୍ଟ୍ର ନିର୍ମାଣରେ ଆର୍ଯ୍ୟ ସମାଜର ୧୫୦ ବର୍ଷର ସେବାର ଉତ୍ସବ ପାଳନ କରିବା ଏବଂ ବିକଶିତ ଭାରତ ୨୦୪୭ ସହିତ ସମନ୍ୱୟ ରଖି ବୈଦିକ ନୀତି ଏବଂ ସ୍ୱଦେଶୀ ମୂଲ୍ୟବୋଧ ବିଷୟରେ ବିଶ୍ୱସ୍ତରୀୟ ସଚେତନତାକୁ ପ୍ରେରଣା ଦେବ

 

SR


(रिलीज़ आईडी: 2183848) आगंतुक पटल : 22
इस विज्ञप्ति को इन भाषाओं में पढ़ें: Bengali , Assamese , English , Urdu , Marathi , हिन्दी , Manipuri , Punjabi , Gujarati , Tamil , Telugu , Kannada , Malayalam