ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
‘ଏନଡଟିଭି ବିଶ୍ୱ ସମ୍ମିଳନୀ ୨୦୨୫’ରେ ନିଜ ସମ୍ବୋଧନର କିଛି ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
18 OCT 2025 12:19PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ‘ଏନଡଟିଭି ବିଶ୍ୱ ସମ୍ମିଳନୀ ୨୦୨୫’ରେ ନିଜେ ଦେଇଥିବା ସମ୍ବୋଧନର ଝଲକ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସମୂହକୁ ସମ୍ବୋଧନ କରି ସମସ୍ତ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ମୋଦୀ ସମସ୍ତ ନାଗରିକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ କହିଥିଲେ,ଶ୍ରୀ ମୋଦୀ କହିଛନ୍ତି ଯେ ଏନଡଟିଭି ବିଶ୍ୱ ସମ୍ମିଳନୀ ଏକ ଉତ୍ସବମୁଖୀ ପରିବେଶରେ ଅନୁଷ୍ଠିତ ହେଉଛି । ସେ ଅଧିବେଶନର ବିଷୟବସ୍ତୁ - "ଅଜେୟ ଭାରତ"କୁ ପ୍ରଶଂସା କରି କହିଥିଲେ ଯେ, ଏହା ପ୍ରକୃତରେ ଉପଯୁକ୍ତ, କାରଣ ଭାରତ ବନ୍ଦ ହେବାକୁ ମନସ୍ଥ କରିନାହିଁ। "ଭାରତ ବିଶ୍ରାମ ନେବା ପାଇଁ ଏକ ମୁହୂର୍ତ୍ତ ପାଇଁ ମଧ୍ୟ ଅଟକିବ ନାହିଁ କିମ୍ବା ବିରାମ ନେବ ନାହିଁ; ୧.୪ ବିଲିୟନ ଭାରତୀୟ ଏକତ୍ର ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି," ପ୍ରଧାନମନ୍ତ୍ରୀ କହିଥିଲେ।
ଶ୍ରୀ ମୋଦୀ ଏକ୍ସର ଅନେକ ଗୁଡ଼ିଏ ପୋଷ୍ଟରେ କହିଛନ୍ତି;
“ବିଗତ ୧୧ ବର୍ଷରେ ଭାରତ ପ୍ରତ୍ୟେକ ଆଶଙ୍କାକୁ ଧ୍ୱସ୍ତ କରିବା ସହ ପ୍ରତ୍ୟେକ ଆହ୍ୱାନକୁ ମୁକାବିଲା କରିଛି । ଏହି କାରଣରୁ ଆଜି ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭର ହେଉଥିବା ଭାରତର ଆତ୍ମବିଶ୍ୱାସ ଦେଖିହେଉଛି ।”
“ଆଜି ଏଥିପାଇଁ ସମଗ୍ର ବିଶ୍ୱ ଭାରତକୁ ଏକ ଭରସାଯୋଗ୍ୟ, ଦାୟିତ୍ୱବଦ୍ଧ ଏବଂ ସକ୍ଷମ ସହଯୋଗୀ ଭାବେ ଗଣୁଛନ୍ତି ।”
“ପ୍ରତ୍ୟେକ ଆକଳନକୁ ଅଧିକ ସମୃଦ୍ଧ କରିବା ଦେଶର ଅଭ୍ୟାସରେ ପରିଣତ ହୋଇଛି, ଏଥିପାଇଁ ଭାରତ ଅଟକିବ ନାହିଁ ।’
“କଂଗ୍ରେସ ନିଜର ଦଶନ୍ଧିର ଶାସନ କାଳରେ ସର୍ବଦା ନୀତି ଓ ପ୍ରକ୍ରିୟାର ସରକାରୀକରଣ ଉପରେ ଜୋର୍ ଦେଇଛି । ଯେତେବେଳେ କି ବିଗତ ୧୧ ବର୍ଷରେ ଆମେ ଲଗାତର ଲୋକତନ୍ତ୍ରୀକରଣର କାମ କରୁଛୁ । ବ୍ୟାଙ୍କିଙ୍ଗ ସମେତ ଅନେକ କ୍ଷେତ୍ରର ସୁଦୃଢ଼ତା ଏହାର ପରିଣାମ ।”
“ବିଏସଏନଏଲର ମେଡ ଇନ ଇଣ୍ଡିଆ ୪ଜି ଷ୍ଟେକର ଶୁଭାରମ୍ଭ ହେଉ କିମ୍ବା ହାଇସ୍ପିଡ କନେକ୍ଟିଭିଟି ଆଧାରିତ ଇ-ସଞ୍ଜୀବନୀ ସେବା, ଏଥିରୁ ଜଣାପଡ଼ୁଛି ଗରିବ ଏବଂ ବଞ୍ଚିତଙ୍କ ଜୀବନକୁ ଉତ୍ତମ କରିବା ଲାଗି ଆମେ କିପରି ସମ୍ବେଦନାଶୀଳତାର ସହ କାମ କରୁଛୁ ।”
“ଦେଶବାସୀଙ୍କ ଜୀବନକୁ ସମୃଦ୍ଧ କରିବା ସହ ସଞ୍ଚୟ ବଢ଼ାଇବା ଦିଗରେ ଆମେ ଜୋର ଦେଉଛୁ । ଆୟକର ଏବଂ ଜିଏସଟି ହ୍ରାସ ଏହାର ପ୍ରତ୍ୟକ୍ଷ ପ୍ରମାଣ ।”
“ମୁଁ ସେହି ମା’ମାନଙ୍କ ଦୁଃଖ ଜାଣିପାରୁଛି, ଯେଉଁମାନେ ମାଓବାଦୀ ଆତଙ୍କରେ ସେମାନଙ୍କ ସନ୍ତାନଙ୍କୁ ହରାଇଛନ୍ତି । ଏମାନଙ୍କୁ ମଧ୍ୟରୁ ଅନେକ ଗରିବ ଏବଂ ଆଦିବାସୀ ପରିବାରର । ମୋର ଏହା ଦୃଢ଼ ବିଶ୍ୱାସ ଯେ ଶୀଘ୍ର ସେମାନଙ୍କ ଆଶୀର୍ବାଦରୁ ଦେଶ ମାଓବାଦୀ ଆତଙ୍କରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇଯିବ ।”
SR
(रिलीज़ आईडी: 2180883)
आगंतुक पटल : 13
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada