ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫିଲିପାଇନ୍ସରେ ଭୂମିକମ୍ପ ଯୋଗୁଁ ହୋଇଥିବା ପ୍ରାଣହାନୀ ଏବଂ କ୍ଷୟକ୍ଷତି ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

Posted On: 01 OCT 2025 3:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିଲିପାଇନ୍ସରେ ଭୂମିକମ୍ପ ଯୋଗୁଁ ହୋଇଥିବା ଜୀବନହାନୀ ଏବଂ ବ୍ୟାପକ କ୍ଷୟକ୍ଷତି ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଶ୍ରୀ ମୋଦୀ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା ମଧ୍ୟ କରିଛନ୍ତି । ଏହି ଦୁଃଖ ସମୟରେ ଭାରତ ଫିଲିପାଇନ୍ସ ସହିତ ଠିଆ ହୋଇଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଫିଲିପାଇନ୍ସରେ ଭୂମିକମ୍ପ ଯୋଗୁଁ ହୋଇଥିବା ଜୀବନ ହାନୀ ଏବଂ ବ୍ୟାପକ କ୍ଷୟକ୍ଷତି ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ । ମୋର ସମବେଦନା ଏବଂ ପ୍ରାର୍ଥନା ଶୋକ ସନ୍ତପ୍ତ ପରିବାର ସହିତ ରହିଛି । ମୁଁ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ଏହି ଦୁଃଖ ସମୟରେ ଭାରତ ଫିଲିପାଇନ୍ସ ସହିତ ରହିଛି ।

@bongbongmarcos

 

SR

 


(Release ID: 2175743) Visitor Counter : 2