ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୁସ୍ଥ ଭାରତ ଓ ସୁଦୃଢ଼ ଅର୍ଥନୀତି, ପ୍ରଧାନମନ୍ତ୍ରୀଙ୍କ ଆଲେଖ୍ୟର କେନ୍ଦ୍ରବିନ୍ଦୁ

ପୋଷ୍ଟ କରାଯିବା ଦିନାଙ୍କ: 24 SEP 2025 1:12PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ ସ୍ୱାସ୍ଥ୍ୟସେବାରେ ସୁଧାରକୁ ରାଷ୍ଟ୍ରୀୟ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ବଢ଼ୁଥିବା ମାନ୍ୟତା ଉପରେ ଆଲୋକପାତ କରିଛନ୍ତି । ନିକଟରେ ଏକ ପ୍ରବନ୍ଧରେ ପ୍ରସିଦ୍ଧ ହୃଦୟ ଶଲ୍ୟ ଚିକିତ୍ସକ ଡା.ଦେବୀ ପ୍ରସାଦ ସେଟ୍ଟୀ ଏହା ଉପରେ ଜୋର୍ ଦେଇଛନ୍ତି, କିପରି ଆୟୁଷ୍ମାନ ଭାରତ,ପୋଷଣ ଅଭିଯାନ ଏବଂ ସ୍ୱଚ୍ଛ ଭାରତ ଭଳି ପଦକ୍ଷେପ ସ୍ୱାସ୍ଥ୍ୟସେବା ସହ ଜଡ଼ିତ ପରିଣାମରେ ସୁଧାର ଆଣିବା ସହ ଅର୍ଥବ୍ୟବସ୍ଥାକୁ ମଧ୍ୟ ମଜବୁତ କରୁଛି ।

ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଡା.ଦେବୀ ପ୍ରସାଦ ସେଟ୍ଟୀ ଲେଖିଛନ୍ତି, ଭାରତର ସ୍ୱାସ୍ଥ୍ୟ ସେବା ଏବେ ଆର୍ଥିକ ବିକାଶର ଏକ ପ୍ରମୁଖ ବାହକ ହୋଇଛି । ଆୟୁଷ୍ମାନ ଭାରତ, ପୋଷଣ ଅଭିଯାନ ଏବଂ ସ୍ୱଚ୍ଛ ଭାରତ ଭଳି ପଦକ୍ଷେପ ରୋଗକୁ କମ କରୁଛି,ଘରୋଇ ସଞ୍ଚୟକୁ ରକ୍ଷା କରୁଛି ଏବଂ ମାନବ ପୁଞ୍ଜିର ନିର୍ମାଣ କରୁଛି । ସ୍ୱାସ୍ଥ୍ୟକୁ ଖର୍ଚ୍ଚ ଅପେକ୍ଷା ଏକ ନିବେଶ ଭାବେ ଦେଖିବାକୁ ଶାସନ ଓ ସମୃଦ୍ଧିକୁ ପ୍ରୋତ୍ସାହନ ମିଳିପାରୁଛି ।”

SR


(ରିଲିଜ ଆଡି: 2180714) ପରିଦର୍ଶକ କାଉଣ୍ଟର : 28