ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରକବି ରାମଧାରୀ ସିଂ ଦିନକରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 23 SEP 2025 5:59PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରକବି କବି ଶ୍ରୀ ରାମଧାରୀ ସିଂ ଦିନକରଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଭାରତୀୟ ସାହିତ୍ୟ ଏବଂ ଜାତୀୟ ଚେତନା ପ୍ରତି ତାଙ୍କର କାଳଜୟୀ ଅବଦାନକୁ ସ୍ମରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି;

“ରାଷ୍ଟକବି ରାମଧାରୀ ସିଂ ଦିନକର ଜୀଙ୍କୁ ତାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ । ତାଙ୍କ କବିତା ବିହାର ସହିତ ଦେଶବ୍ୟାପୀ ଲୋକଙ୍କ ମନରେ ରାଷ୍ଟ୍ରଭକ୍ତିର ଅଦ୍ଭୁତ ଭାବନା ଜାଗ୍ରତ କରିଆସିଛି । ତାଙ୍କର ଅନେକ କବିତା ଆଜି ମଧ୍ୟ ଜନମାନସରେ ସଚେତ ରହିଛି । ବୀରତା ଏବଂ ମାନବତାରେ ଜଡ଼ିତ ତାଙ୍କର ଓଜସ୍ୱୀ ଓ କାଳଜୟୀ କବିତା ପ୍ରତ୍ୟେକ ପିଢ଼ିକୁ ମା’ ଭାରତୀଙ୍କ ସେବାରେ ସମର୍ପିତ ରହିବାକୁ ପ୍ରେରଣା ଦେଇ ଆସୁଥିବ ।” 

SR


(ରିଲିଜ ଆଡି: 2180693) ପରିଦର୍ଶକ କାଉଣ୍ଟର : 17