ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦିଲ୍ଲୀରେ ଆରମ୍ଭ ହେଉଥିବା ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

Posted On: 27 SEP 2025 6:03PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଥିବା ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫ର ସମସ୍ତ ଖେଳାଳି ଏବଂ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଛନ୍ତି । ଭାରତ ଗର୍ବର ସହିତ ଏହାର ଆୟୋଜନ କରୁଛି ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;

“ଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଥିବା ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫ ଆୟୋଜନ କରୁଥିବାରୁ ଭାରତ ଗର୍ବିତ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ହାର୍ଦ୍ଦିକ ସ୍ୱାଗତ ଏବଂ ଶୁଭକାମନା । ଏହି ଟୁର୍ଣ୍ଣାମେଣ୍ଟ ମାନବୀୟ ସଂକଳ୍ପ ଏବଂ ଭାବନାର ଉତ୍ସବ । ଏହି ପ୍ରତିଯୋଗିତା ସାରା ବିଶ୍ୱରେ ଏକ ଅଧିକ ସମାବେଶୀ ଏବଂ ସ୍ପଦନଶୀଳ କ୍ରୀଡା ସଂସ୍କୃତିକୁ ପ୍ରେରିତ କରିବ ବୋଲି ମୋର ଆଶା ।”

 

SR

 


(Release ID: 2175750) Visitor Counter : 4