ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରପତିଙ୍କ ଭାଷଣ ଆମକୁ ଏକ ସମୃଦ୍ଧ ଏବଂ ବିକଶିତ ଭାରତ ଗଠନ ଦିଗରେ କାର୍ଯ୍ୟ ଜାରି ରଖିବାକୁ ପ୍ରେରଣା ଦିଏ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 AUG 2024 9:05PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଆମକୁ ଏକ ସମୃଦ୍ଧ ଏବଂ ବିକଶିତ ଭାରତ ଗଠନ ଦିଗରେ କାର୍ଯ୍ୟ ଜାରି ରଖିବାକୁ ପ୍ରେରଣା ଦିଏ। ଶ୍ରୀ ମୋଦୀ ୭୮ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ପୂର୍ଣ୍ଣାଙ୍ଗ ପାଠ୍ୟ ମଧ୍ୟ ସେୟାର କରିଛନ୍ତି।

ଭାରତର ରାଷ୍ଟ୍ରପତିଙ୍କ X ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି;

"ଆମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଜୀଙ୍କ ଏକ ପ୍ରେରଣାଦାୟକ ଅଭିଭାଷଣ। ଏହା ଆମକୁ ଏକ ସମୃଦ୍ଧ ଏବଂ ବିକଶିତ ଭାରତ ଗଠନ ପାଇଁ କାମ କରିଚାଲିବାକୁ ପ୍ରେରଣା ଦିଏ।"

Sws


(ରିଲିଜ ଆଡି: 2173059) ପରିଦର୍ଶକ କାଉଣ୍ଟର : 20