ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର ଗଭାଇ ଜୀଙ୍କ ଉପରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2025 8:45PM by PIB Bhubaneswar

ସୁପ୍ରିମକୋର୍ଟ ପରିସରରେ ଆଜି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର. ଗଭାଇ ଜୀଙ୍କ ଉପରେ ଆଜି ହୋଇଥିବା ନିନ୍ଦନୀୟ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ନିନ୍ଦା କରିଛନ୍ତି

ଶ୍ରୀ ମୋଦୀ ଆଜି ଘଟଣା ପରେ ଜଷ୍ଟିସ ଗଭାଇଙ୍କ ସହ କଥା ହେବା ସହ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ତାଙ୍କର ଶାନ୍ତ ସଂଯମତାକୁ ପ୍ରଶଂସା କରିଛନ୍ତି

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର. ଗଭାଇ ଜୀଙ୍କ ସହ କଥା ହେଲି ଆଜି ସୁପ୍ରିମକୋର୍ଟ ପରିସରରେ ତାଙ୍କ ଉପରେ ଆକ୍ରମଣ ପ୍ରତ୍ୟେକ ଭାରତୀୟଙ୍କୁ କ୍ଷୁବ୍ଧ କରିଛି   ଆମ ସମାଜରେ ଏପରି ନିନ୍ଦନୀୟ କାମର ସ୍ଥାନ ନାହିଁ ଏହା ସମ୍ପୂର୍ଣ୍ଣ ଭାବେ ନିନ୍ଦନୀୟ

ଏପରି ଏକ ପ୍ରତିକୂଳ ସମୟରେ ଜଷ୍ଟିସ ଗଭାଇ ପ୍ରଦର୍ଶନ କରିଥିବା ସଂଯମତା ଶାନ୍ତ ଆଚରଣକୁ ପ୍ରଶଂସା କରୁଛି ଏହା ନ୍ୟାୟର ମୂଲ୍ୟବୋଧ ଦିଗରେ ତାଙ୍କର ପ୍ରତିବଦ୍ଧତାକୁ ଆଲୋକପାତ କରିବା ସହ ଆମ ସମ୍ପିଧାନର ଆତ୍ମାକୁ ସୁଦୃଢ଼ କରୁଛି

SR


(ରିଲିଜ ଆଡି: 2175682) ପରିଦର୍ଶକ କାଉଣ୍ଟର : 26