ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦିଲ୍ଲୀରେ ଆରମ୍ଭ ହେଉଥିବା ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
27 SEP 2025 6:03PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଥିବା ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫ର ସମସ୍ତ ଖେଳାଳି ଏବଂ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଛନ୍ତି । ଭାରତ ଗର୍ବର ସହିତ ଏହାର ଆୟୋଜନ କରୁଛି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଥିବା ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫ ଆୟୋଜନ କରୁଥିବାରୁ ଭାରତ ଗର୍ବିତ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ହାର୍ଦ୍ଦିକ ସ୍ୱାଗତ ଏବଂ ଶୁଭକାମନା । ଏହି ଟୁର୍ଣ୍ଣାମେଣ୍ଟ ମାନବୀୟ ସଂକଳ୍ପ ଏବଂ ଭାବନାର ଉତ୍ସବ । ଏହି ପ୍ରତିଯୋଗିତା ସାରା ବିଶ୍ୱରେ ଏକ ଅଧିକ ସମାବେଶୀ ଏବଂ ସ୍ପଦନଶୀଳ କ୍ରୀଡା ସଂସ୍କୃତିକୁ ପ୍ରେରିତ କରିବ ବୋଲି ମୋର ଆଶା ।”
SR
(ରିଲିଜ ଆଡି: 2175750)
ପରିଦର୍ଶକ କାଉଣ୍ଟର : 27
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam