ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଛତିଶଗଡ଼ରେ ୨୧ ମାଓବାଦୀଙ୍କ ଆତ୍ମସମର୍ପଣ ଉପରେ ସନ୍ତୋଷ ପ୍ରକାଶ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ପୋଷ୍ଟ କରାଯିବା ଦିନାଙ୍କ:
27 OCT 2025 12:28PM by PIB Bhubaneswar
ଆତ୍ମସମର୍ପଣ କରିଥିବା ୨୧ ଜଣ ମାଓବାଦୀଙ୍କ ମଧ୍ୟରୁ ୧୩ ଜଣ ବରିଷ୍ଠ କ୍ୟାଡର
ମୋଦୀ ସରକାରଙ୍କ ଆହ୍ୱାନରେ ହିଂସା ଛାଡ଼ି ମୁଖ୍ୟଧାରାରେ ଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ ପ୍ରଶଂସା କରୁଛି
ଯେଉଁମାନେ ଏବେ ବି ବନ୍ଧୁକ ଧରିଛନ୍ତି, ସେମାନଙ୍କୁ ଯଥାଶୀଘ୍ର ଆତ୍ମସମର୍ପଣ କରିବାକୁ ମୁଁ ମୋର ନିବେଦନ ଦୋହରାଇବି
୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନକ୍ସଲବାଦକୁ ମୂଳପୋଛ କରିବା ଲାଗି ଆମେ ସଂକଳ୍ପବଦ୍ଧ
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଅସ୍ତ୍ରଶସ୍ତ୍ର ସହିତ ୨୧ ଜଣ ନକ୍ସଲବାଦୀଙ୍କ ଆତ୍ମସମର୍ପଣକୁ ପ୍ରଶଂସା କରିଛନ୍ତି।
ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, "ଛତିଶଗଡ଼ର କାଙ୍କେର ଜିଲ୍ଲାରେ ୨୧ ଜଣ ମାଓବାଦୀ ସେମାନଙ୍କ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଥିବା ଜାଣି ଖୁସି ଲାଗୁଛି। ସେମାନଙ୍କ ମଧ୍ୟରୁ ୧୩ ଜଣ ବରିଷ୍ଠ କ୍ୟାଡର ଥିଲେ। ମୋଦୀ ସରକାରଙ୍କ ଆହ୍ୱାନରେ ହିଂସା ଛାଡ଼ି ମୁଖ୍ୟଧାରାରେ ଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ ପ୍ରଶଂସା କରୁଛି। ଯେଉଁମାନେ ଏବେ ବି ବନ୍ଧୁକ ଧରିଛନ୍ତି, ସେମାନଙ୍କୁ ଯଥାଶୀଘ୍ର ଆତ୍ମସମର୍ପଣ କରିବାକୁ ମୁଁ ମୋର ନିବେଦନ ଦୋହରାଇବି। ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନକ୍ସଲବାଦକୁ ମୂଳପୋଛ କରିବା ଲାଗି ଆମେ ସଂକଳ୍ପବଦ୍ଧ " ।
HS
(ରିଲିଜ ଆଡି: 2183148)
ପରିଦର୍ଶକ କାଉଣ୍ଟର : 28
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam