ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଷ୍ଟ୍ରଗଠନରେ ଆରଏସଏସର ସମୃଦ୍ଧ ଅବଦାନ ଉପରେ ଡା. ମୋହନ ଭାଗବତଙ୍କ ସମ୍ବୋଧନକୁ ସେୟାର କଲେ ପ୍ରଧାନମନ୍ତ୍ରୀ
Posted On:
02 OCT 2025 1:15PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଦ୍ୱାରା ରାଷ୍ଟ୍ରକୁ ସମର୍ପିତ ସେବାର ୧୦୦ ବର୍ଷ ସମ୍ପୂର୍ଣ୍ଣ ହୋଇଥିବାରୁ ପ୍ରଶଂସା କରିଛନ୍ତି । ପରମ ପୂଜ୍ୟ ସରସଂଘଚାଳକ ଡା. ମୋହନ ଭାଗବତ ଜୀଙ୍କ ସମ୍ବୋଧନକୁ ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ରାଷ୍ଟ୍ର ନିର୍ମାଣରେ ସଂଘର ମହତ୍ୱପୂର୍ଣ୍ଣ ଭୂମିକା ଏବଂ ଏବଂ ଭାରତର ସଭ୍ୟତାଗତ ମୂଲ୍ୟର ପୋଷଣ ପ୍ରତି ତାହାର ଅତୁଟ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି ।
ଆରଏସଏସ ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି;
“ପରମପୂଜ୍ୟ ସରସଂଘଚାଳକ ଡା. ମୋହନ ଭାଗବତ ଜୀ ନିଜର ପ୍ରେରଣାଦାୟୀ ସମ୍ବୋଧନରେ ରାଷ୍ଟ୍ର ନିର୍ମାଣରେ ସଂଘର ଅତୁଳନୀୟ ଯୋଗାଦାନ ଉପରେ ଆଲୋକପାତ କରିଛନ୍ତି । ସେ ଭାରତର ବର୍ଷର ସେହି ସାମର୍ଥ୍ୟକୁ ବି ରେଖାଙ୍କିତ କରିଛନ୍ତି, ଯାହାକି ଦେଶକୁ ସଶକ୍ତ କରିବା ସହିତ ସମ୍ପୂର୍ଣ୍ଣ ମାନବତା ପାଇଁ କଲ୍ୟାଣକାରୀ ଅଟେ ।
#RSS100Years”
SR
(Release ID: 2174297)
Visitor Counter : 3
Read this release in:
English
,
Urdu
,
Hindi
,
Marathi
,
Bengali
,
Bengali-TR
,
Manipuri
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam