ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରମୁଖ ପଦକ୍ଷେପ ମାଧ୍ୟମରେ ବନ୍ୟପ୍ରାଣୀ ସଂରକ୍ଷଣରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ
Posted On:
08 OCT 2025 12:16PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦର ଯାଦବଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ଶେୟାର କରିଛନ୍ତି । ଯେଉଁଥିରେ ଗତ ଦଶନ୍ଧି ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ବିଷୟରେ ବର୍ଣ୍ଣନା କରାଯାଇଛି।
ଏହି ଲେଖାଟି ପ୍ରଜାତି ସଂରକ୍ଷଣ ଏବଂ କ୍ଷତିଗ୍ରସ୍ତ ବାସସ୍ଥାନର ପୁନରୁଦ୍ଧାର ପାଇଁ ସରକାରଙ୍କ କେନ୍ଦ୍ରିତ ପ୍ର୍ରୟାସକୁ ରେଖାଙ୍କିତ କରୁଛି ଏବଂ ଏହା ପରିବେଶଗତ ସ୍ଥିରତା ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।
ଏହି ଆଲେଖ୍ୟରେ ଅମୃତ କାଲ୍ କା ଟାଇଗର ଭିଜନ (ଟାଇଗର @ ୨୦୪୭), ପ୍ରୋଜେକ୍ଟ ସ୍ନୋ ଲେପର୍ଡ, ପ୍ରେଜେକ୍ଟ ଚିତା ଏବଂ ପ୍ରୋଜେକ୍ଟ ଡଲଫିନ ଭଳି ପ୍ରମୁଖ ପଦକ୍ଷେପଗୁଡିକ ଉପରେ ଆଲୋକପାତ କରାଯାଇଛି ।
କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏହି ଆଲେଖ୍ୟର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି;
“ଏହି ଲେଖାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୂପେନ୍ଦର ଯାଦବ କିପରି ଭାରତର ବନ୍ୟଜୀବ ସଂରକ୍ଷଣ ପ୍ରୟାସ, ଯାହାର ଉଦ୍ଦେଶ୍ୟ ପ୍ରଜାତି ସଂରକ୍ଷଣ ଏବଂ କ୍ଷତିଗ୍ରସ୍ତ ବାସସ୍ଥାନ ପୁନରୁଦ୍ଧାର କରିବା ଏବଂ ଗତ ଦଶନ୍ଧି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି, ସେ ସମ୍ପର୍କରେ ବ୍ୟାଖ୍ୟା କରିଛନ୍ତି ।
ସେ ଅମୃତ କାଲ କା ଟାଇଗର ଭିଜନ (ଟାଇଗର @୨୦୪୭), ପ୍ରୋଜେକ୍ଟ ସ୍ନୋ ଲେପର୍ଡ, ପ୍ରୋଜେକ୍ଟ ଚିତା ଏବଂ ପ୍ରୋଜେକ୍ଟ ଡଲଫିନ ଭଳି ପଦକ୍ଷେପଗୁଡିକ ଉପରେ ଆଲୋକପାତ କରିଛନ୍ତି, ଯାହା ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ବିଶ୍ୱାସ ଏବଂ ଆସ୍ଥା ସୃଷ୍ଟି କରିଥାଏ ।”
SR
(Release ID: 2176340)
Visitor Counter : 5
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam