ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗାଜା ଶାନ୍ତି ଯୋଜନାରେ ଅଗ୍ରଗତି ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

प्रविष्टि तिथि: 09 OCT 2025 10:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହେବା ସହ ରାଷ୍ଟ୍ରପତି ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାରେ ଅଗ୍ରଗତି ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ବନ୍ଧକଙ୍କ ମୁକ୍ତି ପାଇଁ ହୋଇଥିବା ବୁଝାମଣା ଏବଂ ଗାଜାର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ବୃଦ୍ଧିକୁ ଶ୍ରୀ ମୋଦୀ ସ୍ୱାଗତ କରିଛନ୍ତ । ବିଶ୍ୱର କୌଣସି ସ୍ଥାନରେ କୌଣସି ବି ରୂପରେ ଆତଙ୍କବାଦ ଗ୍ରହଣୀୟ ନୁହେଁ ବୋଲି ସେ ଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ରାଷ୍ଟ୍ରପତି ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାରେ ଅଗ୍ରଗତି ପାଇଁ ଅଭିନନ୍ଦନ ଜଣାଇବାକୁ ମୋ ବନ୍ଧୁ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ସହ କଥା ହେଲି । ବନ୍ଧକଙ୍କ ମୁକ୍ତି ଏବଂ ଗାଜାର ଜନସାଧାରଣଙ୍କୁ ମାନବୀୟ ସହାୟତା ବୃଦ୍ଧି ପାଇଁ ହୋଇଥିବା ବୁଝାମଣାକୁ ଆମେ ସ୍ୱାଗତ କଲୁ । ବିଶ୍ୱର କୌଣସି ସ୍ଥାନରେ କୌଣସି ବି ରୂପରେ ଆତଙ୍କବାଦ ଗ୍ରହଣୀୟ ନୁହେଁ ବୋଲି ଦୋହରାଇଲୁ ।

@netanyahu”

SR


(रिलीज़ आईडी: 2177201) आगंतुक पटल : 23
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam