ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମଧ୍ୟପ୍ରଦେଶର ଖଣ୍ଡୱାରେ ହୋଇଥିବା ଦୁର୍ଘଟଣାରେ ପ୍ରାଣହାନୀ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ପିଏମଏନଆରଏଫରୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
Posted On:
02 OCT 2025 11:36PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଖଣ୍ଡୱାରେ ହୋଇଥିବା ଏକ ଦୁର୍ଘଟଣାରେ ପ୍ରାଣହାନୀ ପାଇଁ ଶୋକ ପ୍ରକାଶ କରିଛନ୍ତି । ସେ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ ପିଏମ୍ଏନ୍ଆର୍ଏଫ୍ରୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ପିଏମଓ ଇଣ୍ଡିଆ ହ୍ୟାଣ୍ଡେଲ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ମଧ୍ୟପ୍ରଦେଶର ଖଣ୍ଡୱାରେ ଏକ ଦୁର୍ଘଟଣାରେ ହୋଇଥିବା ପ୍ରାଣହାନୀ ଯୋଗୁଁ ଗଭୀର ଭାବରେ ମର୍ମାହତ । ଏହି କଷ୍ଟକର ସମୟରେ ମୋର ସମବେଦନା ପ୍ରଭାବିତ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ସହିତ ରହିଛି । ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ।
ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ ପିଏମଏନ୍ଆରଏଫ୍ରୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । PM @narendramodi”
SR
(Release ID: 2175745)
Visitor Counter : 3
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam